ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୀବିକା କ୍ଷୟ ଗ୍ରାମୀଣ ସ୍ତରରେ ପରିବେଶ ପୁନରୁଦ୍ଧାର ମାଧ୍ୟମରେ ସୁରକ୍ଷା ଓ ସ୍ଥାନୀୟ ସସ୍ଥାମାନ ଉପରେ ତାଲିମ

ଜୀବିକା କ୍ଷୟ ଗ୍ରାମୀଣ ସ୍ତରରେ ପରିବେଶ ପୁନରୁଦ୍ଧାର ମାଧ୍ୟମରେ ସୁରକ୍ଷା ଓ ସ୍ଥାନୀୟ ସସ୍ଥାମାନ ଉପରେ ତାଲିମ 

ଡାବୁଗାଁ, ୩/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସମ୍ମିଳନୀ କକ୍ଷ ଠାରେ ଜୀବିକା କ୍ଷୟ ଗ୍ରାମୀଣ ସ୍ତରରେ ପରିବେଶ ପୁନରୁଦ୍ଧାର ମାଧ୍ୟମରେ ସୁରକ୍ଷା ଓ ସ୍ଥାନୀୟ ସସ୍ଥାମାନ ଉପରେ ଏକ ତାଲିମ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ପ୍ରଶିକ୍ଷକ ଭାବେ ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ଯୋଗାଣ ନିରିକ୍ଷକ ସିପ୍ରା ସାମଲ, ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ ଓ ପ୍ରମୁଖ ଯୋଗ ଦେଇ ତାଲିମ ଦେଇଥିଲେ | ଏଥିରେ ସ୍ଥାୟୀ ଜୀବିକା, ଜୀବିକା ପ୍ରୋତ୍ସାହନ, ଆୟ ସୃଷ୍ଟି କାର୍ଯ୍ୟକ୍ରମ ବନାମ ଜୀବିକା ପ୍ରୋତ୍ସାହନ କାର୍ଯ୍ୟକ୍ରମ,ଏମଜିଏନଆରଇଜିଏସ ମାଧ୍ୟମରେ ଜୀବିକା ସୁରକ୍ଷା, କୃଷି, ବର୍ଷା ଜଳ ଅମଳ ଏବଂ ଜଳ ପରିଚାଳନା ଆଦି ଉପରେ ତାଲିମ ଦିଆଯାଇଥିଲା | ଏଥିରେ ସରପଞ୍ଚ -୨ ଜଣ, ପଞ୍ଚାୟତ ନିର୍ବାହୀ ଅଧିକାରୀ-୩ ଜଣ, ଅଙ୍ଗନୱାଡି କର୍ମୀ ୨୫ ଜଣ ଓ ଆଶା ୩୦ ଜଣ ମୋଟ ୬୦ ଜଣ ତାଲିମ ନେଇଥିଲେ | ଉକ୍ତ କାର୍ଯ୍ୟକ୍ରମକୁ ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନବରଙ୍ଗପୁର ଠାରେ ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ୍ କାର୍ଯ୍ୟକ୍ରମ

masiha

ଶିଶୋ ଲଉଡି ଉତ୍ସବ ଉଦଯାପିତ

Sunil Chandra Nayak

ଜାତୀୟ ରାଜପଥରେ ପଡିଲା ଗଛ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Sunil Chandra Nayak

Leave a Comment

error: Content is protected !!