ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛିଲିପା ଗ୍ରାମ ଠାରେ ଆଖଣ୍ଡଳମଣି ମନ୍ଦିର ରତ୍ନ ମୁଦ କାର୍ଯ୍ୟ ସମ୍ପନ୍ନ

ଛିଲିପା ଗ୍ରାମ ଠାରେ ଆଖଣ୍ଡଳମଣି ମନ୍ଦିର ରତ୍ନ ମୁଦ କାର୍ଯ୍ୟ ସମ୍ପନ୍ନ

ଧର୍ମଗଡ: ଧର୍ମଗଡ ବ୍ଲକ ଅନ୍ତର୍ଗତ ଛିଲୀପା ଗ୍ରାମ ଠାରେ ଗ୍ରାମ ବାସୀ ଙ୍କ ଉଦ୍ୟମ ରେ ନିର୍ମିତ ହେଉଥିବା ବାବା ଆଖଣ୍ଡଳମଣି ମନ୍ଦିର ର ରତ୍ନମୁଦ କାର୍ଯ୍ୟ ଆଜି ସମ୍ପନ୍ନ ହୋଇଛି । ଗତକାଲି ଠାରୁ ଆରମ୍ଭ ହୋଇ ଥିବା ଏହି କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ବନ ଜାଗରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ରତ୍ନମୁଦ କାର୍ଯ୍ୟ ରେ ଛିଲୀପା ସରପଞ୍ଚ ବିଭୁଦତ୍ତ ପ୍ରଧାନୀ ଓ ତାଙ୍କ ଧର୍ମ ପତ୍ନୀ ପ୍ରଜ୍ଞା ପ୍ରଧାନୀ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିବା ବେଳେ ପୂଜକ ବୈକୁଣ୍ଠ ନାଥ ଦାସ ଓ ଦୂର୍ଗା ପ୍ରସାଦ ତ୍ରିପାଠୀ ରତ୍ନମୁଦ କାର୍ଯ୍ୟ ସମ୍ପନ୍ନ କରି ଥିଲେ । ମନ୍ଦିର ପରିଚାଳନା କମିଟି ସଭାପତି ପବିତ୍ର ସା, ଗ୍ରାମ୍ୟ କମିଟି ସଭାପତି ବଂଶୀ ପଟେଲ, ପୁରନ୍ଦର ସେଠୀ, ରାହାସ ପ୍ରଧାନୀ, କାହ୍ନୁ ମାଝୀ, ଉଜ୍ବଳ ପଟେଲ, ଭଗବାନ ପ୍ରଧାନୀ, ଦିନେଶ ରାଉତ, ଯୁଗଳ ପଟେଲ, ଶରତ କୁମାର ପଟେଲ ଓ ବେଲ ଖଣ୍ଡିଆ ପରା ଭୋଏ ଓ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମ ଅୟୋଜନ ରେ ସହଯୋଗ କରି ଥିଲେ । ଆସନ୍ତା ମାର୍ଚ୍ଚ ମାସ ୨୫ ତାରିଖ ଦିନ ମନ୍ଦିର ରେ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହି ଥିବା କମିଟି ପକ୍ଷ ରୁ ସୂଚନା ଦିଆ ଯାଇଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମେଗା ରକ୍ତଦାନ ଶିବିର ପାଇଁ ଲଡୁଗାଁ ମାରୱାଡି ଯୁବାମଞ୍ଚ ପକ୍ଷରୁ ପ୍ରସ୍ତୁତି

Sunil Chandra Nayak

ଧର୍ମ ପରାୟଣ ମହିଳା ଙ୍କ ବିୟୋଗରେ ଶୋକ

ବିଧାୟକଙ୍କ ଦ୍ୱାରା ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ପୋଷାକ ବିତରଣ

masiha

Leave a Comment

error: Content is protected !!