ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନବିକତାର ମୂର୍ତ୍ତିମନ୍ତ ପ୍ରତୀକ ବାବା ସାହେବ ଆମ୍ବେଦକର  ମହାସମାରୋହରେ ପାଳିତ ହେଲା ୧୩୪ତମ ଜନ୍ମଜୟନ୍ତୀ

ମାନବିକତାର ମୂର୍ତ୍ତିମନ୍ତ ପ୍ରତୀକ ବାବା ସାହେବ ଆମ୍ବେଦକର 

ମହାସମାରୋହରେ ପାଳିତ ହେଲା ୧୩୪ତମ ଜନ୍ମଜୟନ୍ତୀ
ନୀଳ ପତାକାରେ ଛାଇଗଲା ବିଶ୍ୱନାଥପୁର 

ଲାଞ୍ଜିଗଡ଼,୧୪/୦୪-ସାମାଜିକ ସମତା, ନ୍ୟାୟ, ତ୍ୟାଗ ଓ ବଳିଦାନର ଅନନ୍ୟ ଉଦାହରଣ ଥିଲେ ବାବାସାହେବ। କେବଳ ଭାରତୀୟ ସମ୍ବିଧାନର ଜନକ ଭାବେ ନୁହେଁ, ସମଗ୍ର ବିଶ୍ୱରେ ମାନବବାଦର ପ୍ରଚାର ପ୍ରସାର କରିବାରେ ତାଙ୍କର ଅଦ୍ଵିତୀୟ ଭୂମିକା ରହିଥିଲା। ପ୍ରକୃତ ଅର୍ଥରେ ମାନବିକତାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ବିଶ୍ୱରତ୍ନ ବାବାସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକର। ସମ୍ବିଧାନର ସୁରକ୍ଷା, ଅବଧାରଣା ସହିତ ତାଙ୍କ ନୀତି, ଆଦର୍ଶ ଓ ବିଚାରଧାରାକୁ ବଜାୟ ରଖିବା ଆଜିର ଆହ୍ୱାନ ବୋଲି କଳାହାଣ୍ଡି ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଠାରେ ଅନୁଷ୍ଠିତ ବାବାସାହେବଙ୍କ ୧୩୪ତମ ଜନ୍ମ ଜୟନ୍ତୀ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ଆଜି ବିଶ୍ୱନାଥପୁର ମେଡିକାଲ ଛକରୁ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ବ୍ଲକ ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଜଳପୁରୁଷ କାର୍ଜୀ ମାଝୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହାପରେ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜୟନ୍ତୀ ସଭାରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ଲାଞ୍ଜିଗଡ ବିଡିଓ ଶଶାଙ୍କ ପାତ୍ର, ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନର ସଭାପତି ଶ୍ରୀବତ୍ସ ତାଣ୍ଡି, ମୁଖ୍ୟବକ୍ତା ଭାବେ ମାଁ ହୀରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ କଙ୍କଣ କୁମାର ରାୟ, ସମ୍ମାନିତ ବକ୍ତା ଭାବେ ଏକଲବ୍ୟ ମଡେଲ ସ୍କୁଲର ଅଧ୍ୟକ୍ଷ ଦେବଦତ୍ତ ସାହୁ, ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ କ୍ଷୀରୋଦ ନାୟକ, ଜିଲ୍ଲା ପରିଷଦ ସଭ୍ୟ ପରୀକ୍ଷିତ ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ, ପୂର୍ବତନ ସାଂସଦ ପ୍ରତିନିଧି ଲକ୍ଷ୍ମୀଧର ସନ୍ତୋଷରାୟ, ଆଦିବାସୀ ନେତା ଶୁକ୍ରୁ ମାଝୀ, ପୂର୍ବତନ ସରପଞ୍ଚ ଅନନ୍ତ ପ୍ରଧାନୀ, ସମାଜସେବୀ ନିରଞ୍ଜନ ବିଭାର, ଶିକ୍ଷକ ରୋଶନ କୁମାର ରାଉଳ ପ୍ରମୁଖ ମଞ୍ଚାସୀନ ଥିଲେ। ଦଳିତ ଆଦିବାସୀ ମହାସଂଘ ଲାଞ୍ଜିଗଡ ବ୍ଲକ ଶାଖାର ସଭାପତି ହରିଶଙ୍କର ପାତ୍ର ଓ ଅଲ୍ ଓଡିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନ ଲାଞ୍ଜିଗଡ ବ୍ଲକ ଶାଖା ସଭାପତି ଜଗଦୀଶ ବେନିଆଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଓ ଆମ୍ବେଦକର ପ୍ରେମୀ ସାମିଲ ହୋଇଥିଲେ। ସଭା ପ୍ରାରମ୍ଭରେ ଶ୍ରୀ ବେନିଆ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ସଭା ପରିଚାଳନା କରିଥିଲେ ଦଳିତ ଆଦିବାସୀ ମହାସଂଘର ସାଧାରଣ ସଂପାଦକ ଓ ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନର ପ୍ରତିଷ୍ଠାତା ସଦସ୍ୟ ସୁଶୀଲ କୁମାର ବାଗ। ଧନ୍ୟବାଦ ଅର୍ପଣ କରିଥିଲେ ଫେଡେରେସନର ଜିଲ୍ଲା ଉପ ସଭାପତି ଗୋପାଳଦାସ ମହାନନ୍ଦ। ଫେଡେରେସନର ବ୍ଲକ କାର୍ଯ୍ୟକାରୀ ସଭାପତି ହରିହର କୁମାର, ମାଁ ଠାକୁରାଣୀ ଯୁବକ ସଂଘର ସଭାପତି ଭକ୍ତ ଗରଡିଆଙ୍କ ନେତୃତ୍ୱରେ ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ଜଗନ୍ନାଥପୁର ଯୁବକ ସଂଘର ନେତୃତ୍ୱରେ ବଳଭଦ୍ରପୁର, ଲାଞ୍ଜିଗଡ଼, ଛତ୍ରପୁର, ପତ୍ରାପଡା, ଚନ୍ଦନପୁର ଯୁବକ ସଂଘ ଓ ତିନିଶହରୁ ଉର୍ଦ୍ଧ୍ଵ ଆମ୍ବେଦକର ପ୍ରେମୀ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜଗନ୍ନାଥପୁରରୁ ଲାଞ୍ଜିଗଡ ଦେଇ ବିଶ୍ୱନାଥପୁର ଯିବା ସହିତ ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେହିପରି ଜଗନ୍ନାଥପୁର ପଡିଆରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ବିଶ୍ୱନାଥପୁର ପୁଲିସ ପକ୍ଷରୁ ଥାନାଧିକାରୀ ମମତା ହେମ୍ବ୍ରମ ଓ ଲାଞ୍ଜିଗଡ ପୁଲିସ ପକ୍ଷରୁ ଏସଆଇ ମାଝୀ ଗମାଙ୍ଗୋଙ୍କ ନେତୃତ୍ୱରେ ପୁଲିସ ବାହିନୀ ଶାନ୍ତି ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ନିୟୋଜିତ ଥିଲେ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘ ର ଜିଲ୍ଲା ସ୍ତରୀୟ ବୈଠକ 

masiha

କନ୍ଧମାଳ ମହୋତ୍ସବ ରେ ସ୍ଥାନୀୟ କଳାକାର ଙ୍କୁ ମିଳୁନି ସୁଯୋଗ – ଜଳନ୍ଧର, ଯଦୁ ନନ୍ଦନ 

Sunil Chandra Nayak

ବ୍ରହ୍ମପୁର ମହାନଗରନିଗମର ଦଶମ ପୁସ୍ତକମେଳା ଉଦଯାପନୀ ସାରସ୍ୱତ ସମାରୋହରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ସଂସଦ, ନିଶିଗନ୍ଧା ପ୍ରକାଶନୀ କୁ ସମ୍ମାନିତ କରାଯାଇଥିଲା

masiha

Leave a Comment

error: Content is protected !!