ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ରେ ବିଶାଳ ହିନ୍ଦୁ ସମ୍ମିଳନୀ 

ଧର୍ମଗଡ଼ ରେ ବିଶାଳ ହିନ୍ଦୁ ସମ୍ମିଳନୀ 

ଧର୍ମଗଡ: ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଶତାବ୍ଦୀ ପୁର୍ତ୍ତୀ ଉପଲକ୍ଷେ ଧର୍ମଗଡ଼ ସରସ୍ଵତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଏକ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଏକ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା । ପରେ ବିଶ୍ଵ ଶାନ୍ତି ପାଇଁ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେଲା l ସମବେତ ଜନତାଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ମଧୁ ବାବା ଯୋଗ ଦେଇ ହିନ୍ଦୁ ହିତ ପାଇଁ ସମସ୍ତେ ଜାତି, ବର୍ଣ୍ଣ,ମତ ,ପନ୍ଥ ନିର୍ବିଶେଷରେ ଏକ ହୋଇ ରହିବା ପାଇଁ ଆହ୍ଵାନ କରିଥିଲେ l

ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଓଡିଶା ପଶ୍ଚିମ ପ୍ରାନ୍ତର ସମରସତl ବିଭାଗର ସଦସ୍ୟ ଅଧିବକ୍ତା ଶ୍ରୀ ଡମ୍ବରୁଧର କର୍ମୀ ସମସ୍ତଙ୍କ ଉଦ୍ଧେଶ୍ୟରେ ପଞ୍ଚ ପରିବର୍ତ୍ତନ ନିଜ ଜୀବନ ଓ ଆଚରଣରେ ଅପଣାଇବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଗାୟତ୍ରୀ ପରିବାର ର ଶ୍ରୀମତୀ ଆଶା ମଞ୍ଜରି ମୁଣ୍ଡ ସନାତନୀ ହିନ୍ଦୁ ଭାବେ ଯଜ୍ଞ କର୍ମ ଆଚରଣ ଉପରେ ଗୁରୁତ୍ଵ ଦେବାକୁ ନିଜ ବକ୍ତବ୍ୟ ରେ କହିଥିଲେ l ଶାନ୍ତି ପାଠ ସହ କାର୍ଯ୍ୟକ୍ରମ ସମାପ୍ତି ହେଲା l କାର୍ଯ୍ୟକ୍ରମ ଶେଷ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଭାରତ ରତ୍ନ ରାଜୀବ ଗାନ୍ଧୀ ଙ୍କ ଜନ୍ମ ବାର୍ଷିକ ପାଳିତ

masiha

ଶିଶୁ ବାଟିକା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ

masiha

ମ୍ୟୁଜିକ ସର୍କଲ ରାଉରକେଲାର ସାଂସ୍କୃତିକ ପରିବେଶକୁ ପରିପୁଷ୍ଟ କରିଛି

Sunil Chandra Nayak

Leave a Comment

error: Content is protected !!