ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଷୀ ଙ୍କୁ ନାକଚଣା ବଣ୍ଟନ 

ଚାଷୀ ଙ୍କୁ ନାକଚଣା ବଣ୍ଟନ 

ଡାବୁଗାଁ, ୩/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଜୁନାପାଣି ପଞ୍ଚାୟତ ଅଧୀନ ମୋତିଗାଁ ଗ୍ରାମରେ ବ୍ଲକ କୃଷି ବିଭାଗ ତରଫରୁ ଚାଷୀ ମାନଙ୍କୁ ବୁଧବାର ମାଗଣା ରେ ନାକଚଣା ବିହନ ବଣ୍ଟନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗ ଦେଇ ଚାଷୀମାନଙ୍କୁ ବିହନ ବଣ୍ଟନ କରିଥିଲେ | ଚଳିତ ବର୍ଷ ରବି ଋତୁରେ ଧାନ ପରବର୍ତ୍ତୀ ଫସଲ ନିମନ୍ତେ ଏହି ଚଣା ବିହନ ଚାଷୀ ବଣ୍ଟନ କରାଯାଇଛି | ଡାବୁଗାଁ ବ୍ଲକରେ ଚଳିତ ରବି ଋତୁରେ ୧୫୦୦ ହେକ୍ଟର ନାକଚଣା ଚାଷ କରାଯିବ | ଏଥିରେ ସମ୍ମାନୀତ ଅତିଥି ଭାବେ ଡ଼ାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ଜିଲା ପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋୟୀ, ଜୁନାପାଣି ସରପଞ୍ଚ ଦୟାନିଧି ଭତ୍ରା, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ, ଏମ୍. ଆପ୍ପା ରାଓ, ଭାଜପାର ନରେଶ ସିଂ, ନରୁ ସିଂ, ବ୍ଲକ କୃଷି ଅଧିକାରୀ ସୁଦେଷ୍ଣା ଧଳ, ସହକାରୀ କୃଷି ଅଧିକାରୀ ଜ୍ୟୋତିର୍ମୟୀ ତାଡ଼ିଙ୍ଗୀ, କୃଷି ଅଧିଦର୍ଶକ ମମତା ସାହୁ, ଦୀପାଳି ସମାଦାର, ଝରଣା ବାଲା ଓ ଏଟିଏମ କେ. ଉଦୟା କୁମାରୀ ଏବଂ ଚାଷୀ ମାନେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କୃଷି ଅଧିଦର୍ଶକ ସୁଶାନ୍ତ କୁମାର ରାଉତ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନବରଙ୍ଗପୁରଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଅସହାୟର ସାଥି ସ୍ବେଛାସେବୀ ସଂଗଠନ ତରଫରୁ ସ୍ବେଛାକୃତ ରକ୍ତଦାନ ଶିବିର 

masiha

ଅପର ଲାନ୍ଥ ଡ୍ୟାମ ପ୍ରକଳ୍ପକୁ ନେଇ ଆଦିବାସୀ ପରିବାରଙ୍କ ନ୍ୟାୟ ଦାବି 

Leave a Comment

error: Content is protected !!