ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡାରେ ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରାବାସ ପରିଚାଳନା ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ  

ନୂଆପଡାରେ ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରାବାସ ପରିଚାଳନା ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ  

ନୂଆପଡା,( ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲ୍ଲାର ଓଡିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ବାଦୀ ଓ ଝଗ୍ରାହିର ଛାତ୍ରାବାସମାନଙ୍କ ପରିଚାଳନା ସମ୍ବନ୍ଧୀୟ ଏକ ଜିଲ୍ଲାସ୍ତରୀୟ ସମିତି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ବୈଠକ ଆରମ୍ଭରେ ଓଏଭି ଝଗ୍ରାହିର ଅଧ୍ୟକ୍ଷ ବିଚିତ୍ରାନନ୍ଦ ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ବୈଠକର ଆଲୋଚ୍ୟ ବିଷୟ ଉପସ୍ଥାପନ କରିଥିଲେ। ବୈଠକରେ ଜଣାଗଲା ଯେ, ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପ୍ରତ୍ୟେକ ଛାତ୍ରାବାସ ପାଇଁ ବିଭିନ୍ନ ଅନୁଦାନ ଯଥା non-recurring grant, recurring grant, maintenance grant, medical grant ପ୍ରଦାନ କରୁଛି, ଯାହା ଛାତ୍ରାବାସର ବିଭିନ୍ନ ଜିନିଷ କ୍ରୟ ପାଇଁ ବ୍ୟୟ କରାଯାଏ। ଏହି କ୍ରୟ ପ୍ରକ୍ରିୟା ଜିଲ୍ଲାସ୍ତରୀୟ ସମିତିର ଚୟନ ଅନୁଯାୟୀ କରାଯିବାକୁ ନିଷ୍ପତ୍ତି ହୋଇଥିଲା।ଛାତ୍ରାବାସର ଛାତ୍ରମାନଙ୍କ ପାଇଁ ଆବଶ୍ୟକ ସାମଗ୍ରୀ କ୍ରୟ ଏବଂ ଛାତ୍ରାବାସ ପାଇଁ କର୍ମଚାରୀ ନିଯୁକ୍ତିକୁ ବୈଠକରେ ଅନୁମୋଦନ ଦିଆଯାଇଥିଲା। ଜିଲ୍ଲାପାଳ ଅଧିକାରୀମାନଙ୍କୁ Odisha General Financial Rules–୨୦୨୫ ଅନୁସାରେ ସମସ୍ତ (କ୍ରୟ) ପ୍ରକ୍ରିୟା କରିବାକୁ ଓ ନିୟମାନୁସାରେ କାର୍ଯ୍ୟସାଧନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ବୈଠକରେ ସିଡିଏମଓ ଡା. ଧନେଶ୍ୱର ସେଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ପ୍ରଶାନ୍ତ କୁମାର ମହାନ୍ତି, ଜିଲ୍ଲା ମଙ୍ଗଳ ଅଧିକାରୀ ଦିପ୍ତିମନ୍ତ ଭୋଇ, ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନରେଲ ମ୍ଯାନେଜର ସମୀର ମୁଦୁଲି, ଖରିଆର ବ୍ଲକ ଶିକ୍ଷା ଅଧିକାରୀ ଜୟଦେବ ପଣ୍ଡା, ଓଏଭି ବାଦୀର ଅଧ୍ୟକ୍ଷ ସୁନିଲ କୁମାର ସାହୁ, ଓଏଭି ଝଗରାହିର ଅଧ୍ୟକ୍ଷ ବିଚିତ୍ରାନନ୍ଦ ସାହୁ ଏବଂ ଓଏଭିମାନଙ୍କ ନୋଡାଲ ଅଧିକାରୀ ଖେତି ଭୂଷଣ ବିଶ୍ୱାଳ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Related posts

କପା ଔଷଧ ବିଶ ପିଇ ଆତ୍ମହତ୍ୟା

Sunil Chandra Nayak

ମଛାକୋଟ ରେ ସାନଖେମୁଣ୍ଡି ବିଧାୟକ ଙ୍କ ଉଦ୍ଘାଟନ କାର୍ଯ୍ୟକ୍ରମ

Sunil Chandra Nayak

କାମାକ୍ଷାନଗର କେଭିର ପ୍ରଥମ ବାର୍ଷିକ ଉତ୍ସବ ପାଳନ , ଉତ୍କର୍ଷତା ପାଇଁ ୯୫ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!