ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାହିତ୍ଯ ଆଲୋଚନା, ବହୁଭାଷୀ କବିତା ପାଠୋତ୍ସବ ତଥା ସାରସ୍ବତ ବନ୍ଧୁମିଳନ କାର୍ଯ୍ୟକ୍ରମ

ସାହିତ୍ଯ ଆଲୋଚନା, ବହୁଭାଷୀ କବିତା ପାଠୋତ୍ସବ ତଥା ସାରସ୍ବତ ବନ୍ଧୁମିଳନ କାର୍ଯ୍ୟକ୍ରମ

ଗତ ସୋମବାର ଦିନ ସଂଧ୍ୟାରେ ଶ୍ବେତପଦ୍ମା ସାହିତ୍ଯ ସଂସଦ, ବ୍ରହ୍ମପୁରର ସାହିତ୍ଯ ଆଲୋଚନା, ବହୁଭାଷୀ କବିତା ପାଠୋତ୍ସବ ତଥା ସାରସ୍ବତ ବନ୍ଧୁମିଳନ କାର୍ଯ୍ୟକ୍ରମ  ଆନସେର୍ ଏକାଡ଼େମୀ କୋଚିଂ ଅନୁଷ୍ଠାନ, ଆର.ସି.ଦାଶ ଲେନ୍, କମାପଲ୍ଲୀ, ବ୍ରହ୍ମପୁର, ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସାହିତ୍ଯ ଆସରର ଆଲୋଚନା ପର୍ଯ୍ଯାୟରେ ବିଶିଷ୍ଟ କବି, ସୁସାହିତ୍ଯିକ ତଥା ସଂସ୍କୃତ ଓ ଓଡି଼ଆ ଭଷା ବିଷାରଦ ପଣ୍ଡିତ ବିଶ୍ଵନାଥ ଶତପଥୀ ବିଶିଷ୍ଟ କବି ମହନ୍ତ ବିହାରୀ ଦାସଙ୍କ ବିରଚିତ ରାଧାକୃଷ୍ଣଙ୍କ ପ୍ରେମରସ କାବ୍ଯ “ବନ ବିହାର ଚମ୍ପୂ କାବ୍ଯ” ର ଆଲୋଚନା କରିଥିଲେ । ସଂସଦର ପ୍ରତିଷ୍ଠାତା ସଭାପତି ଆଇନଜୀବୀ (ଇଂ) ବିଜୟ ଚନ୍ଦ୍ର ମିଶ୍ର, ଉପଦେଷ୍ଟା ଡ. ଶ୍ୟାମାପ୍ରସାଦ ମିଶ୍ର, ଉପ-ସଭାପତି ଶ୍ରୀଯୁକ୍ତ ବଂଶୀଧର ସେଠୀ, ଆନ୍ ସେର ଏକାଡ଼େମୀର ନିର୍ଦ୍ଦେଶକ ଓ ବିଶିଷ୍ଟ ଶିକ୍ଷାବିତ ଶ୍ରୀଯୁକ୍ତ ମିହିର କାନ୍ତ ଶତପଥୀ, ବିଶିଷ୍ଟ ଯୁବ କବି ଓ ସୁସାହିତ୍ୟିକ ତଥା ମାନସିଂହ ସାହିତ୍ଯ ସଂସଦର ସଂପାଦକ ଶ୍ରୀଯୁକ୍ତ ଲଳିତ କୁମାର ସ୍ବାଇଁ ଏବଂ ସଂସଦର ସାଧାରଣ ସଂପାଦିକା ଶ୍ରୀମତୀ ମଧୁଛନ୍ଦା ମିଶ୍ର ଏହି ଆଲୋଚନା ପର୍ଯ୍ଯାୟରେ ଅତିଥି ଭାବେ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ଯ ରଖିଥିଲେ । ସାହିତ୍ଯ ଆଲୋଚନା ପରେ କବିତା ପାଠୋତ୍ସବରେ ବହୁ ସଂଖ୍ୟକ କବି ଓ କବୟିତ୍ରୀ ନିଜ ନିଜର ସ୍ବରଚିତ କବିତା ପାଠ କରିଥିଲେ । ସଂସଦର ଉପଦେଷ୍ଟା ଡ. ଲକ୍ଷ୍ମୀନାରାୟଣ ଦାଶ କବିତା ପାଠ ଆସରର ସଭାପତିତ୍ବ କରିଥିଲେ ଏବଂ ନିଜର ବହୁମୂଲ୍ୟ ବକ୍ତବ୍ଯ ରଖିଥିଲେ। ସଂସଦର ଉପ-ସଭାପତି ଶ୍ରୀମତୀ ସୌଦାମିନୀ ମିଶ୍ର ମଧ୍ଯ ନିଜର ବକ୍ତବ୍ଯ ଉପସ୍ଥାପନ କରିଥିଲେ । ସୁନାମଧନ୍ଯ କବି ଶ୍ରୀଯୁକ୍ତ ନୀଳକଣ୍ଠ ସାହୁ ଓ କବୟିତ୍ରୀ ଶ୍ରୀମତୀ ବନ୍ଦନା ମିଶ୍ର କବିତା ପାଠୋତ୍ସବର ସଂଯୋଜନା ଦାୟିତ୍ବ ନିର୍ବାହ କରିଥିଲେ । ପରିଶେଷରେ ସୁସାହିତ୍ୟିକା, କବୟିତ୍ରୀ ତଥା ଆଧ୍ୟାପିକା ଡ. ସ୍ବାତୀଶ୍ରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଗଞ୍ଜାମ ଜିଲ୍ଲା, ପୁରୀଜିଲ୍ଲା ତଥା ଅନ୍ଯାନ୍ଯ ସ୍ଥାନରୁ ଅନେକ ବିଶିଷ୍ଟ, ବରିଷ୍ଠ ଓ ଯୁବ ସାହିତ୍ୟିକ, କବି, କବୟିତ୍ରୀ ଏବଂ ସାହିତ୍ଯପ୍ରେମୀ ଏହି କବିତା ଆସରରେ ଯୋଗଦାନ କରି ଉକ୍ତ ସମାରୋହକୁ ଆଶାତୀତ ସଫଳତା ପ୍ରଦାନ କରିଥିଲେ ।   

