ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବରଟୋଲିରେ ନିଃଶୁକ୍ଳ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ରାଉରକେଲା/ ବରଟୋଲି ବିକାଶ ମଞ୍ଚ ତରଫରୁ ବରଟୋଲି ସ୍ଥିତ ପଦ୍ମିନୀ ପ୍ୟାଲେସ ଠାରେ ନିଃଶୁକ୍ଳ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ସହଯୋଗୀ ଅନୁଷ୍ଠାନ ଡାକ୍ତର ଏସ୍ ଏସ୍ ଦାଶ ମେମୋରିଆଲ ଟ୍ରଷ୍ଟ,ହାଇଟେକ ମେଡିକାଲ କଲେଜ ଓ ଡାମିଟ୍ସର ମିଳିତ ସହଯୋଗରେ ଆୟୋଜିତ ଏହି ସ୍ବାସ୍ଥ୍ୟ ସେବା ଶିବିରକୁ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ହାଲୁ ମୁଣ୍ଡାରୀ, ବିଶ୍ରା ବ୍ଳକ ଅଧ୍ୟକ୍ଷ ଫୁଲମଣି କେର୍କେଟା,ବିରମିତ୍ରପୁର ଅଧ୍ୟକ୍ଷ ସନ୍ଦିପ ମିଶ୍ର,ସରପଞ୍ଚ ବେଦନା ଓରାମ, ସମିତି ସଭ୍ୟ ପାଓଲିନ ଜାତେ,ବିମଳ ବିଶି,ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିରରେ ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ସର୍ବଶ୍ରୀ ଡାକ୍ତର ୟୁ.ସି.ଜେନା,ଡାକ୍ତର ବ୍ରିଜେଶ ମୁଖାର୍ଜୀ, ଡାକ୍ତର ରାଧା ଶତପଥୀ,ଡାକ୍ତର ଜି.ଏସ.ପାତ୍ର,ଡାକ୍ତର ସଂଘମିତ୍ରା ଶତପଥୀ,ଡାକ୍ତର ବିଷ୍ଣୁପ୍ରିୟା ପାଣି ପ୍ରମୁଖ ଚିକିତ୍ସା କରିଥିଲେ। ଅର୍ଥୋ,ଔଷଧ,ଶିଶୁ,ପାଥୋଲୋଜି,ଚକ୍ଷୁ ଆଦି ପରୀକ୍ଷା କରାଯାଇଥିଲା। ସେହିପରି ଟେଷ୍ଟିଂ ରେ ଚକ୍ଷୁ,ବିଏମଡି,ଏନଡିସି, ମଧୁମେହ,ଓଜନ,ବ୍ଲଡ ପ୍ରେସର ଓ ଇସିଜି ଆଦି ପରୀକ୍ଷା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ବିକାଶ ସମିତିର ସଭାପତି ବିଜୟ ଦାଶ,ଉପସଭାପତି ରମାକାନ୍ତ ସୂତାର,ସାଧାରଣ ସଂପାଦକ ପ୍ରଭାତ କୁମାର ଜେନା,ସହ ସଂପାଦକ ମନୋରଞ୍ଜନ ନାୟକ ଓ ଅନ୍ୟମାନେ,ହାଇଟେକ ମେଡିକାଲ କଲେଜର ବରିଷ୍ଠ ଅଧିକାରୀ ସଲିଳ ପଟ୍ଟନାୟକ,ଡାମିଟ୍ସର ଇଂ ଯତୀନ୍ଦ୍ର ନାୟକ,ଡା ଏସ୍ ଏସ୍ ଦାଶ ମେମୋରିଆଲ ଟ୍ରଷ୍ଟର ସଂଜୀବ ମହାନ୍ତି,ପ୍ରଭାତ କୁମାର ମହାନ୍ତି,ଲକ୍ଷ୍ମୀଧର ନାୟକ,ଧର୍ମେନ୍ଦ୍ର ପୃଷ୍ଟି,ସୁରେନ୍ଦ୍ର ଦାଶ,ବାଣୀବ୍ରତ ଭୋଳ, ବସନ୍ତ ବାରିକ,ଗୋକୁଳାନନ୍ଦ ସାମଲ,ପରଭେଜ ଅରୋରା,ଗୋକୁଳାନନ୍ଦ ଦାସ,ପିତାମ୍ବର ଲେଙ୍କା, କ୍ରିଷ୍ଣା ସିଂହ, ହୃଷିକେଶ ନାୟକ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସଂପାଦକ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ସାହାଜଖୋଲ ଜଙ୍ଗଲରୁ ପିକଅପ ଗାଡି ସହ ବ୍ୟାପକ ମାତ୍ରାରେ ଗଞ୍ଜେଇ ଜବତ, ଜଣେ ଗିରଫ

Sunil Chandra Nayak

ଆସନ୍ତା କାଲି ଭବାନୀପାଟଣା ଓ ଲାଞ୍ଜିଗଡ ବ୍ଳକରେ ପଞ୍ଚାୟତ ନିର୍ବାଚନକୁ ନେଇ ପ୍ରସ୍ତୁତି

Sunil Chandra Nayak

ପିତବାସପୁର ସ୍କୁଲ ପରିଦର୍ଶନ କଲେ ବ୍ଲକ ଉପାଧ୍ୟକ୍ଷ

Sunil Chandra Nayak

Leave a Comment

error: Content is protected !!