ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟରେ ସେଲ୍ଫ ଡିଫେନ୍ସ ପ୍ରଶିକ୍ଷଣ ଶିବିର ଉଦଯାପିତ

ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟରେ ସେଲ୍ଫ ଡିଫେନ୍ସ ପ୍ରଶିକ୍ଷଣ ଶିବିର ଉଦଯାପିତ

ଜୁନାଗଡ଼, ୧୪/୨(ମନୀସ) ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ଜୁନାଗଡ଼ ରେ ସେଲ୍ଫ ଡିଫେନ୍ସ ପ୍ରଶିିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଇତିହାସ ବିଭାଗର ଅଧ୍ୟାପିକା ସାଗରିକା ଦାଶଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିଳ୍ପପତି ଦୁର୍ଗା ପ୍ରସାଦ ନାଏକ ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳର ଆବଶ୍ୟକତା ଓ ମହତ୍ତ୍ୱ ବିଷୟରେ ଉଦ୍ବୋଧନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପି.ଆଇ. କଲେଜର ପୂର୍ବତନ ପ୍ରିନସିପାଲ ବିଭୁତି ଭୂଷଣ ମେହେର, ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ସଭାପତି ସନ୍ତୋଷ କୁମାର ସିଂହଦେଓ ଏବଂ ଜୁନାଗଡ଼ ସାମ୍ବାଦିକ ସଂଘର ପୂର୍ବତନ ସଭାପତି ଖଗେଶ୍ୱର ଧଙ୍ଗଡାମାଝୀ ଯୋଗଦାନ କରି ଆତ୍ମ ରକ୍ଷା ତାଲିମ ର ବିଶେଷତ୍ୱ ଉପରେ ଅବଲୋକନ କରିଥିଲେ l

ସଭା ପରିଚାଳନା ଓଡ଼ିଆ ବିଭାଗର ମୁଖ୍ୟ ବିଶ୍ୱରଞ୍ଜନ ବେହେରା କରିଥିବା ବେଳେ, କୋ-ଓର୍ଡିନେଟର ଅମିତା ମେହେର (ଓଡ଼ିଆ ଅଧ୍ୟାପିକା) ଏବଂ ସହ-କୋଓର୍ଡିନେଟର ସମୀର ସାହୁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଏହି ପ୍ରଶିକ୍ଷଣରେ ପ୍ରାୟ ୮୦ ଜଣ ଛାତ୍ରୀ ଅଂଶଗ୍ରହଣ କରି ସେଲ୍ଫ ଡିଫେନ୍ସ ଶିକ୍ଷା ଗ୍ରହଣ କରିଥିବା ସହିତ ସାର୍ଟିଫିକେଟ ପ୍ରାପ୍ତ କରିଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍  

Related posts

ମତଦାତା ଓ ମତଦାନ ସମ୍ଭନ୍ଧୀୟ ସଚେତନତା ନିମନ୍ତେ ଅନୁଷ୍ଠିତ ହେଲା “ପଥଉତ୍ସବ”

masiha

ଜିଲ୍ଳା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ବିହନ ବ୍ୟବସାୟ କେନ୍ଦ୍ର ନିରୀକ୍ଷଣ ଓ ଅଣ ସ୍ଵିକୃତୀ ପ୍ରାପ୍ତ ଧାନ ବିହନ କେନ୍ଦ୍ର ଯାଞ୍ଚ

masiha

Leave a Comment

error: Content is protected !!