ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଂମ୍ଫା ଥେରୁବାଲି ରେ ଗର୍ବ ଓ ଦେଶଭକ୍ତି ସହ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ 

ଇଂମ୍ଫା ଥେରୁବାଲି ରେ ଗର୍ବ ଓ ଦେଶଭକ୍ତି ସହ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ 

ଥେରୁବାଲି: ଇଂମ୍ଫା ଥେରୁବାଲି ରେ ୭୭ ତମ ସାଧାରଣତନ୍ତ୍ର ଦିବସ ଗର୍ବ, ଗମ୍ଭୀରତା ଓ ଦେଶଭକ୍ତିର ଉତ୍ସାହ ସହ ସମ୍ମାନରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମଟି ୟୁନିଟ୍ ହେଡ୍ ଓ EIC, ଥେରୁବାଲି ଶ୍ରୀ ଜି.ଭି ରାକେଶ ଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। ଶ୍ରୀ ଜି.ଭି ରାକେଶ ଜାତୀୟ ପତାକାକୁ ଉତ୍ତୋଳନ କରିଥିଲେ ଓ ଜାତୀୟ ସଙ୍ଗୀତ ସହ କାର୍ଯ୍ୟକ୍ରମଟି ଆଗକୁ ବଢ଼ିଥିଲା ସମସ୍ତଙ୍କୁ ସମ୍ବୋଧିତ କରି ତାଙ୍କର ଅଭିଭାଷଣ ରଖିଥିଲେ ସେ କହିଥିଲେ ଯେ ଆଜି ର ଏହି ପବିତ୍ର ଦିନ ରେ ଅମ୍ବେ ସମସ୍ତେ ପ୍ରତ୍ୟେକ କର୍ମଚାରୀ ନିଜସ୍ୱ ଉନ୍ନତି ସହିତ କାରଖାନା ବିକାଶ ଓ ସାମୂହିକ ପ୍ରଗତି ଓ ସୁରକ୍ଷା ପ୍ରତି ମଧ୍ୟ ଗୁରୁତ୍ୱ ଦେବାପାଇଁ ଆହ୍ୱାନ ଦେଇଥିଲେ |

ସେ କର୍ମଚାରୀମାନଙ୍କୁ ସଂବିଧାନିକ ମୂଲ୍ୟବୋଧ, ଶିଷ୍ଟାଚାର, ଦଳୀୟ କାର୍ଯ୍ୟ, ଓ ଦେଶପ୍ରତି ଦୃଢ଼ ଦାୟିତ୍ୱବୋଧ କୁ ଆହୁରି ମଜ଼ବୂତ ରଖିବାକୁ ଉପଦେଶ ଦେଇଥିଲେ,   ଯାହା ସମସ୍ତଙ୍କ ମଧ୍ୟରେ ଏକତା, ସମ୍ମାନ ଓ ଗର୍ବର ଭାବନା ସୃଷ୍ଟି କରିଥିଲା। ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ଇଂମ୍ଫା ଲେଡିଜ୍ କ୍ଲବର ସଦସ୍ୟମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଅବସରକୁ ଅଧିକ ଗରିମାମୟ ଓ ଉତ୍ସାହଜନକ କରିଥିଲେ।କାର୍ଯ୍ୟକ୍ରମଟିକୁ ଶ୍ରୀ କ୍ଷିତିଶ ଚନ୍ଦ୍ର ମହାପାତ୍ର, ଉପ ସାଧାରଣ ମହା ପ୍ରଭନ୍ଧକ (ପ୍ରଶାସନ ଓ ମାନବ ସମ୍ବଳ),ଥେରୁବାଲି ସଫଳତାର ସହିତ ସଂଚାଳନା କରିଥିଲେ ଏବଂ ସେ ତାଙ୍କର ଅଭିଭାଷଣ ଜ୍ଞାପନ କରି ସମସ୍ତ ଅତିଥି, ଅଂଶଗ୍ରହଣକାରୀ ଓ ଆୟୋଜକମାନଙ୍କୁ ହୃଦୟପୂର୍ଣ୍ଣ କୃତଜ୍ଞତା ଜଣାଇଥିଲେ।କାର୍ଯ୍ୟକ୍ରମଟି ଜାତିଗଠନ, ଔଦ୍ୟୋଗିକ ଉତ୍କର୍ଷ ଓ ସସ୍ଥାୟୀ ବିକାଶ ପାଇଁ ଇଂମ୍ଫା ଥେରୁବାଲିର ନୂତନ ପ୍ରତିବଦ୍ଧତା ସହ ସମାପ୍ତ ହୋଇଥିଲା।

Related posts

ସରସ୍ବତୀ ବିଦ୍ୟାମନ୍ଦିରର ବାର୍ଷିକୋତ୍ସବ 

masiha

ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି 

masiha

ତିନି ଦଫା ଦାବୀ ନେଇ ବ୍ଲକର ସମସ୍ତ ଶିକ୍ଷକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଧାରଣା ଦେଲେ

masiha

Leave a Comment

error: Content is protected !!