ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ାରେ ଜାତୀୟ କୃମି ନାଶକ ଦିବସ ପାଳିତ l ସମଗ୍ର ଜିଲ୍ଲାର ସମସ୍ତ ବିଦ୍ୟାଳୟ ଅଙ୍ଗନୱାଡ଼ି କେନ୍ଦ୍ରରେ ସାମୁହିକ ଔଷଧ ସେବନ

ନୂଆପଡ଼ାରେ ଜାତୀୟ କୃମି ନାଶକ ଦିବସ ପାଳିତ l ସମଗ୍ର ଜିଲ୍ଲାର ସମସ୍ତ ବିଦ୍ୟାଳୟ ଅଙ୍ଗନୱାଡ଼ି କେନ୍ଦ୍ରରେ ସାମୁହିକ ଔଷଧ ସେବନ 

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ) ନୂଆପଡ଼ା ସଦରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ କୃମି ନାଶକ ଦିବସ ଫେବୃଆରୀ ରାଉଣ୍ଡ–୨୦୨୬ ଉଦ୍ଘାଟିତ ହୋଇଯାଇଛି। ପ୍ରତିବର୍ଷ ଫେବୃଆରୀ ୧୦ ତାରିଖରେ ସାରା ଦେଶରେ ଜାତୀୟ କୃମି ନାଶକ ଦିବସ ପାଳନ କରାଯାଏ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ଶିଶୁ ଓ କିଶୋର–କିଶୋରୀମାନଙ୍କୁ କୃମି ସଂକ୍ରମଣରୁ ସୁରକ୍ଷିତ ରଖି ସ୍ୱାସ୍ଥ୍ୟବାନ କରିବା। ଏହି ଦିବସ ଉପଲକ୍ଷେ ସମଗ୍ର ଜିଲ୍ଲାର ସମସ୍ତ ବିଦ୍ୟାଳୟ ଅଙ୍ଗନୱାଡ଼ି କେନ୍ଦ୍ରରେ ସାମୁହିକ ଭାବରେ ଆଲ୍ ବେଣ୍ଡାଜଲ ଔଷଧ ସେବନ ବିତରଣ ଓ ସେବନ କରାଯାଇଛି l କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲା ପ୍ରକଳ୍ପ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନ ସତ୍ୟନାରାୟଣ ତ୍ରିପାଠୀ ସମସ୍ତଙ୍କୁ ସ୍ଵାଗତ କରି ଏହି ଦିବସର ଲକ୍ଷ ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଏହା ପରେ, ଅତିଥିମାନେ ବିଦ୍ୟାଳୟର ଶତାଧିକ ଛାତ୍ରୀମାନଙ୍କୁ ଆଲ୍ ବେଣ୍ଡାଜଲ ଟାବଲେଟ୍ ସେବନ କରାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅତିଥିମାନେ ଛାତ୍ରୀମାନଙ୍କୁ ଉଦବୋଧନ ଦେଇ କୃମି ସଂକ୍ରମଣ ନ ଥିଲେ ପିଲାମାନେ ଶାରୀରିକ ଓ ମାନସିକ ଭାବେ ଅଧିକ ସୁସ୍ଥ ରହନ୍ତି, ପଢ଼ାଶୁଣାରେ ମନୋଯୋଗ ଦେଇପାରନ୍ତି ଏବଂ ପୋଷଣ ଅଭାବ ଜନିତ ସମସ୍ୟାରୁ ରକ୍ଷା ପାଇଥାନ୍ତି ବୋଲି କହିଥିଲେ। କୃମି ନିୟନ୍ତ୍ରଣ ପାଇଁ କିଛି ସହଜ ଓ ଦୈନନ୍ଦିନ ଅଭ୍ୟାସ ଅତ୍ୟନ୍ତ ଆବଶ୍ୟକ ବୋଲି ସେମାନେ ଉଲ୍ଲେଖ କରିଥିଲେ। ସେହିପରି, ଖୋଲାରେ ମଳତ୍ୟାଗ ନ କରି ସର୍ବଦା ଶୌଚାଳୟ ବ୍ୟବହାର କରିବା, ନିଜ ପରିବେଶକୁ ସଫା ଓ ନିର୍ମଳ ରଖିବା, ଫଳ ଓ ପନିପରିବାକୁ ସ୍ବଚ୍ଛ ପାଣିରେ ଭଲଭାବେ ଧୋଇବା, ସର୍ବଦା ବିଶୁଦ୍ଧ ଜଳ ପାନ କରିବା, ନିଜ ନଖ ପରିସ୍କାର ଓ ଛୋଟ ରଖିବା, ଚପଲ ବ୍ୟବହାର କରିବା ଏବଂ ଖାଇବା ପୂର୍ବରୁ ଓ ଶୌଚାଳୟ ବ୍ୟବହାର ପରେ ସାବୁନରେ ହାତ ଧୋଇବା ପାଇଁ ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। 

କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡା. ଦ୍ୱାରିକାନାଥ ସତପଥୀ, ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ( ପରିବାର କଲ୍ଯାଣ) ଡା. ଜ୍ୟୋତିର୍ମୟ ସୁଭେନ୍ଦୁ ମହାନ୍ତି, ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ (କୁଷ୍ଠ) ଡା. ତନ୍ମୟ ସତପଥୀ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିଦ୍ୟାପତି ପଣ୍ଡା ପ୍ରମୁଖ ଅତିଥି ଭାବରେ ଉପସ୍ଥିତ ଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଜ୍ଞା ପରମିତା ବିଶ୍ୱାଳ ସମସ୍ତ ଅତିଥି, ଶିକ୍ଷକ–ଶିକ୍ଷୟିତ୍ରୀ ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। 

Related posts

ରାଷ୍ଟ୍ରୀୟ ମତଦାତା ଦିବସ ପାଇଁ ପ୍ରସ୍ତୁତି ବୈଠକ 

masiha

୭୬ ତମ ଜିଲ୍ଲାସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

masiha

ରୋଟାରୀ କ୍ଲବ୍ ପକ୍ଷରୁ ଦନ୍ତ ଲିଲି ଇଣ୍ଟରନ୍ୟାସନାଲ ସ୍କୁଲରେ ଦନ୍ତ ପରୀକ୍ଷା ଶିବିର

masiha

Leave a Comment

error: Content is protected !!