ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁତମୁଣ୍ଡାରେ ବାଲ୍ୟ ବିବାହ ମୁକ୍ତ ଭାରତ ସଚେତନତା

କୁତମୁଣ୍ଡାରେ ବାଲ୍ୟ ବିବାହ ମୁକ୍ତ ଭାରତ ସଚେତନତା

ପାଟଣାଗଡ଼,୨୫/୧(ଆଶିଷ ସାହୁ ) ପାଟଣାଗଡ଼ ବ୍ଳକ କୁତମୁଣ୍ଡା ଗ୍ରାମରେ ରବିବାର ଆଇସିଡିଏସ ପାଟଣାଗଡ ପକ୍ଷରୁ ‘ବାଲ୍ୟ ବିବାହ ମୁକ୍ତ ଭାରତ’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବାଲ୍ୟ ବିବାହ ରୋକିବା ପାଇଁ ଏହି ସଚେତନତା କରାଯାଇଥିଲା।ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ଗ୍ରାମର ମହିଳା ପୁରୁଷ ସହିତ କିଶୋରୀ ମାନଙ୍କୁ ନେଇ ଗ୍ରାମ ପରିକ୍ରମା କରାଯାଇ ସଚେତନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀ ରାମାବତୀ ସାହୁ, ବାସନ୍ତୀ ମେହେର, ଉପାଶି ବରିହା, ଆଶାକର୍ମୀ ତପସ୍ୱନୀ ମେହେର, ପ୍ରମିଳା ସାହୁ, ଲକ୍ଷ୍ମୀ ଭୋଇ ପ୍ରମୁଖ ଉପସ୍ଥିତ ଥିବାବେଳେ ସ୍ୱେଚ୍ଛାସେବୀ ଯୁବ ସଂଘର ସମ୍ପାଦକ ଭେଲାରାମ କୁମ୍ଭାର ସହଯୋଗ କରିଥିଲେ।

 

Related posts

ଉପଖଣ୍ଡ ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ 

Sunil Chandra Nayak

ଗୋପବନ୍ଧୁଙ୍କ ହୃଦୟ ଥିଲା ବିଶ୍ବବ୍ୟାପୀ 

Sunil Chandra Nayak

ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବ ବିଦ୍ୟାଳୟ, ଆଞ୍ଚଳିକ କେନ୍ଦ୍ର ରାଇରଙ୍ଗପୁର ରେ ୮୦ ତମ ସ୍ବାଧୀନତା ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!