ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ଏଡସ ଦିବସ ପାଳିତ 

ବିଶ୍ଵ ଏଡସ ଦିବସ ପାଳିତ 

ଡାବୁଗାଁ, ୧/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସୋମବାର ବିଶ୍ଵ ଏଡସ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ସମ୍ପୃକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଡା. ବଦ୍ରି ପ୍ରାସାଦ ନାୟକ, ସମ୍ମାନୀତ ଅତିଥି ଅଧ୍ୟାପକ ସରୋଜ କୁମାର ବୋଡ଼କିଆ, ଲିପୁ ଚନ୍ଦ୍ର ମାଝୀ, ମାନସ ମାଝୀ, ଅଧ୍ୟାପିକା ଖୁଲଣାବତୀ ପୂଜାରୀ, ଅସ୍ମିତା ସ୍ଵାଇଁ, ରିତୁ ମଣ୍ଡଳ, ସୂକ୍ଷ୍ମାଙ୍ଗୀ ପତି, ରଶ୍ମିତା ପାଢୀ, ଜ୍ୟୋତ୍ସ୍ନା ରାଣୀ ଖୁରା, କର୍ମଚାରୀ ଜଗଦୀଶ ଭତ୍ରl ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟ ର ସମସ୍ତ ଛାତ୍ରୀ ଛାତ୍ର ଉପସ୍ଥିତ ରହିଥିଲେ l ପ୍ରଥମେ ରେଡ୍ କ୍ରସ ପ୍ରତିଷ୍ଠାତା ଡା. ହେନେରୀ ଡୋନାଣ୍ଟ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପରେ ମୁଖ୍ୟ ଅତିଥି, ଅଧ୍ୟକ୍ଷ, ଅଧ୍ୟାପକ ଛାତ୍ରୀ ଛାତ୍ର ମାନଙ୍କୁ ଉକ୍ତ ଦିବସ ଉପରେ ବ୍ୟାପକ ଭାବେ ବୁଝାଇ ଛାତ୍ରୀ ଛାତ୍ର ମାନଙ୍କୁ ସଚେତନ କରାଇଥିଲେ l ଅଧ୍ୟକ୍ଷ ଏଡସ ଓ ଏଚ ଆଇ ଭି ଉପରେ ରୋଗର ଲକ୍ଷଣ, ନିରାକରଣ ଉପରେ ବ୍ୟାପକ ଭାବେ ଆଲୋଚନା କରି ସ୍ଵରଚିତ କବିତା ପାଠ କରି ଛାତ୍ରୀଛାତ୍ର ମାନଙ୍କୁ ସଚେତନ କରାଇଥିଲେ l ମୁଖ୍ୟ ଅତିଥି ଡା. ନାୟକ ଏଡସ ଭଳି ମାରାତ୍ମକ ରୋଗ ର ଲକ୍ଷଣ ନିରାକରଣ ଉପରେ ପ୍ରାଞ୍ଜଳ ଭାବେ ବୁଝାଇବା ସହ ସଚେତନତା ସୃଷ୍ଟି କରି ଜନସାଧାରଣଙ୍କୁ ସଚେତନ କରାଇ ଏଭଳି ମାରାତ୍ମକ ରୋଗରୁ ରକ୍ଷା କରାଇବା ପାଇଁ ଛାତ୍ରୀଛାତ୍ର ମାନଙ୍କୁ ପରାମର୍ଶ ଦେଇଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ରେଡକ୍ରସ କାଉନସେଲର ଅଧ୍ୟାପକ ଶ୍ରୀ ଶିବ ପ୍ରସାଦ ସାହୁ ବେଶ୍ ସୁନ୍ଦର ଭାବେ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଶ୍ରୀ ସନ୍ତୋଷ ସିଂ ଲାଲ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିବା ପରେ ସଭା ସାଙ୍ଗ ହୋଇଥିଲା l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଶସ୍ୟ ବୀମା ଟଙ୍କା ତୁରନ୍ତ ପ୍ରଦାନ ଦାବୀରେ ଗୋଲାମୁଣ୍ଡା ତହସିଲ ଘେରାଉ

masiha

ସୈନିକ ଗଢ଼ିବାରେ ପ୍ରତିବଦ୍ଧ କଳିଙ୍ଗ ଉତ୍କଳ ଡିଫେନ୍ସ ଏକାଡେମୀ

masiha

ଗଣେଶ ପୂଜା ପାଳନ

masiha

Leave a Comment

error: Content is protected !!