ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକ୍ସ କ୍ୟାଡର୍ ଶିକ୍ଷକ ସଂଘ ତରଫରୁ ସହାୟତା ରାଶି ପ୍ରଦାନ 

ଏକ୍ସ କ୍ୟାଡର୍ ଶିକ୍ଷକ ସଂଘ ତରଫରୁ ସହାୟତା ରାଶି ପ୍ରଦାନ 

ଡାବୁଗାଁ, ୧/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ବଡ ଓଲମା ଆଶ୍ରମ ବିଦ୍ୟାଳୟରେ ଲମ୍ବୋଦର ଭତ୍ରl (୪୫) ଗଣଶିକ୍ଷକ ଭାବେ କାର୍ଯ୍ୟ କରିଆସୁଥିଲେ l ତାଙ୍କର ଦେହ ହଠାତ୍ ଖରାପ ହେବାରୁ ସେ ଜାନୁଆରୀ ମାସ ୨୩ ତାରିଖ ଦିନ ମୃତ୍ୟୁବରଣ କରିଥିଲେ l ଏ ଦୁଃଖଦ ଖବରପାଇ ଡାବୁଗାଁ ବ୍ଳକ ଏକ୍ସ କ୍ୟାଡର୍ ଶିକ୍ଷକ ସଂଘ ମହଲରେ ଦୁଃଖ ର ଛାୟା ଖେଳିଯାଇଥିଲା l ଆଜି ଦଶାହ କାର୍ଯ୍ୟ ଦିବସ ପଡିଥିବାରୁ ଡାବୁଗାଁ ବ୍ଳକ ଏକ୍ସ କ୍ୟାଡର୍ ଶିକ୍ଷକ ସଂଘ ଙ୍କ ତରଫରୁ ସ୍ଵର୍ଗତ ଲମ୍ବୋଦର ଭତ୍ରl ଙ୍କ ଘର ତାଳବେଡା ଗ୍ରାମକୁ ଯାଇ ମୃତ ଶିକ୍ଷକଙ୍କ ପତ୍ନୀଙ୍କୁ ଚାଉଳ, ପନିପରିବା, ଲୁଗାପଟା ଓ ଆର୍ଥିକ ସହାୟତା ପ୍ରଦାନ କରିଥିଲେ l ସୂଚନାଯୋଗ୍ୟ:- ତାଙ୍କର ଗୋଟିଏ ଝିଅ, ଦୁଇଟି ପୁଅ ଅଛନ୍ତି, ବଡ ଝିଅ ଯୁକ୍ତ ଦୁଇ ପାଶ୍ କରିଥିବା ବେଳେ ଗୋଟିଏ ପୁଅ ଅଷ୍ଟମ, ଆଉ ଗୋଟିଏ ପୁଅ ୫ମ ରେ ପାଠ ପଢୁଛନ୍ତି l ଉକ୍ତ ସହାୟତା ପ୍ରଦାନ କରିବା ସମୟରେ ଏକ୍ସ କ୍ୟାଡର୍ ଶିକ୍ଷକ ଶିକ୍ଷକ ସଂଘ ସଭାପତି ବଲ୍ଳଭ ନାରାୟଣ ପଣ୍ଡା, ନରସିଂହ ମାଝୀ, ଜିତେନ୍ଦ୍ର ମାଝୀ, ପ୍ରଦୀପ ପାଢୀ, ଦୁର୍ଗା ରଥ, ରବି ପ୍ରଧାନ, ଡମଣା ମେହେର, ଉଦରନ ଭତ୍ରl, ଶୁଭେନ୍ଦୁ ଦାସ, ଆଶାରାମ ହରିଜନ, ଧରମୁ ପରଜା, ସମୁଦୁ ଗଣ୍ଡ, ଭକଚନ୍ଦ ମାଝୀ, ଦଶମନ ମାଝୀ ପ୍ରମୁଖ ଉପସ୍ଥିତ ରହି ତାଙ୍କ ପରିବାର ବର୍ଗଙ୍କ ନିକଟରେ ଦୁଃଖ ପ୍ରକାଶ କରି ଶାନ୍ତ୍ୱନା ଦେଇ ସହାୟତା ରାଶି ଓ ସମାଗ୍ରୀ ଦେବାରେ ସହଯୋଗ କରିଥିଲେ l ଉକ୍ତ ଅସହାୟ ପରିବାର ଉପରେ ସରକାରଙ୍କ କୃପାଦୃଷ୍ଟି ପଡି ବଡ ଝିଅକୁ ଚାକିରୀ ଯୋଗାଇ ଦେଲେ ପରିବାର ଅନ୍ତତଃ ଆଶ୍ୱସ୍ତ ହୋଇ ପାରନ୍ତା ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି l

 ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

Sunil Chandra Nayak

ନିରୀହ ଛାତ୍ରଛାତ୍ରୀ ମାନଙ୍କୁ ନେଇ ହେଉଥିବା ରାଜନୀତି ଦୁର୍ଭାଗ୍ୟ ଜନକ – ବିଧାୟକ ଶ୍ରୀ ତନ୍ତୀ

Sunil Chandra Nayak

କେଗାଁ ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!