ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛିଲିପା ଗ୍ରାମ ଠାରେ ଆଖଣ୍ଡଳମଣି ମନ୍ଦିର ରତ୍ନ ମୁଦ କାର୍ଯ୍ୟ ସମ୍ପନ୍ନ

ଛିଲିପା ଗ୍ରାମ ଠାରେ ଆଖଣ୍ଡଳମଣି ମନ୍ଦିର ରତ୍ନ ମୁଦ କାର୍ଯ୍ୟ ସମ୍ପନ୍ନ

ଧର୍ମଗଡ: ଧର୍ମଗଡ ବ୍ଲକ ଅନ୍ତର୍ଗତ ଛିଲୀପା ଗ୍ରାମ ଠାରେ ଗ୍ରାମ ବାସୀ ଙ୍କ ଉଦ୍ୟମ ରେ ନିର୍ମିତ ହେଉଥିବା ବାବା ଆଖଣ୍ଡଳମଣି ମନ୍ଦିର ର ରତ୍ନମୁଦ କାର୍ଯ୍ୟ ଆଜି ସମ୍ପନ୍ନ ହୋଇଛି । ଗତକାଲି ଠାରୁ ଆରମ୍ଭ ହୋଇ ଥିବା ଏହି କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ବନ ଜାଗରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ରତ୍ନମୁଦ କାର୍ଯ୍ୟ ରେ ଛିଲୀପା ସରପଞ୍ଚ ବିଭୁଦତ୍ତ ପ୍ରଧାନୀ ଓ ତାଙ୍କ ଧର୍ମ ପତ୍ନୀ ପ୍ରଜ୍ଞା ପ୍ରଧାନୀ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିବା ବେଳେ ପୂଜକ ବୈକୁଣ୍ଠ ନାଥ ଦାସ ଓ ଦୂର୍ଗା ପ୍ରସାଦ ତ୍ରିପାଠୀ ରତ୍ନମୁଦ କାର୍ଯ୍ୟ ସମ୍ପନ୍ନ କରି ଥିଲେ । ମନ୍ଦିର ପରିଚାଳନା କମିଟି ସଭାପତି ପବିତ୍ର ସା, ଗ୍ରାମ୍ୟ କମିଟି ସଭାପତି ବଂଶୀ ପଟେଲ, ପୁରନ୍ଦର ସେଠୀ, ରାହାସ ପ୍ରଧାନୀ, କାହ୍ନୁ ମାଝୀ, ଉଜ୍ବଳ ପଟେଲ, ଭଗବାନ ପ୍ରଧାନୀ, ଦିନେଶ ରାଉତ, ଯୁଗଳ ପଟେଲ, ଶରତ କୁମାର ପଟେଲ ଓ ବେଲ ଖଣ୍ଡିଆ ପରା ଭୋଏ ଓ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମ ଅୟୋଜନ ରେ ସହଯୋଗ କରି ଥିଲେ । ଆସନ୍ତା ମାର୍ଚ୍ଚ ମାସ ୨୫ ତାରିଖ ଦିନ ମନ୍ଦିର ରେ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହି ଥିବା କମିଟି ପକ୍ଷ ରୁ ସୂଚନା ଦିଆ ଯାଇଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଜିଲ୍ଲାପାଳଙ୍କ ନୂତନ ପରିକଳ୍ପନା ଓ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଅଭିନବ ପ୍ରୟାସ ରେ ସରକାରୀ କର୍ମଚାରୀ ଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର

Sunil Chandra Nayak

ଜିଲ୍ଲାପାଳଙ୍କ ଶକଟା ଗ୍ରାମ ପରିଦର୍ଶନ l “ଗ୍ରାମବାସୀଙ୍କ ସହିତ ଆଲୋଚନା”

masiha

National Maritime Day was observed by the Institution of Engineers (India)

Sunil Chandra Nayak

Leave a Comment

error: Content is protected !!