ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ: ଏକକ ସମ୍ପର୍କ ଅଭିଯାନ କରିବେ ଯୁଗ ଯାତ୍ରୀ ସାହିତ୍ୟ ସଂସଦର ସମ୍ପାଦକ ହେମନ୍ତ ସାହୁ

ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ: ଏକକ ସମ୍ପର୍କ ଅଭିଯାନ କରିବେ ଯୁଗ ଯାତ୍ରୀ ସାହିତ୍ୟ ସଂସଦର ସମ୍ପାଦକ ହେମନ୍ତ ସାହୁ

କର୍ଲାମୁଣ୍ଡା:୩୧/୦୧ (ସୁଶାନ୍ତ ରଣା): ଆମ ଅସ୍ମିତା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ର ସୁରକ୍ଷା ବାର୍ତ୍ତା ନେଇ ଓଡ଼ିଶାର ତିରିଶ ଗୋଟି ଜିଲ୍ଲା ରେ ଥିବା ସମସ୍ତ ସାହିତ୍ୟ ସଂସଦକୁ ଏକ ସୂତ୍ର ରେ ବାନ୍ଧିବାର ପ୍ରୟାସ ରେ ଓଡିଶା ର ସାହିତ୍ୟ ଅନୁଷ୍ଠାନ ଏକକ ସମ୍ପର୍କ ଅଭିଯାନ ରେ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ର ସମ୍ପାଦକ ବାହାରିବେ। ଆଜି କଳାହାଣ୍ଡି ର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ ସଭାପତି ପଦ୍ମ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ବିଷୟ ମଧ୍ୟ ଆଲୋଚନା ହୋଇଥିଲା। ଏହି ବୈଠକରେ ସମ୍ପାଦକ ହେମନ୍ତ ସାହୁ ନିଜସ୍ଵ ଉଦ୍ୟମରେ ଓଡ଼ିଶାରେ ଥିବା ସମସ୍ତ ସାହିତ୍ୟ ଅନୁଷ୍ଠାନ କୁ ଯାଇ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଆଲୋଚନା ପୂର୍ବକ ଅନୁଷ୍ଠାନ ଗୁଡିକର ସବିଶେଷ ବିବରଣୀ ସଂଗ୍ରହ କରିବା ସହ ଅଭିଯାନ ପରେ ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ:ଓଡ଼ିଆ ଭାଷା ସାହିତ୍ୟକୁ ଅବଦାନ ଶୀର୍ଷକ ରେ ଏକ ପୁସ୍ତକ ସମ୍ପାଦନା ପାଇଁ ଯୋଜନା କରିଥିବା ପ୍ରକାଶ କରିଥିଲେ। ଯୁଗ ଯାତ୍ରୀ ସାହିତ୍ୟ ସଂସଦ ସାହିତ୍ୟ ସେବାରେ ୫୧ ବର୍ଷ ପୂର୍ତ୍ତି କରିଥିବା ବେଳେ ଏହାର ସମ୍ପାଦକ ଶ୍ରୀ ସାହୁଙ୍କ ଏହି ଉଦ୍ୟମ ପ୍ରଶଂସା ଯୋଗ୍ୟ ବୋଲି ଉପସ୍ଥିତ ଉପଦେଷ୍ଟା ସୁରେନ୍ଦ୍ର ମହାଖୁଡ଼, ବରିଷ୍ଠ ସଦସ୍ୟ, କୋଷାଧ୍ୟକ୍ଷ ଉଦୟ ନାୟକ, କୀର୍ତ୍ତନ ଘିଭେଲା, ସହ ସଂପାଦକ ପରମାନନ୍ଦ ବିଶି, ସଦସ୍ୟ ନାରାୟଣ ମହାଳିକ, ଜଗଦୀଶ ମାଝୀ ପ୍ରମୁଖ ନିଜ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ତେବେ ଖୁବ୍ କମ୍ ଦିନ ମଧ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସମସ୍ତ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଏହି ଅଭିଯାନ ର ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି କହିବା ସହ ଆଗାମୀ ଫେବୃଆରୀ ମାସ ୧୬ ତାରିଖରେ ଏହି ଅଭିଯାନ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ଠାରୁ ଆରମ୍ଭ ହେବ ଏବଂ ଏକାକୀ ବାଇକ୍ ଯୋଗେ ଏହି ଅଭିଯାନ କରିବେ ବୋଲି ସମ୍ପାଦକ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

Related posts

ନାମ୍ପୋ ହାଟଠାରେ ପଞ୍ଚାୟତସ୍ତରୀୟ ୮୦ ତମ ସ୍ଵାଧନତା ଦିବସ ପାଳିତ 

Sunil Chandra Nayak

ଆଇନ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରାଥମିକ ପ୍ରସ୍ତୁତି ବୈଠକ ଆସନ୍ତା ୨ ରେ……

Sunil Chandra Nayak

ବିରମିତ୍ରପୁର ବନାଞ୍ଚଳରେ ଜଙ୍ଗଲ ନିଆଁ ନିବାରଣ ଏବଂ ଜନ ସୁରକ୍ଷା – ଗଜ ରକ୍ଷା ସଚେତନତା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!