ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କମଣ୍ଡରେ ପ୍ରଥମ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟ ଉଦ୍ଘାଟିତ

କମଣ୍ଡରେ ପ୍ରଥମ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟ ଉଦ୍ଘାଟିତ

କୋଇଡା (ରିପୋର୍ଟ ବନମାଳୀ ବାରିକ) ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ କୋଇଡ଼ା ଅଞ୍ଚଳର କମଣ୍ଡ ଗ୍ରାମରେ ପ୍ରଥମ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସଂଖ୍ୟକ ଶକ୍ତିଶାଳୀ ଦଳ ଭାଗ ନେଇଛନ୍ତି।

ଏହି ଫୁଟବଲ ଟୁର୍ନାମେଣ୍ଟରେ ପ୍ରଥମ ପୁରସ୍କାର : ୧ ଲକ୍ଷ ୫୦ ହଜାର ଟଙ୍କା ଦ୍ୱିତୀୟ ପୁରସ୍କାର : ୧ ଲକ୍ଷ ଟଙ୍କା ,ତୃତୀୟ ପୁରସ୍କାର : ୫୦ ହଜାର ଟଙ୍କା ଚତୁର୍ଥ ପୁରସ୍କାର : ୪୦ ହଜାର ଟଙ୍କା ରଖାଯାଇଛି।ଉଦ୍ଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ କମଣ୍ଡ ଷ୍ଟିଲ ପ୍ଲାଣ୍ଟ ହେଡ୍ ଶ୍ରୀ ଆଲୋକ କୁମାର ସେଠୀ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଡିଜିଏମ୍ କମଣ୍ଡ ଷ୍ଟିଲ ପ୍ଲାଣ୍ଟ ଶ୍ରୀ ବିଶ୍ୱରଞ୍ଜନ ମିଶ୍ର ଓ ପର୍ସୋନେଲ୍ ମ୍ୟାନେଜର ଡାକ୍ତର ପି.କେ. ବିଦ୍ୟାଧର ଉପସ୍ଥିତ ଥିଲେ ଅତିଥିମାନଙ୍କ ଆଗମନ ପରେ ଖେଳର ଶୁଭାରମ୍ଭ ହୋଇଥିଲା। ପ୍ରଥମ ରାଉଣ୍ଡରେ ଆଇଆନ୍ସ ଇଲେଭେନ୍ କାଦଡିହା ଓ ଏଚ୍.କେ. ସ୍ପୋର୍ଟିଂ ମଧ୍ୟରେ ମୁକାବିଲା ହୋଇଥିଲା। ଏହି ଟୁର୍ନାମେଣ୍ଟକୁ କେ.କେ.ଏନ୍ କ୍ଲବ, କମଣ୍ଡ, କୁସୁମଡ଼ିହି, ନାରାୟଣ ପଶି ଓ ୟୁଥ ଯୁବକ ସଂଘର ସହଯୋଗରେ ଅତ୍ୟନ୍ତ ସୁଚାରୁ ଓ ସୁନ୍ଦର ଭାବରେ ଆୟୋଜନ କରାଯାଇଛି। ଖେଳ ପଡ଼ିଆର ଚାରିପାଖେ ସୁନ୍ଦର ଗ୍ୟାଲେରୀ ବ୍ୟବସ୍ଥା କରାଯାଇଥିବାରୁ ହଜାର ହଜାର ଖେଳପ୍ରେମୀ ଶାନ୍ତିପୂର୍ଣ୍ଣ ଭାବେ ଖେଳର ଆନନ୍ଦ ଉଠାଇଥିଲେ।

Related posts

ଆନ୍ତଃ ଉଚ୍ଚ ମାଧ୍ୟମିକ ମହିଳା କବାଡି ପ୍ରତିଯୋଗିତା ସୋମପାଟଣା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚମ୍ପିୟାନ

Sunil Chandra Nayak

କୋକସରା ଠାରେ ଦ୍ଵି ଦିବସୀୟ ଅଳଇଣ୍ଡିଆ ଫ୍ଲଡ଼ ଲାଇଟ ଭଳିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

Sunil Chandra Nayak

୧୪ ତମ ରାଜା ଅନୁପ ସିଂ ଦେଓ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!