ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାବାଳିକାଙ୍କୁ ବଳାତ୍କାର ଘଟଣା : ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ : ବ୍ୟବହୃତ ଗାଡି ଜବତ

ନାବାଳିକାଙ୍କୁ ବଳାତ୍କାର ଘଟଣା : ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ : ବ୍ୟବହୃତ ଗାଡି ଜବତ

କନ୍ଧମାଳ, ତା, ୦୯/୦୯:(ମନିସ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ଜଣେ ନାବାଳିକା ଗଣେଶ ମୂର୍ତ୍ତି ବିସର୍ଜନ ମେଢ଼ ଦେଖିବାକୁ ଯାଇ ବଳାତ୍କାରର ଶିକାର ହୋଇଥିଲେ ଉକ୍ତ ମାମଲାରେ ଅଭିଯୁକ୍ତକୁ ପୋଲିସ ଦାରିଙ୍ଗବାଡିରୁ ଗିରଫ କରିଛି। ଗିରଫ ଯୁବକ ଦାରିଙ୍ଗବାଡି ଥାନା ବୁର୍ଜୁବାଡ଼ି ଗ୍ରାମର ପ୍ରଶାନ୍ତ ପ୍ରଧାନ (୨୭)ବୋଲି ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କୁ ଗିରଫ ପରେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ବିଭିନ୍ନ ନମୁନା ସଂଗ୍ରହ କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ଜୟନ୍ତ ସେଠୀ କହିଛନ୍ତି। ତାଙ୍କୁ ପକ୍ସୋ କୋର୍ଟରେ ହାଜର କରାଯିବା ସହ ବ୍ୟବହୃତ ମାରୁତି ସୁଜୁକି ସ୍ବିଫ୍ଟ ଡିଜାର ଗାଡି ନଂ.ଓଡି-୦୭-ଏକ୍ସ-୦୫୯୩ କୁ ଜବତ କରାଯାଇଛି ବୋଲି ପ୍ରକାଶ କରିଛନ୍ତି। ପ୍ରକାଶ ଯେ, ଉକ୍ତ ଥାନା ଅଞ୍ଚଳରେ ୫ ତାରିଖ ଶୁକ୍ରବାର ସନ୍ଧ୍ୟାରେ ନାବାଳିକା ଜଣକ ତାଙ୍କ ବଡ଼ ଭଉଣୀଙ୍କ ଘରୁ ବାହାରି ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ଦେଖିବାକୁ ଯାଇଥିଲେ। ଭସାଣି ସାରିବା ପରେ ସେ ପ୍ରସାଦ ସେବନ କରି ତାଙ୍କ ଡ୍ରେସ୍‌ ଜ୍ୟାକେଟ ଜଣେ ସମ୍ପର୍କୀୟଙ୍କ ଘରୁ ଧରି ଭଉଣୀ ଘରକୁ ଫେରୁଥିଲେ। ଏହି ସମୟରେ ପ୍ରଶାନ୍ତ ତାଙ୍କୁ ଜୋରଜବରଦସ୍ତ ଉଠାଇ ସହର ବାହାରକୁ ନେଇ କାର ଭିତରେ ହିଁ ବାଳାତ୍କାର କରିଥିଲେ ପରେ ପ୍ରଶାନ୍ତ କାରର ଡୋର ଖୋଲିବା କ୍ଷଣି ନାବାଳିକା ସେଠାରୁ ଖସିଯିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ନାବାଳିକାଙ୍କ ଚୁଟିକୁ ଘୋଷାଡ଼ି ଘୋଷାଡ଼ି ପୁଣି କାର ନିକଟକୁ ଆଣିବା ସହ ଘଟଣା ସମ୍ପର୍କରେ କାହାରିକୁ କହିଲେ ହତ୍ୟା କରିବାକୁ ଧମକ ଦେଇଥିଲେ ପରେ ନାବାଳିକା ଜଣକ ସେଠାରୁ କୌଶଳ କ୍ରମେ ଖସି ଆସି ତାଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପରିବାର ଲୋକେ ଏ ନେଇ ଶନିବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏ ନେଇ ଏକ ମାମଲା କେଶ ନଂ.୧୮୨/୨୫ ପ୍ରକାରେ ରୁଜୁ କରି ତଦନ୍ତ ଚଳାଇଥିଲା। ସେହିଦିନ ଠାରୁ ଅଭିଯୁକ୍ତ ପ୍ରଶାନ୍ତ ଫେରାର ହୋଇଯାଇଥିଲେ। ପୋଲିସ ପ୍ରଶାନ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଉକ୍ତ ଥାନା ଅଞ୍ଚଳରେ ହିଁ ଗିରଫ କରିବାରେ ସଫଳ ହୋଇଥିବା ପୋଲିସ କହିଛି। ଘଟଣାକୁ ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ ଏବଂ କନ୍ଧମାଳ ଏସପି ହରିଶ ବିଶି ଗୁରୁତର ଭାବେ ଗ୍ରହଣ କରି ଅଭିଯୁକ୍ତଙ୍କୁ ଧରିବାକୁ ନିର୍ଦ୍ଦେଶ ଦେଇଥିଲେ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

୭୫ତମ ଜାତୀୟ ସେନାଦିବସ ପାଳିତ

Sunil Chandra Nayak

ଡୋକାରିଚଞ୍ଚରା ଠାରେ ଏଲଆଇସି ଅଭିକର୍ତ୍ତାଙ୍କ ବନ୍ଧୁ ମିଳନ ଅନୁଷ୍ଠିତ

Sunil Chandra Nayak

କୋଡିଙ୍ଗମାଳୀ ଖଣି ଖନନକାରି କମ୍ପାନୀ ବିରୋଧରେ ମୁଖ୍ୟମନ୍ତ୍ରୀ ଓ ଖଣି ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ 

masiha

Leave a Comment

error: Content is protected !!