ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ାରେ କୃଷି ଓ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ ,ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା

ନୂଆପଡ଼ାରେ କୃଷି ଓ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ ,ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ) ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ କୃଷି ଓ ଉଦ୍ୟାନ କୃଷି ବିଭାଗର ବିଭିନ୍ନ ଯୋଜନା ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ ରବିଋତୁ ପାଇଁ ଫସଲ ଖସଡ଼ା, ସାର ବଣ୍ଟନ, ଅଣ ଧାନ ଚାଷ , ଡିଜିଟାଲ କ୍ରପ ସର୍ଭେ ଏବଂ ବିଭିନ୍ନ ପ୍ରୋତ୍ସାହନ ବିତରଣ କାର୍ଯ୍ୟକ୍ରମ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ। ଏହାସହ ଶ୍ରୀ ଅନ୍ନ ଅଭିଯାନ ଓ ଚାଷୀ ରେଜିଷ୍ଟ୍ରି ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଥିଲା।

ଜିଲ୍ଲାପାଳ ଜିଲ୍ଲାରେ ଅଧିକ ପ୍ରସେସିଂ ୟୁନିଟ୍ ସ୍ଥାପନ ଉପରେ ଜୋର ଦେଇଥିବା ବେଳେ ପ୍ରତିଦିନ ମଣ୍ଡି ଦ୍ଵାରା ମାଣ୍ଡିଆ କ୍ରୟ ସୁନିଶ୍ଚିତ କରିବା ପାଇଁ ସମ୍ବନ୍ଧିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ ୧୩୧ଟି ଆଦର୍ଶ କୃଷି ଗ୍ରାମର ପ୍ରଗତି ସମୀକ୍ଷା କରି ସମସ୍ତ ବ୍ଲକ କୃଷି ଅଧିକାରୀଙ୍କୁ ପ୍ରତ୍ୟେକ ଆଦର୍ଶ କୃଷି ଗ୍ରାମରେ ପ୍ରି ସଦସ୍ୟ, ବିଡିଓ, ସିଭିଲ ସୋସାଇଟି, ଏନଜିଓ ଓ ଅନ୍ୟାନ୍ୟ ହିତାଧିକାରୀ ମାନଙ୍କ ସହ ଆଲୋଚନା ସଭା ଆୟୋଜନ କରି ଗୁରୁତ୍ୱପୂର୍ଣ୍ଣ ଅଭାବ (critical gap) ଚିହ୍ନଟ କରି ସେଗୁଡ଼ିକୁ ପୂରଣ କରିବା ପାଇଁ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହାସହିତ ଉଦ୍ୟାନ କୃଷି ବିଭାଗର ଯୋଜନାମାନ, ଯଥା ଉଦ୍ୟାନ କୃଷି ଅଭିବୃଦ୍ଧି ପାଇଁ ସମନ୍ୱିତ ମିଶନ, “ପ୍ରତି ବୁନ୍ଦାରୁ ଅଧିକ ଉତ୍ପାଦନ” ଯୋଜନା ଏବଂ ଖାଇବା ତେଲର ଜାତୀୟ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା।

ଏହି ଅବସରରେ ପାଞ୍ଚଜଣ ପ୍ରଗତିଶୀଳ ଓ ସଫଳ ଉଦ୍ୟାନ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ ବୋଡ଼େନ ବ୍ଲକର ଅକ୍ଷୟ ନିଆଲ, ଖରିଆରର ଚୁଲମଣି ବୈଠୁ, ସିନାପାଲି ର କୃଷ୍ଣ ହଂସ ,କୋମନାର ସଞ୍ଜୀବ ସାହୁ ଏବଂ ନୂଆପଡ଼ାର ରୁପକୁମାର ସାହୁ। ଶ୍ରୀ ସାହୁ ଛତୁ ଚାଷ ମାଧ୍ୟମରେ ସ୍ୱାବଲମ୍ବୀ ହୋଇଥିବା ସହ ତାଙ୍କର ଗୋଟିଏ ପୁଅ NISER, ଖୋର୍ଦ୍ଧାରେ ପଢୁଥିବା ବେଳେ ଆଉ ଜଣେ ପୁଅ NEET ପାଇଁ ପ୍ରସ୍ତୁତି ନେଉଛନ୍ତି। ଏହି ସୂଚନା ଜାଣି ଜିଲ୍ଲାପାଳ ଖୁସି ପ୍ରକାଶ କରିଥିଲେ।ସେହିପରି, ଜିଲ୍ଲାପାଳ ସମସ୍ତ କୃଷି ଅଧିକାରୀଙ୍କୁ” ଚାଷ ଅଛି ଯାହାର କି ଆନନ୍ଦ ତାହାର” କଲର୍ ଟ୍ୟୁନ୍ ରଖିବାକୁ ପ୍ରସ୍ତାବ ଦେଇଥିଲେ।ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଁସଦା ବିଭାଗୀୟ ବିବରଣୀ ଉପସ୍ଥାପନ କରିଥିଲେ। ବୈଠକରେ କୃଷି ଓ ଉଦ୍ୟାନ କୃଷି ବିଭାଗର ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ। 

Related posts

ଜେନ ଜେଡ ଙ୍କ ଦ୍ଵାରା ମହମ୍ମଦ ରଫି ସଙ୍ଗୀତ

Sunil Chandra Nayak

ମାଁ ଠାକୁରାଣୀ ଟ୍ରାକ୍ଟର ମାଲିକ ସଂଘ ଗଠିତ 

Sunil Chandra Nayak

ଖପ୍ରାଖୋଲ ରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଙ୍କ ସମୀକ୍ଷା ବୈଠକ,ବିଭିନ୍ନ ଉନ୍ନୟନ କାମ ର ସଫଳ ରୂପାୟନ ଉପରେ ଗୁରୁତ୍ବ

masiha

Leave a Comment

error: Content is protected !!