ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନାବେଡ଼ା ହାଲ୍ ବିସ୍ଥାପିତ ପରିବାର ବାସହରା ଙ୍କୁ ନେଇ ସାମ୍ବାଦିକ ସମ୍ବିଳନୀ

ସୁନାବେଡ଼ା ହାଲ୍ ବିସ୍ଥାପିତ ପରିବାର ବାସହରା ଙ୍କୁ ନେଇ ସାମ୍ବାଦିକ ସମ୍ବିଳନୀ

କୋରାପୁଟର ସୁନାବେଡ଼ାରେ ରାଷ୍ଟ୍ରାୟତ ଉଦ୍ୟୋଗ ହିନ୍ଦୁସ୍ଥାନ ଏରୋନେଟିକ୍ ଲିମିଟେଡ (ହାଲ୍) ପ୍ରତିଷ୍ଠା ପାଇଁ ୨୦ରୁ ଉର୍ଦ୍ଧ୍ବ ଗାଁ କୁ ବିସ୍ଥାପିତ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କୁ ଉପଯୁକ୍ତ ଭାବେ ଥଇଥାନ କରାଯାଇନାହିଁ । ସେମାନଙ୍କୁ ନ୍ୟାୟସଙ୍ଗତ ଭାବେ ଥଇଥାନ କରିବା ବଦଳରେ ଅନ୍ୟାୟ ଭାବେ ବୁଲଡୋଜର୍ ରାଜ୍ ଜରିଆରେ ଗତ ୨୧ ଜାନୁଆରୀରେ ପୁନଃ ବିସ୍ଥାପନ କରିବା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ବୋଲି ଘଟଣାର ଅନୁଧ୍ୟାନ କରିବାକୁ ଆସିଥିବା ଏକ ରାଜ୍ୟ ତଥ୍ୟାନୁସନ୍ଧାନୀ ଦଳର ପ୍ରତିନିଧିମାନେ ଏକ ସାମ୍ବାଦିକ ସମ୍ମିଳନୀରେ ମତବ୍ୟକ୍ତ ରଖିଛନ୍ତି । କୋରାପୁଟ ଅତିଥି ଭବନରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଲୋକଶକ୍ତି ଅଭିଯାନର ରାଜ୍ୟ ସଭାପତି ପ୍ରଫୁଲ୍ଲ ସାମନ୍ତରା, ନିୟମଗିରି ସୁରକ୍ଷା ସମିତିର ଉପଦେଷ୍ଟା ଲିଙ୍ଗରାଜ ଆଜାଦ୍, ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ (ଏନ୍.ଏ. ପି.ଏମ୍.) ତଥା ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ଗବେଷକ ସନ୍ଦୀପ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ଗୁପ୍ତେଶ୍ୱର ପାଣିଗ୍ରାହୀ ଯୋଗଦେଇ କ୍ଷତିଗ୍ରସ୍ତ ୬ ଟି ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଏବଂ ବୁଲଡୋଜର୍ ରାଜ୍ ନୀତିର ଉଚ୍ଛେଦ ପାଇଁ ଦାବି କରିଥିଲେ। ଗତ ଜାନୁଆରୀ ୨୧ ତାରିଖ ସକାଳୁ ଲୋକମାନେ ନିଦରୁ ଉଠିବା ପୂର୍ବରୁ ହାଲ୍ ର ନିରାପତ୍ତା ବାହିନୀ, ସେମିଳିଗୁଡା ଥାନା ଅଧିକାରୀଣୀ, ତହସିଲଦାର ପୋଲିସ୍ ଫୋର୍ସ ଓ ବୁଲଡୋଜର୍ ନେଇ ତାଲାପୁଟ ଗାଁ ର ଚୈତନ୍ୟ ବୁରୁଡି, କମଲୁ ଖିଲୋ, ରଘୁ କିଣୁବୁଡି, ହରିବନ୍ଧୁ ଖିଲୋ, ମଙ୍ଗଳା ଦେଉଳପଡିଆ, ଭାସ୍କର ମାଛ ଙ୍କ ଘରକୁ ବଳପୂର୍ବକ ଭାଙ୍ଗି ଦେଇଥିଲେ ଓ ସେମାନଙ୍କର ଲକ୍ଷାଧିକ ଟଙ୍କାର ଆସବାବପତ୍ର ନଷ୍ଟ କରିଦେଇଥିଲେ। ସ୍ଥାନୀୟ ଲୋକଙ୍କ ବିରୋଧ ପରେ ସେମାନେ ବୁଲଡୋଜର୍ ରାଜ୍ ବନ୍ଦ ହୋଇଥିଲା। ଚୈତନ୍ୟ ବୁରୁଡି ଙ୍କ ପତ୍ନୀ ସରସ୍ଵତୀ ବୁରୁଡି ଙ୍କ ୧୫ ଦିନର ଶିଶୁ ରହିଛନ୍ତି।

କୋରାପୁଟଜିଲ୍ଲାରୁ ଶ୳୲ମଖିଲ ଙ୍କ ରିପୋର୍ଟ୍ 

Related posts

ଡବ୍ଲ୍ୟୁ ଓ ଡି ସି ଅଧ୍ୟକ୍ଷ ଓ ସି ଓ ଙ୍କ ଥୁଆମୂଳ ରାମପୁର ବ୍ଳକ ଗସ୍ତ

Sunil Chandra Nayak

ରାତି ପାହିଲେ ବଡ଼ଦିନ, ଉତ୍ସବ ପାଳନ ପାଇଁ ବାଲିଗୁଡାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

masiha

Youths in Kantabanji Make Waves with Cow Service

masiha

Leave a Comment

error: Content is protected !!