ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ମୁଣ୍ଡ ପରାଶର ର ଦ୍ୱିତୀୟ ପାରିବାରିକ ମିଳନ ସହ ବଣଭୋଜି ଅନୁଷ୍ଠିତ 

କଳାହାଣ୍ଡି ମୁଣ୍ଡ ପରାଶର ର ଦ୍ୱିତୀୟ ପାରିବାରିକ ମିଳନ ସହ ବଣଭୋଜି ଅନୁଷ୍ଠିତ 

କଳାହାଣ୍ଡି :- ୨୨/୧୨ (ମସିହା ନ୍ୟୁଜ) ରବି ନାରାୟଣ ସିଂହ  ) ଆଜି ସ୍ଥାନୀୟ ମେଦିନୀପୁର ନିକଟ ଯଶପାଳ ସିଂ ଫାର୍ମ ଠାରେ ମୁଣ୍ଡ ପରାଶର ପରିବାର ଭବାନୀପାଟଣା ପ୍ରାନ୍ତର ଦ୍ବୀତିୟ “ପାରିବାରିକ ମିଳନ” ହର୍ଷ ଓ ଉଲ୍ଲାସର ସହିତ ପାଳନ କରାଯାଇଅଛି। ଏହି ପାରିବାରିକ ମିଳନର ମହାନ୍ ପର୍ବରେ ପ୍ରାନ୍ତର ୪୦ ଗୋଟି ପରବାର ରୁ ଛୋଟବଡ଼ ମିଶି ପ୍ରାୟ ୧୭୦ ଜଣ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରାନ୍ତ ସଂଯୋଜକ ଶ୍ରୀ ଜଗନ୍ନାଥ ମୁଣ୍ଡ ମହର୍ଷି ପରାଶରଙ୍କ ସ୍ତୁତି ପାଠ କରି ମଞ୍ଚ ପରିଚାଳନା କରିଥିଲେ। ପ୍ରାନ୍ତ ସଭାପତି ଶ୍ରୀଯୁକ୍ତ ମଳୟ କୁମାର ମୁଣ୍ଡଙ୍କ ଅଧକ୍ଷତାରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ସଭାପତିଙ୍କ ପ୍ରାରମ୍ଭିକ ଅଭିଭାଷଣ ପରେ ମଞ୍ଚାସୀନ ପରିବାରର ବୟୋଜ୍ୟେଷ୍ଠ ସର୍ବଶ୍ରୀ ଡାକ୍ତର ଅଶୋକ କୁମାର ମୁଣ୍ଡ, ପ୍ରାନ୍ତ ଉପ- ସଭାପତି ଶ୍ରୀ ସନତ କୁମାର ମୁଣ୍ଡ, ଶ୍ରୀ ଦୀନବନ୍ଧୁ ମୁଣ୍ଡ, ନିଜ ନିଜ ବକ୍ତବ୍ୟ ପ୍ରତିପାଦନ କରିଥିଲେ। ପରେ ସର୍ବସାଧାରଣଙ୍କ ପାଇଁ ଗୀତା, ମହାଭାରତ ଓ ରାମାୟଣ ରୁ କୁଇଜ ପ୍ରତିଯୋଗିତା ଶ୍ରୀମତୀ ସ୍ନେହଲତା ମୁଣ୍ଡ , ଶ୍ରୀ ଦୁଷ୍ମନ୍ତ ମୁଣ୍ଡ ଓ ସୁଚିତ କୁମାର ମୁଣ୍ଡ ପରିଚାଳନା କରି ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ। ମହିଲାମାନଙ୍କ ମଧ୍ୟରେ ମ୍ୟୁଜିକ ଚେୟାର, ଆଖିରେ ପଟିବାନ୍ଧି ହାଣ୍ଡି ଫଟା, ତକିଆ ଖେଳ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା। ସମସ୍ତେ ଆନନ୍ଦର ସହିତ ସାମିଲ ହୋଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଜଳପାନ ରେ ଦୋସା, ଇଟିଲି ଓ ଜିଲେବି ସହିତ ମଧ୍ୟାହ୍ନ ଭୋଜନରେ ଶୁଦ୍ଧ ଶାକାହାରୀ ବ୍ୟଞ୍ଜନ ଛତି, ପନିର, ଘାଣ୍ଟ,ଆମ୍ବଲା ସହିତ ମରିଚ ଆଳୁପଟୋଳ ଭଜା ଓ ଖୀରି ଗୁପଚୁପ ର ମଜା ମଧ୍ୟ ନେଇଥିଲେ। ପୁରାପୁରି ପାରିବାରିକ ମିଳନ ସମସ୍ତଙ୍କ ସହଯୋଗରେ ମନୋରଞ୍ଜନାତ୍ମକ ଓ ଆନନ୍ଦପ୍ରଦ ଥିଲା। କାର୍ଯ୍ୟକ୍ରମକୁ ଚୁଡାନ୍ତ ରୂପରେଖ ଦେବାରେ ଓ ସଫଳ କରିବାରେ ଆମ ପରିବାରର ଦକ୍ଷ ସଦସ୍ୟବ୍ରୁନ୍ଦ ସର୍ବଶ୍ରୀ ଶ୍ରୀ ହରିଶ୍ଚନ୍ଦ୍ର ମୁଣ୍ଡ, ପ୍ରାନ୍ତ ସଂପାଦକ ଶ୍ରୀ ସୁଧିର ରଞ୍ଜନ ମୁଣ୍ଡ, ଶ୍ରୀ ଜିତେନ୍ଦ୍ର କୁମାର ମୁଣ୍ଡ, ସୁଢ଼ଳଦେବ ମୁଣ୍ଡ, ବ୍ରଜ ସୁନ୍ଦର ମୁଣ୍ଡ, ଜୟନ୍ତ ମୁଣ୍ଡ, ମନୋଜ କୁମାର ମୁଣ୍ଡ ( ପ୍ରଧାନ ଆଚାର୍ଯ୍ୟ), ବଣ୍ଟି ମୁଣ୍ଡ, ଟୁଲୁ ମୁଣ୍ଡ, ସମସ୍ତଙ୍କ ଭୂମିକା ଅତୁଳନୀୟ ଓ ପ୍ରସଂଶାର ପାତ୍ର। ସର୍ବଶେଷରେ ଉପସ୍ଥିତ ମୁଣ୍ଡ ପରାଶର ପରିବାରର ଭବାନୀପାଟଣା ପ୍ରାନ୍ତର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଆଗାମୀ ଦିନରେ ଆମେ ଏକତା ସହିତ ବିଭିନ୍ନ ପାରିବାରିକ କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ଯୋଗଦାନ କରିବାକୁ ବିନମ୍ର ଅନୁରୋଧ କରାଗଲା।

Related posts

ବିଜାତଳା ଲ୍ୟାମ୍ପସସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

Sunil Chandra Nayak

ଜୁନାଗଡ଼ ର ସର୍ବାଙ୍ଗୀନ ବିକାଶ ମୋର ଲକ୍ଷ୍ୟ,ନଗରପାଳ

Sunil Chandra Nayak

ଦୁର୍ଗାପ୍ରସାଦ ନାଏକ ଙ୍କ ଓକିଲ ସଂଘ ରେ ଯୋଗଦାନ

masiha

Leave a Comment

error: Content is protected !!