ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନ୍ୟବର ବିଧାୟକ ଙ୍କ ଦ୍ୱାରା ଖୁଟୁଲୁଗୁଡା ଠାରେ ଆମ ଅଙ୍ଗନବାଡି କେନ୍ଦ୍ର ଳୋକାର୍ପଣ।

ମାନ୍ୟବର ବିଧାୟକ ଙ୍କ ଦ୍ୱାରା ଖୁଟୁଲୁଗୁଡା ଠାରେ ଆମ ଅଙ୍ଗନବାଡି କେନ୍ଦ୍ର ଳୋକାର୍ପଣ।

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବଡ଼ଘୁମେର ପଞ୍ଚାୟତ ଖୁଟୁଲୁଗୁଡା ଠାରେ ମାନ୍ୟବର ଧର୍ମଗଡ଼ ବିଧାୟକ ଙ୍କ ଦ୍ୱାର ଆଦର୍ଶ ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ ହୋଇଯାଇଛି l ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ସିଡିପିଓ ଧରିତ୍ରୀ ପାଣିଗ୍ରାହୀ,ବିଡିଓ ସଦାଶିବ ନାୟକ,ସରପଞ୍ଚ ଜନ୍ମେଜୟ ଗୋପାଳ, ସମିତି ସଭ୍ୟ କୌଶଲ୍ୟା ନାଏକ, ବରିଷ୍ଠ ସାମ୍ବାଦିକ ଇଙ୍ଗିତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l 

ଅଙ୍ଗନବାଡି କେନ୍ଦ୍ର ହେଉଛି ଶିଶୁମାନଙ୍କର ଭବିଷ୍ୟତ ଗଢ଼ିବାର ପ୍ରଥମ ସୋପାନ ଏଠାରେ ଶିଶୁମାନେ ପୋଷଣ, ଶିକ୍ଷା,ସଂସ୍କାର ଓ ସୁରକ୍ଷା ପାଇଥାନ୍ତି। ମାଆ ଓ ଗର୍ଭବତୀ ମହିଳାମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସହାୟତା କେନ୍ଦ୍ର। ଆଜି ଏହି ଅଙ୍ଗନବାଡି କେନ୍ଦ୍ର ଅନୁଷ୍ଠାନିକ ଭାବରେ ଲୋକାର୍ପଣ ହୋଇଯାଇଛି, ଆଗାମି ଦିନରେ ଏହି ଅଙ୍ଗନବାଡି କେନ୍ଦ୍ରକୁ ସୁଚାଳିତ କରିବା,ଶିଶୁମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ କରିବାରେ ସହଯୋଗ କରିବା ଏହା ହେଉଛି ଆମ ଦୃଢ଼ ସଙ୍କଳ୍ପ ବୋଲି ଏହି ଅବସରରେ ବିଧାୟକ ପ୍ରକାଶ କରିଥିଲେ । 

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଆଉଟ ସର୍ସିଙ୍ଗ କର୍ମଚାରୀ ମାନଙ୍କର ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ରାଜ୍ୟସଭା ସାଂସଦଙ୍କ ଭଟାଙ୍ଗପଦର ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

Sunil Chandra Nayak

ଓଡିଶା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସଂଘର ଦୁଇ ଦିନିଆ ରାଜ୍ୟ ସମ୍ମିଳନୀ ଉଦଯାପିତ

masiha

Leave a Comment

error: Content is protected !!