ପ୍ରତିଷ୍ଠାତା ସଭାପତି କବି ଆଇନଜୀବୀ (ଇଂ) ବିଜୟ ଚନ୍ଦ୍ର ମିଶ୍ର, ଆନସେର୍ ଏକାଡ଼େମୀର ନିର୍ଦ୍ଦେଶକ ଶ୍ରୀଯୁକ୍ତ ମିହିର କାନ୍ତ ଶତପଥୀ, କାର୍ଯ୍ୟକାରୀ ସମ୍ପାଦିକା ଶ୍ରୀମତୀ ସସ୍ମିତା ମିଶ୍ର ଓ ସାଧାରଣ ସମ୍ପାଦିକା ଶ୍ରୀମତୀ ମଧୁଛନ୍ଦା ମିଶ୍ର ଉକ୍ତ ଆସରର ଆୟୋଜନ ଓ ପରିଚାଳନା କରି ଏହି ସାହିତ୍ଯ ଆସରରକୁ ଆଶାତୀତ ସଫଳତା ପ୍ରଦାନ କରାଇଛନ୍ତି ।

Related posts

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ପରିପ୍ରେକ୍ଷୀରେ ମଧୁବାବୁ ମଣ୍ଡଳରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

Sunil Chandra Nayak

ଧୂମଧାମରେ ଚାଲିଛି ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା : ଆସନ୍ତା ଜୁନ ୧ ରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଛତ୍ରପୁର ମହୋତ୍ସବ ଓ ଜିଲ୍ଲା ସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମ୍ପଦ ମେଳା

ପୈାରପାଳିକା ପକ୍ଷରୁ ଉଠା ଦୋକାନୀଙ୍କୁ  ସ୍ବଚ୍ଛ ସାଥିମାନଙ୍କ ଦ୍ବାରା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!