ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସିସିଟିଭି ଭାଙ୍ଗି ଲୁଟି ନେଲେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସୁନା,ରୂପା ଗହଣା ସହ ୩୦ ହଜାରୁରୁ ଉର୍ଦ୍ଧ ଟଙ୍କା

ସିସିଟିଭି ଭାଙ୍ଗି ଲୁଟି ନେଲେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସୁନା,ରୂପା ଗହଣା ସହ ୩୦ ହଜାରୁରୁ ଉର୍ଦ୍ଧ ଟଙ୍କା

ଢେଙ୍କାନାଳ ଜିଲ୍ଲା(ତାପସଦାସ ) କାମାକ୍ଷାନଗର ଥାନା ଅନନ୍ତପୁର ସାହିରେ ବଡ଼ ଧରଣର ଲୁଟ ଦେଖିବାକୁ ମିଳିଛି। ପ୍ରାୟ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଅବସରପ୍ରାପ୍ତ ରେଙ୍ଗାଳି କର୍ମଚାରୀ ଗୋବିନ୍ଦ ଚନ୍ଦ୍ର ମଲ୍ଲଙ୍କ ପରିବାର ଲୋକେ ମେଡିକାଲ କାର୍ଯ୍ୟରେ ଯାଇଥିବା ବେଳେ ଦୁର୍ବୁତ୍ତ ମାନେ ଲୁଟ କରିଛନ୍ତି। ଘରେ ଲାଗିଥିବା ସିସିଟିଭି କ୍ୟାମେରାକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ପ୍ରାୟ ୬ଶହ ଗ୍ରାମ ସୁନା ଅଳଙ୍କାର, ପିତ୍ତଳ ସାମଗ୍ରୀ,ନଗଦ ୩୦ ହଜାରରୁ ଉର୍ଦ୍ଧ ଟଙ୍କା ଲୁଟ ହୋଇଥିବା ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ଥାନା ଅଧିକାରିଣୀ ଚାରୁଲତା ବେହେରା ଓ ଏସ୍‌ଆଇ ଜିତେନ୍ଦ୍ର କୁମାର ମହାନ୍ତି ଟିମ୍ ସହ ଢେଙ୍କାନାଳ ଜିଲ୍ଲା ଫରେନ୍ସିକ ସାଇଣ୍ଟିଫିକ ଟିମ,ସନ୍ଧାନୀ କୁକୁର ଏବଂ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି l ସିସିଟିଭି ଫୁଟେଜରେ ମୁଖା ପିନ୍ଧା ୪ଜଣ ବ୍ୟକ୍ତି କାର୍‌ରେ ଆସି ଲୁଟ୍ କରି ଫେରାର ହୋଇଯାଇଥିବା ତଦନ୍ତରୁ ଜଣାପଡିଛି।

Related posts

ଆନ୍ଦ୍ରର ଚାରି ଜଣ ଛେଳି ବ୍ୟବସାୟିଙ୍କ ମୋବାଇଲ ଲୁଟ ଥାନାରେ ଅଭିଯୋଗ 

masiha

ଅବକାରୀ ଚଢାଉ: ୪୦ ଲିଟର ମଦ ଜବତ,୪ ଗିରଫ୍

masiha

ବହୁ ଚର୍ଚ୍ଚିତ ହଷ୍ଟେଲ ଛାତ୍ରୀ ଦୁଷ୍କର୍ମ ମାମଲା ରେ ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ ରେ ଖଲାସ

masiha

Leave a Comment

error: Content is protected !!