ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ଓଡ଼ିଆ ସିନେମା ଜଗତରେ ନୂଆ ଅଧ୍ୟାୟ: ମୁକ୍ତିଲାଭ କଲା ଓଡ଼ିଶାର ପ୍ରଥମ AI କ୍ଷୁଦ୍ର ଚଳଚ୍ଚିତ୍ର “ନିଃସର୍ତ୍ତ”

ଓଡ଼ିଆ ସିନେମା ଜଗତରେ ନୂଆ ଅଧ୍ୟାୟ: ମୁକ୍ତିଲାଭ କଲା ଓଡ଼ିଶାର ପ୍ରଥମ AI କ୍ଷୁଦ୍ର ଚଳଚ୍ଚିତ୍ର “ନିଃସର୍ତ୍ତ”

ରାଉରକେଲା: ଓଡ଼ିଆ ମନୋରଞ୍ଜନ ଦୁନିଆରେ ଏକ ନୂତନ କ୍ରାନ୍ତିର ଆରମ୍ଭ ହୋଇଛି। ଆଧୁନିକ ଜ୍ଞାନକୌଶଳ ଏବଂ ମାନବୀୟ ସୃଜନଶୀଳତାର ଅପୂର୍ବ ମିଶ୍ରଣରେ ପ୍ରସ୍ତୁତ ହୋଇଛି ଓଡ଼ିଶାର ସର୍ବପ୍ରଥମ କୃତ୍ରିମ ବୁଦ୍ଧିମତ୍ତା (AI) ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର “ନିଃସର୍ତ୍ତ” ।

‘ଓଲି ପ୍ଲସ୍ ଏଣ୍ଟରଟେନମେଣ୍ଟ’ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ଭାବେ AI ଟେକ୍ନୋଲୋଜି ସାହାଯ୍ୟରେ ନିର୍ମାଣ କରାଯାଇଛି, ଯାହା ଓଡ଼ିଶାରେ ପ୍ରଥମ। ଏହାର ପରିକଳ୍ପନା ଓ ନିର୍ମାଣ ଯୁବ ପ୍ରତିଭା ଶୁଭ୍ରକାନ୍ତ ସାହୁ ଙ୍କ ଦ୍ୱାରା କରାଯାଇଛି। ଏହି ଫିଲ୍ମ ସମ୍ପର୍କରେ ଶୁଭ୍ରକାନ୍ତ କହିଛନ୍ତି, “ଏହା କେବଳ ଏକ ଫିଲ୍ମ ନୁହେଁ, ବରଂ ଓଡ଼ିଆ ସିନେମା ପାଇଁ ଏକ ପରୀକ୍ଷାମୂଳକ ପ୍ରୟାସ। AI ଏବଂ ମଣିଷର ଭାବନାକୁ ଏକାଠି କରି ଆମେ ଦର୍ଶକଙ୍କୁ କିଛି ନୂଆ ଦେଖାଇବାକୁ ଚେଷ୍ଟା କରିଛୁ। ଏହି ନିଆରା ପ୍ରୋଜେକ୍ଟରେ ବିଶେଷ ସହଯୋଗ କରିଛନ୍ତି ବିଶ୍ୱଜିତ୍ ଦାଶ, ସୌମ୍ୟ ବଳ, ମନୋରଞ୍ଜନ ଓଝା ଏବଂ ଲକ୍ଷ୍ମୀନାରାୟଣ । ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଏହି ସ୍ୱପ୍ନ ସାକାର ହୋଇପାରିଛି।

ଫିଲ୍ମଟି ବର୍ତ୍ତମାନ ଓଲି ପ୍ଲସ୍ ଏଣ୍ଟରଟେନମେଣ୍ଟ (Olly Plus Entertainment) ୟୁଟ୍ୟୁବ୍ ଚ୍ୟାନେଲରେ ମୁକ୍ତିଲାଭ କରିସାରିଛି ଏବଂ ଦର୍ଶକଙ୍କ ମହଲରେ ବେଶ୍ ଆଦୃତ ହେଉଛି। ଯଦି ଆପଣ କିଛି ନୂଆ ଏବଂ ଭିନ୍ନ ସ୍ୱାଦର କାହାଣୀ ଦେଖିବାକୁ ଚାହୁଁଛନ୍ତି, ତେବେ ଏହାକୁ ନିଶ୍ଚୟ ଦେଖନ୍ତୁ ବୋଲି ଶ୍ରୀ ସାହୁ ଅନୁରୋଧ କରିଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନୂଆ ଓଡ଼ିଆ ଚଳଚ୍ଚିତ୍ର ଜୟ ହିନ୍ଦ୍ ର ଫାଷ୍ଟ ଲୁକ୍ ଉନ୍ମୋଚନ

masiha

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ …… ନବମ ଦିନ ଉତ୍କଳୀ ସାଂସ୍କୃତିକ ଶିଳ୍ପୀ ର ନାଟକ ହନୁର ଲାଞ୍ଜ ମଞ୍ଚସ୍ଥ …..

masiha

ସ୍ୱସ୍ତି ଝଙ୍କାର ନାଟକ ମହୋତ୍ସବ , ପଞ୍ଚମ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ ‘ଅନନ୍ୟ ‘ 

Sunil Chandra Nayak

Leave a Comment

error: Content is protected !!