ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଜେ ଆର ସି ଶିବିର ରେ ଧରାକୋଟ ର ଚାରି ପୁରସ୍କୃତ 

ଜିଲ୍ଲା ସ୍ତରୀୟ ଜେ ଆର ସି ଶିବିର ରେ ଧରାକୋଟ ର ଚାରି ପୁରସ୍କୃତ 

ଆସିକା,୧୮/୧୨/୨5 (ଶିବ ଶଙ୍କର ମିଶ୍ର ) ଗଞ୍ଜାମ ଜିଲ୍ଲାର 22 ଟି ବ୍ଲକକୁ ନେଇ ଜିଲ୍ଳା ସ୍ତରୀୟ ଜୁନିଅର ରେଡକ୍ରସ ର ତାଲିମ ପଠନ ଶିବିର ବୁଗୁଡ଼ା ବ୍ଲକ ଅଧିନସ୍ଥ ବାଲିପଦର ହାଇସ୍କୁଲରେ 15 ତାରିଖରୁ 17 ପ୍ରଯ୍ୟନ୍ତ ତିନିଦିନ ଧରି ଆୟୋଜିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳା ନନ୍ଦ ମଲ୍ଲିକ ,ରାଜ୍ୟ ରେଡ କ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁ, ବୁଗୁଡ଼ା ବି ଡି ଓ ଦୁତିକୃଷ୍ଣ ପାତ୍ର,ତହସିଲଦାର ସନ୍ତୋଷ ରାଉତ, ଏ ଡି ଇ ଓ ପ୍ରଭାତୀ ମହାପାତ୍ର,ବି ଇ ଓ ଚିନ୍ମୟ ମହାପାତ୍ର ଙ୍କ ସମେତ ସମସ୍ତ ବ୍ଲକର ସଂଯୋଜକ ଉପସ୍ଥିତ ରହିଥିଲେ l ଧରାକୋଟ ବ୍ଲକ ଜୁନିଅର ରେଡ କ୍ରସ ବ୍ଲକ ସଂଯୋଜିକା ରଶ୍ମିତା କୁମାରୀ ରାଉଳଙ୍କ ତତ୍ତ୍ଵା ବଧାନ ରେ ଏହି ଶିବିରରେ ଧରାକୋଟ ବ୍ଲକର 4 ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାରେ ପୁରସ୍କୃତ କରାଯାଇଥିଲା । ସେଥି ମଧ୍ୟରୁ ଅମିତ କୁମାର ପଟନାୟକ OAV କୁସଗୁମ୍ମା ଚିତ୍ରାଙ୍କନରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ପ୍ରଥମ ସ୍ଥାନରେ ପୁଷ୍ପାଞ୍ଜଳି ମହାରଣା (ସରକାରୀ ୟୁଜି ହାଇସ୍କୁଲ ଜଗମୋହନ) ରଙ୍ଗୋଲି ପାଇଁ, ଜ୍ୟୋତିରାଣୀ ସ୍ୱାଇଁ,ସରକାରୀ ୟୁଜି ହାଇସ୍କୁଲ ଆର.ଡି. ପଲ୍ଲୀ (ଡାଏରୀ ଲେଖା) ପାଇଁ ଏବଂ ଅମିତ ପ୍ରଧାନ ଓ ଦିବ୍ୟାସା ମଲିକ ପି.ୟୁ.ପି.ଏସ. ସରଧାପୁର (ଗୋଷ୍ଠୀ ଗୀତ) ପାଇଁ ପୁରସ୍କୃତ ହେବାସହ ରାଜ୍ୟସ୍ତରୀୟ ଉର୍ଦ୍ଧ୍ୱଗାମୀ କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇଥିଲେ। ରଶ୍ମିତା କୁମାରୀ ରାଉଳଙ୍କୁ ଜିଲ୍ଲାରେ ବେଷ୍ଟ କ୍ୟାମ୍ପ କୋଅର୍ଡିନେଟର ଭାବରେ ସନମାନିତ କରାଯାଇଥିଲା l

Related posts

ଜାମଦା ବ୍ଳକର ବିଭିନ୍ନ ଗ୍ରାମର ମୋରମ୍ ଓ ମାଟି ରାସ୍ତାକୁ କଂକ୍ରିଟ୍ ରାସ୍ତା କରିବା ପାଇଁ ଅଂଚଳ ବାସୀଙ୍କ ଦାବୀ

masiha

ମା ଭଣ୍ଡାର ଘରଣୀ ଦେବୀଙ୍କ ବିଶାଳ କଳସ ଶୋଭାଯାତ୍ରା ସହ ଆଜି ଧର୍ମଗଡରେ ଆରମ୍ଭ ହେଲା ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୩

Sunil Chandra Nayak

ନୂଆପଡ଼ାରେ ବିଶ୍ୱ ସିକିଲ ସେଲ ଦିବସ ପାଳିତ : ସଚେତନତା, ସ୍କ୍ରିନିଂ ଓ ଚିକିତ୍ସା ସେବା ଉପରେ ଗୁରୁତ୍ୱ

Sunil Chandra Nayak

Leave a Comment

error: Content is protected !!