ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲ୍ୟ ବିଭାହ ଓ ଶିଶୁ ଅଧିକାର ସଚେତନତା କାର୍ଯ୍ୟକ୍ରମ   

ବାଲ୍ୟ ବିଭାହ ଓ ଶିଶୁ ଅଧିକାର ସଚେତନତା କାର୍ଯ୍ୟକ୍ରମ                              

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଳାରେ ବାଲ୍ୟ ବିବାହ ନିରାକରଣ ଓ ଶିଶୁ ଅଧିକାର ଉଲଂଘନ ଉପରେ ସଚେତନତା ସକାଶେ ହିନ୍ଦୋଳ ବ୍ଲକର କୁନୁଆଁ ଠାରେ ବିଶ୍ୱ ଯୁବକେନ୍ଦ୍ର ପକ୍ଷରୁ ପରିଚାଳିତ ପ୍ରକଳ୍ପ ଆକ୍ସେସ ଟୁ ଜଷ୍ଟିସ ଫର ଚିଲଡ୍ରେନ୍ସ ତରଫରୁ ଆଜି ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି | ବୈଠକରେ ଏହି ଗ୍ରାମରେ ପ୍ରାୟ ୨୫ ମହିଳା ଯୋଗଦେଇଥିଲେ | ଏହି କାର୍ଯ୍ୟକ୍ରମ ର ମୁଖ୍ୟ ବିଷୟବସ୍ତୁ ବାଲ୍ୟବିବାହ ନିଷେଧ ଆଇନ ୨୦୦୬ ବିଷୟରେ ସଚେତନତା, ବାଲ୍ୟବିବାହ ଯୋଗୁଁ ଝିଅ ଉପରେ ପଡ଼ୁଥିବା ଶାରୀରିକ, ପାରିବାରିକ, ମାନସିକ ତଥା ଆର୍ଥିକ ଚାପ, ଶିକ୍ଷା ତଥା ଆତ୍ମନିର୍ଭରଶୀଳତା ଅଭାବ, ସାମାଜିକ କୁପରିଣାମ, ବାଲ୍ୟବିବାହ କ୍ଷେତ୍ରରେ ଆୟୋଜନକାରି, ଯୋଗଦେଇଥିବା ଅତିଥି, ତଥା ବିଭିନ୍ନ ସହଯୋଗୀଙ୍କୁ ଦଣ୍ଡବିଧାନ ତଥା ନିରାକରଣ ଉପରେ ଆଲୋଚନା ହୋଇଥିଲା | ଏହାବ୍ୟତୀତ ବୈଠକରେ ଶିଶୁ ଶ୍ରମିକ, ଶିଶୁ ଚାଲାଣ ଓ ଶିଶୁମାନଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ଉପରେ ଆଲୋଚନା ହୋଇଥିଲା | ଏହି ଅବସରରେ କୌଣସି ଶିଶୁ ଅଧିକର ଉଲ୍ଲଙ୍ଘନ ଦେଖିଲେ ଚାଇଲ୍ଡ ହେଲ୍ପ ଲାଇନର ଦେୟମୁକ୍ତ ନମ୍ବର ୧୦୯୮କୁ ଫୋନ୍ କରି ଜଣାଇବାକୁ ପରାମର୍ଶ ଦିଅଯାଇଥିଲା | ଏହାବ୍ୟତୀତ ହିନ୍ଦୋଳ ବ୍ଲକର ପ୍ରତ୍ୟେକ ପଂଚାୟତରେ କାର୍ଯ୍ୟକାରୀ ହେଉଥିବା ବିବାହ ରେଜିଷ୍ଟର ଓ ପଳାୟନ ରେଜିଷ୍ଟର ବିଷୟରେ ସୂଚନା ଦେଇ ତାକୁ କାର୍ଯ୍ୟକାରୀ କରିବା ନିମନ୍ତେ ସହଯୋଗ ପାଇଁ ଆହ୍ୱାନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ପରିଚାଳନା ପ୍ରକଳ୍ପ ସହଯୋଗୀ ଜୁଲି ସ୍ୱାଇଁ ଯୋଗଦେଇଥିଲେ | 

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍  

Related posts

୨୭ ସେପ୍ଟେମ୍ବରରେ ପାଳିତ ହେବାକୁ ଥିବା ବିଶ୍ୱ ପର୍ଯ୍ୟଟନ ଦିବସ-୨୦୨୫ ଉପଲକ୍ଷେ କୁଇଜ ପ୍ରତିଯୋଗିତା

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ପୂଜାର୍ଚ୍ଚନା ପରେ ପ୍ରତି ପଞ୍ଚାୟତକୁ ପହଞ୍ଚିଲା ଲକ୍ଷ୍ମୀ ବସ, ଖୁସିରେ ଦେଶିଆ ବାଦ୍ୟର ତାଳେ ତାଳେ ପାରମ୍ପାରିକ ଢେମଶା ନାଚି କଲେ ସ୍ଵାଗତ       

masiha

ବାରମ୍ବାର ଅଭିଯୋଗ ସତ୍ୱେ କଙ୍କାଳୁ ଗ୍ରାମରେ ପାନୀୟ ଜଳ ସମସ୍ୟା ପାଇଁ ଜିଲ୍ଲାପାଳ ଜଣଶୁଣାଣି ରେ ଅଭିଯୋଗ

Leave a Comment

error: Content is protected !!