ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କୋଇଡାରେ ୩୦ ଲକ୍ଷରୁ ଅଧିକ ଟଙ୍କାର ଅଫିମ ଚାଷ ନଷ୍ଟ

କୋଇଡାରେ ୩୦ ଲକ୍ଷରୁ ଅଧିକ ଟଙ୍କାର ଅଫିମ ଚାଷ ନଷ୍ଟ

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅଧୀନସ୍ଥ ପୁଣ୍ଡୁ ପାଖରୀ ଜଙ୍ଗଲରେ ଅବୈଧ ଅଫିମ ଚାଷ ଉପରେ ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ। ଗୁପ୍ତ ସୂଚନା ଆଧାରରେ ରାଉରକେଲା ଏସପି ନୀତେଶ ୱାଧୱାନିଙ୍କ ନେତୃତ୍ୱରେ ଅଭକାରୀ ବିଭାଗ, ବନ ବିଭାଗ ଓ ପୋଲିସର ମିଳିତ ଦଳ ଚଢ଼ାଉ କରିଥିଲେ।

ଚଢ଼ାଉ ସମୟରେ ପ୍ରାୟ ୫ ଏକର ଜଙ୍ଗଲ ଜମିରେ ହୋଇଥିବା ଅବୈଧ ଅଫିମ ଚାଷକୁ ଚିହ୍ନଟ କରାଯାଇ ୪୦ ରୁ ୫୦ ହଜାର ପର୍ଯ୍ୟନ୍ତ ଅଫିମ ଗଛକୁ ନଷ୍ଟ କରାଯାଇଥିଲା। ଏହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଏହି ଘଟଣା ସହ ଜଡିତ ଥିବା ଦୁଇଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଅବୈଧ ଚାଷ ଓ ମାଦକଦ୍ରବ୍ୟ ବିରୋଧରେ ଆଗାମୀ ଦିନରେ ମଧ୍ୟ ଏପରି କଡ଼ା ଅଭିଯାନ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ସ୍ଥାନୀୟ ଅଞ୍ଚଳରେ ଏହି ଚଢ଼ାଉକୁ ନେଇ ସଚେତନତା ବଢ଼ିଥିବା ବେଳେ ଅବୈଧ କାର୍ଯ୍ୟକଳାପ ଉପରେ ପ୍ରଶାସନର କଡ଼ା ନଜର ରହିଛି। 

କୋଇଡା ରୁ ବନମାଳୀ ବାରିକଙ୍କ ରିପୋର୍ଟ୍ 

Related posts

ଆନ୍ତଃରାଜ୍ୟ ଆପ୍ ଆଧାରିତ ସାଇବର ଠକେଇ ସିଣ୍ଡିକେଟ : ରାଉରକେଲା ପୋଲିସ୍ ଦ୍ବାରା ୪ ଅଭିଯୁକ୍ତ ଗିରଫ

Sunil Chandra Nayak

୫ ଲକ୍ଷ ଟଙ୍କା ସରକାରୀ ପାଣ୍ଠି ଠକେଇ ଅଭିଯୋଗରେ ରାଉରକେଲା ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଜେଲ୍ ସଫେଇ କର୍ମଚାରୀଙ୍କୁ ଗିରଫ

Sunil Chandra Nayak

ରାଉରକେଲାରେ ଆନ୍ତଃରାଜ୍ୟ ଅବୈଧ ଜୁଆ ରାକେଟର ସହ-ଅଭିଯୁକ୍ତ ଗିରଫ

Sunil Chandra Nayak

Leave a Comment

error: Content is protected !!