ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଶ୍ଚିମ ମୟୁରଭଞ୍ଜ ଠିକାଦାର ସଂଘ ପକ୍ଷରୁ ବିଧାୟକଙ୍କ ସହ ବୈଠକ 

ପଶ୍ଚିମ ମୟୁରଭଞ୍ଜ ଠିକାଦାର ସଂଘ ପକ୍ଷରୁ ବିଧାୟକଙ୍କ ସହ ବୈଠକ 

ମୟୂରଭଂଜ -୨୧।୧୨ ରାଇରଙ୍ଗପୁର ଜଳ ସେଚନ ବିଭାଗର ଡାକ ବଙ୍ଗଳା ଠାରେ ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା। ଠିକାଦାର ସଂଘ ପକ୍ଷରୁ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥ‌ିରେ ମୁଖ୍ୟ ଅତିଥି ରୂପେ ରାଇରଙ୍ଗପୁର ବିଧାୟକ ଶ୍ରୀଯୁକ୍ତ ଜଲେନ ନାଏକ ଯୋଗ ଦେଇଥିଲେ।ଉକ୍ତ ବୈଠକରେ ବାହାର ଠିକାଦାର ମାନେ ବାମନଘାଟି ଓ ପାଞ୍ଚପୀଢ଼ ଉପଖଣ୍ଡରେ ଟେଣ୍ଡର ନ ପକ।ଇବ। ପାଇଁ ଅନୁରୋଧ କରିଥିଲେ । ବାହାର ଠିକାରଦାର ଟେଣ୍ଡର ଦ୍ଵାର। କାର୍ଯ୍ୟାଦେଶ ନେଇ ଯାଉଥିବା ବେଳେ ବାମନଘାଟି ଓ ପାଞ୍ଚପୀଢ଼ ଉପଖଣ୍ଡର ଠିକ।ଦ।ର ମ।ନେ କାମ ନ ପାଇ ଦୁର୍ଦ୍ଦଶ ଭୋଗୁ ଛନ୍ତି ବୋଲି କୁହାଯାଉଛି । ଏହି ଅବସରରେ ସଂଘର କର୍ମକର୍ତ୍ତା ମାନେ ସର୍ବସମ୍ମତି କ୍ରମେ ସଭାପତି ପ୍ରସନ୍ନ କୁମାର କୈବର୍ଷ, ସମ୍ପାଦକ ବିଜୟ ମଣ୍ଡଳ, ସୁଜିତ କୁମାର ବିଷୋୟୀ, ମନୋରଞ୍ଜନ ପୃଷ୍ଟି, ହର୍ ଗୋବିନ୍ଦ ପ୍ରସାଦ ସାହୁ, କୋଷାଧ୍ୟକ୍ଷ ସଚିନ କୁମାର ଅଗ୍ରୱାଲା, ମିଡିଆ ସହାୟକ ଭାବେ କିଶୋର କୁମାର ରଜକ, ଉପଦେଷ୍ଟା ଭାବେ ପ୍ରଫୁଲ୍ଲ କୁମାର ସାହୁ, ସୁବାସ ଚନ୍ଦ୍ର ମଣ୍ଡଳ, ହରିହର ଗିରି, ମନୋଜ ମହାନ୍ତି, ମନୋଜ କୁମାର ଦାସ, ରାଜେନ୍ଦ୍ର କୁମାର ମହାକୁଡ଼, ବିପ୍ଳବ ଗିରି ଓ ବୁଦ୍ଧିମାନ ମଣ୍ଡଳ ଓ ପ୍ରଦୀପ କୁମାର ପଣ୍ଡା ଉପସ୍ଥିତ ଥିଲେ ।ଉକ୍ତ ବୈଠକରେ ବାମନଘାଟି ପାଞ୍ଚପୀଢ଼ ଉପଖଣ୍ଡର ୪୧ ଜଣ ସ୍ଵତନ୍ତ ଶ୍ରେଣୀ ଠିକାଦାର ଓ ଏ କ୍ଲାସ୍ ଶ୍ରେଣୀର ଠିକାଦାର ଉପସ୍ଥିତ ଥିଲେ ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ବରିଷ୍ଠ ଚିତ୍ରକାର ଓ ସମାଜସେବୀ ଅମୂଲ୍ୟ ମହାପାତ୍ରଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସ୍ମୃତିସଭା ଅନୁଷ୍ଠିତ

Sunil Chandra Nayak

ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଷ୍ଟାଣ୍ଡିଂ କମିଟି ର ଡାବୁଗାଁ ବାଳିକା ଉଚ୍ଚ ବିଦ୍ୟାଳୟ ଗସ୍ତ 

masiha

Leave a Comment

error: Content is protected !!