ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଙ୍ଗଲ ନିଆଁ ପ୍ରତିରୋଧ ସଚେତନତା କାର୍ଯ୍ୟକ୍ରମ 

ଜଙ୍ଗଲ ନିଆଁ ପ୍ରତିରୋଧ ସଚେତନତା କାର୍ଯ୍ୟକ୍ରମ 

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ତରଫରୁ ଜଙ୍ଗଲ ନିଆଁ ପ୍ରତିରୋଧ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନ ବନାଞ୍ଚଳ ଅଧିକାରୀ ରାକେଶ ଦଳେଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ବିଶ୍ଵାଳ, ବିଦ୍ୟୁତ ବିଭାଗ ଆସିଷ୍ଟାଣ୍ଟ ମ୍ୟାନେଜର ନଳିନୀ ଶଙ୍କର ରଥ,ଭୁବନ ବନପାଳ ଶ୍ରୀମତୀ କଳ୍ପନା ବେହେରା, ଜିରାଳ ବନପାଳ ଶ୍ରୀମତୀ କବିତା ବିଶ୍ଵାଳ,ଫରେଷ୍ଟ ଗାର୍ଡ ଶ୍ରୀମତୀ ତୁଳସୀ ସାହୁ ଅତିଥି ଭାବେ ଯୋଗଦେଇ ଆଗାମୀ ଗ୍ରୀଷ୍ମ ରୁତୁକୁ ଦୃଷ୍ଟିରେ ରଖି କିପରି ଜଙ୍ଗଲ ଅବକ୍ଷୟ, ଚୋରି ଓ ନିଆଁ ଲାଗି ନଷ୍ଟ ହେଉଥିବା ଜଙ୍ଗଲର ସୁରକ୍ଷା ହୋଇ ପାରିବ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ l ବିଶେଷ କରି ଅଗ୍ନି ଦାଉରୁ କିପରି ଜଙ୍ଗଲକୁ ରକ୍ଷା କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । “ଜଙ୍ଗଲ ଆମ ସମ୍ପତି,ଭବିଷ୍ୟତ ପାଇଁ ଲୋଡା ନିହାତି ” “ଜଙ୍ଗଲ ସମ୍ପଦ ପୋଡିବା ନାହିଁ, ବନଜାତ ଜାତ ଦ୍ରବ୍ୟ ମିଳିବ ନାହିଁ ” ବୋଲି ସଚେତନ କରିଥିଲେ।

ଏହି ସଚେତନତା କାର୍ଯ୍ୟକ୍ରମରେ ହାତୀ ସ୍କ୍ୱାର୍ଡ,ବନବିଭାଗର ସମସ୍ତ କର୍ମଚାରୀଙ୍କ ସହିତ ସମେତ ବନ ସୁରକ୍ଷା ସମିତି ( ବି ଏସ ଏସ) ର ସଭାପତି ଏବଂ ସମ୍ପାଦକ ମାନେ ଯୋଗଦେଇଥିଲେ । 

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍  

Related posts

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ରୁପ୍ରା ପିଏଚସି ପରିଦର୍ଶନ 

Sunil Chandra Nayak

ପିଇଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ୱାର୍ଡମେମ୍ବରଙ୍କ ଧାରଣା

masiha

ରାଇରଙ୍ଗପୁରରେ ବାମନଘାଟି ଉପଖଣ୍ଡ ସ୍ତରୀୟ ତ୍ରିରଙ୍ଗା ଯାତ୍ରା ଉପଜିଲ୍ଲାପାଳଙ୍କ ଦ୍ୱାରା ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!