ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଆ ଦୈନିକ ସମ୍ବାଦପତ୍ର ପ୍ରତିକାର ପକ୍ଷରୁ ୧୯ତମ ସ୍ଵନକ୍ଷତ୍ର ଉତ୍ସବ ଓ ଓଡିଶା ପ୍ରତିଭା ସମ୍ମାନ ୨୦୨୬ ପ୍ରଦାନ

ଓଡିଆ ଦୈନିକ ସମ୍ବାଦପତ୍ର ପ୍ରତିକାର ପକ୍ଷରୁ ୧୯ତମ ସ୍ଵନକ୍ଷତ୍ର ଉତ୍ସବ ଓ ଓଡିଶା ପ୍ରତିଭା ସମ୍ମାନ ୨୦୨୬ ପ୍ରଦାନ 

ଭୁବନେଶ୍ବର; ସ୍ଥାନୀୟ ଜୟଦେବ ଭବନଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପ୍ରତିକାର ପକ୍ଷରୁ ଏକ ରାଜ୍ୟସ୍ତରୀୟ ଓଡିଶା ପ୍ରତିଭା ସଂମ୍ମାନ ଓ ୧୯ ତମ ସ୍ୱାନକ୍ଷେତ୍ର ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମେରେ ପ୍ରମୁଖ୍ୟ ବିଷୟ ଥିଲା (ସାମ୍ବାଦିକତା ଏବଂ ନ୍ୟାୟ) ଏଥିରେ ଉଦ୍ଘାଟକ ଭାବରେ ଭାବରେ ବିଶିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ଶ୍ରୀରାମ ଦାସ ଯୋଗଦେବା ସହ ମୁଖ୍ୟତିଥି ଭାବେ ପୂର୍ବତନ ବିଧାୟକ, ବରିଷ୍ଠ ବିଜେପି ନେତା ପ୍ରୟଦର୍ଶି ମିଶ୍ର, ସାମ୍ବାଦିକ ଡାକ୍ତର ମହେଶ୍ୱର ,ଶ୍ରୀଯୁକ୍ତ ରାକେଶ ମହାନ୍ତି, ଶ୍ରୀଯୁକ୍ତ ସୂର୍ଯ୍ୟପ୍ରକାଶ ମହାନ୍ତି,ସିନମା ଅଭିନେତ୍ରୀ ଶୀତଲ ପାତ୍ର, ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ସୁଧାଂଶୁ ମହାପାତ୍ର,ଶ୍ରୀଯୁକ୍ତ ଖିରୋଦ ଚନ୍ଦ୍ର ପତି,ବିଶିଷ୍ଟ ଲେଖକ ତଥା ସଭାପତି ଓଡିଶାପ୍ରକାଶନ ସମିତି,ସୁନାମଧନ୍ୟ ଲେଖକ ଡଃ ପ୍ରସାନ୍ତ ବିଶ୍ଵାଳ,ପାପଡାହାଣ୍ଡି ଉର୍ଣ୍ଣୟନ ଅଧକ୍ଷ ଶ୍ରୀଯୁକ୍ତ ସୁଶାନ୍ତ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିବା ବେଳେ ପ୍ରତିକାରର ପ୍ରତିଷ୍ଠାତା ଏବଂ ସମ୍ପାଦକ ଶ୍ରୀ ଶୁଭାଶିଷ ମିଶ୍ର ଅଧ୍ଯକ୍ଷତା କରିଥିଲେ । ସାମ୍ବାଦିକଙ୍କ ମୌଳିକ ସମସ୍ୟା ସମାଧାନ ଦିଗରେ ସରକାର ଉଚିତ୍ ପଦକ୍ଷେପ ନେଲେ ଏବଂ ସେମାନଙ୍କୁ ସୁରକ୍ଷା, ସମ୍ମାନ, ସ୍ୱୀକୃତୀ କାର୍ଯ୍ୟର ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣ କାରିଙ୍କୁ ଉଚିତ୍ ଦଣ୍ଡବିଧାନ ଓ ନ୍ୟାୟ ପ୍ରଦାନ କରାଗଲେ ସେମାନେ ସମ୍ବାଦ ପରିବେଷଣ ଦିଗରେ ସଠିକ୍ ମାର୍ଗଦର୍ଶନ କରିହେବ । ସମ୍ପାଦପତ୍ରରେ ବର୍ତ୍ତମାନ ଉପଯୋଗ କରାଯାଉଥିବା କୃତ୍ରିମ ବୁଦ୍ଧିମତା (ଏ.ଆଇ) ଦ୍ୱାରା ସମ୍ବାଦପତ୍ରର ସତ୍ୟ ଏବଂ ତଥ୍ୟ ଭିଭିକ ସମ୍ବାଦ ପରିବେଷଣ ଉପରେ ସନ୍ଦେହ ବଳୟ ସୃଷ୍ଟିହେଉଛି । ପ୍ରେସ କାଉନ୍ସିଲ ଅଫ୍ ଇଣ୍ଡିଆର ଉଦ୍ଦେଶ୍ୟକୁ ମନେ ରଖି ସମ୍ବାଦପତ୍ର ଓ ସାମ୍ବାଦିକମାନେ ଏକ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟକଲେ ଗଣତନ୍ତ୍ର ସୁଦୃଢ ହୋଇପାରିବ ।

ବିଭିନ୍ନ ଦିଗରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି, ବିଶେଷଙ୍କୁ ଓଡିଶା ପ୍ରତିଭା ସଂମ୍ମାନ ରେ ସମ୍ମାନିତ କରାଯାଇଥିବା ସହିତ ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରମୋଦ କିଶୋର ପରିଡା ବିଭିନ୍ନ ଜିଲ୍ଲାରୁ ଆସିଥିବା ସାମ୍ବାଦିକ ବନ୍ଧୁଗଣଙ୍କୁ କୃତଜ୍ଞତା ପ୍ରଦାନ କରିବା ସହ ସାମ୍ବାଦିକଙ୍କୁ ଖୁବ୍ ଶିଘ୍ର ପେନସନ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବାକୁ ସରକାରଙ୍କୁ ତାଙ୍କ ମାଧ୍ୟମରେ ଅନୁରୋଧ କରିଥିଲେ । ସର୍ବଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ।

Related posts

ଗାଁ କୁ ରାସ୍ତା ନାହିଁ , ଖଟିଆରେ ବୋହିଲେ ୩ କିମି, ଗର୍ଭବତୀ ମହିଳାଙ୍କ ପାଇଁ ଦେବଦୂତ ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ

masiha

ମ.ରାମପୁର ଡ୍ରାଇଭର ସଂଘର ଆନ୍ଦୋଳନ ଦ୍ଵିତୀୟ ଦିନରେ : ସରକାର କର୍ଣ୍ଣପାତ କରୁନଥିବାରୁ ସଂଘର ଅସନ୍ତୋଷ

Sunil Chandra Nayak

ରାଇରଙ୍ଗପୁର ରେ ବୀର ଚକ୍ର ନୁଦୂରାମ ସୋରେନ ଶହୀଦ ଦିବସ ଓ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ପାଳିତ

Sunil Chandra Nayak

Leave a Comment

error: Content is protected !!