ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାତ୍ୟା ଅସାନି: ୧୦ ତାରିଖରେ ପୁରୀ ଠାରୁ ୧୦୦ କିମି ଦୂର ଦେଇ କରିବ ଅତିକ୍ରମ…..ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ସୂଚନା

ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟି ବାତ୍ୟା ଅସାନିକୁ ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ବାତ୍ୟା ୧୦ ତାରିଖ ସନ୍ଧ୍ୟା ସମୟରେ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବା ସହ ବର୍ତମାନ ବାତ୍ୟା ଅସାନି ଏବେ ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ପ୍ରାୟ ୯୨୦ କିମି ଦୂରରେ ରହିଛି ବୋଲି ସୂଚନା ଦେଇଛନ୍ତି ।ସମୁଦ୍ର ମଧ୍ୟରେ ସମାନ୍ତରଳ ଭାବେ ଏହା ଉତ୍ତର ବଙ୍ଗୋପସାଗର ମୁହଁ ହେବ। ପୁରୀ ଠାରୁ ଏହା ପ୍ରାୟ ୯୦ରୁ ୧୦୦ କିମି ଦୂରରେ ଅତିକ୍ରମ କରିବ।

ବାତ୍ୟା ଅତିକ୍ରମ କରିବା ବେଳେ ପବନର ସର୍ବାଧିକ ଘଣ୍ଟାପ୍ରତି ବେଗ ୫୦ କିମି ଯାଏ ରହିବ। ୧୦ ତାରିଖରେ ବାତ୍ୟା ଯୋଗୁ ଗଜପତି, ଗଞ୍ଜାମ ଓ ପୁରୀରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ସେହିପରି ୧୧ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ୧୨ରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରର ଗୋଟିଏ ଦୁଟି ସ୍ଥାନରେ ୭ରୁ ୧୧ ସେମି ଯାଏ ବର୍ଷା ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି।

ଶ୍ରୀ ଜେନା ଆହୁରି କହିଛନ୍ତି, ସମୁଦ୍ର ଭିତରକୁ ଯାଇଥିବା ଓଡ଼ିଶା ସବୁ ମାଛଧରା ଡଙ୍ଗା ଆଜି ସୁଦ୍ଧା ଫେରି ଆସିଛି। ପ୍ରାୟ ୫୬ଟି ବୋଟ ସମୁଦ୍ର ମଧ୍ୟରେ ରହିଥିଲା। ସେହିପରି ଚିଲିକାରେ ଚଳାଚଳ କରୁଥିବା ୧୦୦୦ ବୋଟ ମଧ୍ୟରୁ ଅନେକ ଆଜି ଫେରି ଆସିଛନ୍ତି। କାଲି ବିଭାଗ ଏହା ଉପରେ ଗୁରୁତ୍ୱ ଦେଇ ସବୁ ଡଙ୍ଗାକୁ ଫେରାଇ ଆଣିବ।

ବାତ୍ୟା ଯୋଗୁ ୭ରୁ ୧୧ ସେମି ଭିତରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଗ୍ରୀଷ୍ମ କାଳରେ ବର୍ଷା ହେବ। ଏବେ ଖରା ଯୋଗୁ ନଦୀ ନାଳ ଓ ମାଟି ଶୁଖିଲା ରହିଛି। ତେଣୁ ବର୍ଷା ହେଲେ ମଧ୍ୟ ବନ୍ୟାର ଆଶଙ୍କା ନାହିଁ। ତଥାପି ଜିଲ୍ଲା ଓ ମନ୍ୟୁସିପାଲ ଅଧିକାରୀମାନଙ୍କୁ ପାଣି ଜମି ରହିବା ସମସ୍ୟା ଉପରେ ଦୃଷ୍ଟି ରଖିବାକୁ କହିଛୁ। ଦରକାର ପଡ଼ିଲେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ।

ସତର୍କତା ସ୍ୱରୂପ ଗଞ୍ଜାମ ଜିଲ୍ଲାରେ ୨ଟି, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ, ସାତପଡ଼ା, ପୁରୀ, ଅସ୍ତରଙ୍ଗ-କୋଣାର୍କରେ ଗୋଟିଏ ଲେଖାଏ ଓଡ୍ରାଫ ଟିମ୍‌ ମୁତୟନ ହେବେ। ଏହାବାଦ ଜଗତସିଂହପୁରରେ ଗୋଟିଏ, କେନ୍ଦ୍ରାପଡ଼ାର ମହାକାଳପଡ଼ା ଓ ରାଜନଗରରେ ଗୋଟିଏ ଲେଖାଏ ଓଡ୍ରାଫ ଟିମ୍‌ ରହିବେ। ସେହିପରି ବାଲେଶ୍ୱରରେ ରହିଥିବା ଗୋଟିଏ ଏନଡିଆରଏଫ ୟୁନିଟ୍‌କୁ ମଧ୍ୟ ଆଲର୍ଟରେ ରଖାଯିବ ବୋଲି ସେ କହିଛନ୍ତି ।

ଵିଦ୍ୟାଧର ସାହୁଙ୍କ(ସଂଗୃହୀତ)ରିପୋର୍ଟ….

Related posts

ପଦ୍ମଲୋଚନ ମିଶ୍ର ରୋଗୀ କଲ୍ୟାଣ ସମିତି ସାଂସଦ ପ୍ରତିନିଧି ନିଯୁକ୍ତ 

Sunil Chandra Nayak

ପିଏମ୍‌ଶ୍ରୀ ସ୍କୁଲ୍‌’ ନାମରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିବେ କେନ୍ଦ୍ର ସରକାର: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଗୁରୁ

Leave a Comment

error: Content is protected !!