ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରୁଙ୍ଗଟା ମାଇନ୍ସ ଲିମିଟେଡ଼ ଙ୍କ ନିଗମ ସାମାଜିକ ଦାୟିତ୍ୱରେ ଟି-୧୦ କ୍ରିକେଟ୍ ପ୍ରତିଯୋଗିତା: ବଡ଼ବିଲ ପୋଲିସ ଦଳ ଚ୍ୟାମ୍ପିୟନ୍

ରୁଙ୍ଗଟା ମାଇନ୍ସ ଲିମିଟେଡ଼ ଙ୍କ ନିଗମ ସାମାଜିକ ଦାୟିତ୍ୱରେ ଟି-୧୦ କ୍ରିକେଟ୍ ପ୍ରତିଯୋଗିତା: ବଡ଼ବିଲ ପୋଲିସ ଦଳ ଚ୍ୟାମ୍ପିୟନ୍

ବଡ଼ବିଲ: ଗତ ଫେବୃଆରୀ ୧୭ ତାରିଖରୁ ଆରମ୍ଭ ହୋଇଥିବା ରୁଙ୍ଗଟା ମାଇନ୍ସ ଲିମିଟେଡଙ୍କ ନିଗମ ସାମାଜିକ ଦାୟିତ୍ୱ (ସିଏସଆର) ଅଧୀନରେ ପ୍ରଥମ ସଂସ୍କରଣ ଟି-୧୦ କ୍ରିକେଟ୍ ପ୍ରତିଯୋଗିତା ୨୧ ତାରିଖରେ ରୋମାଞ୍ଚକ ଫାଇନାଲ ସହ ସମାପ୍ତ ହୋଇଛି। ବଡ଼ବିଲର ବିଭିନ୍ନ ଅଞ୍ଚଳରୁ ଆସିଥିବା ୧୬ଟି ଦଳ ଚ୍ୟାମ୍ପିୟନ୍ ହେବା ପାଇଁ ଦୌଡରେ ସାମିଲ ହୋଇଥିଲେ।

ଲିଗ୍ ପର୍ଯ୍ୟାୟରୁ ବଡ଼ବିଲ ପୋଲିସ ଦଳ ଓ ରୁଙ୍ଗଟା ଏକାଦଶ ନିଜର ସୁନିୟୋଜିତ ଖେଳ, ଦୃଢ଼ ରଣନୀତି ଓ ଉତ୍କୃଷ୍ଟ ତାଳମେଳରେ ଦର୍ଶକଙ୍କ ମନ ଜିତିଥିଲେ। ଫାଇନାଲ ମ୍ୟାଚରେ ବଡ଼ବିଲ ପୋଲିସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୯୨ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ପ୍ରତିଉତ୍ତରରେ ରୁଙ୍ଗଟା ଏକାଦଶ ୧୦ ଓଭରରେ ୮୨ ରନ୍ କରି ୧୦ ରନ୍‌ରେ ପରାଜିତ ହୋଇଥିଲା।

ବଡ଼ବିଲ ପୋଲିସ ଦଳର ଅଧିନାୟକ ପ୍ରଶାନ୍ତ ସାମଲ ୭ ରନ୍ ସହ ୨ଟି ଉଇକେଟ୍ ନେଇ ମ୍ୟାଚର ସର୍ବୋତ୍କୃଷ୍ଟ ଖେଳାଳୀ ଭାବେ ସମ୍ମାନିତ ହୋଇଥିଲେ। ସମଗ୍ର ପ୍ରତିଯୋଗିତାରେ ରାଜନ୍ ୧୨୦ ରନ୍ ସଂଗ୍ରହ କରି ସର୍ବଶ୍ରେଷ୍ଠ ବ୍ୟାଟସ୍ମାନ ହେବା ସହିତ ପ୍ରଶାନ୍ତ ସାମଲ ୪ଟି ଇନିଂସରେ ୮ଟି ଉଇକେଟ୍ ନେଇ ସର୍ବଶ୍ରେଷ୍ଠ ବୋଲର ଭାବେ ପୁରସ୍କୃତ ହୋଇଥିଲେ। ରୁଙ୍ଗଟା ଏକାଦଶର ସତ୍ୟବାନ ଆପଟ ୫୭ ରନ୍ ଓ ୫ଟି ଉଇକେଟ୍ ସହ ସମଗ୍ର ପ୍ରତିଯୋଗିତାର ସର୍ବୋତ୍ତମ ଖେଳାଳୀ ଟାଇଟେଲ୍ ହାସଲ କରିଥିଲେ। ଏଥିସହ ରୁଙ୍ଗଟା ଏକାଦଶକୁ ସର୍ବୋତ୍ତମ ଶିଷ୍ଟ ଦଳ ଭାବେ ସମ୍ମାନିତ କରାଯାଇଥିଲା।

ଚ୍ୟାମ୍ପିୟନ୍ ଦଳକୁ ୩୦ ହଜାର ଟଙ୍କା ଓ ଟ୍ରଫି ଏବଂ ରନର୍ସ-ଅପ୍ ଦଳକୁ ୨୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ରହି ବିଜେତା ଓ ଖେଳାଳୀମାନଙ୍କୁ ସମ୍ମାନିତ କରିଥିଲେ।

ଶ୍ରୀ ପ୍ରଣୟ କୁମାର ଦେଓ ଓ ଶ୍ରୀ ଲକ୍ଷ୍ମଣ ମହାନ୍ତଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କ୍ରୀଡା ଆୟୋଜନ ଯୁବମାନଙ୍କ ମଧ୍ୟରେ ଖେଳ ପ୍ରତି ଆଗ୍ରହ ବଢ଼ାଇବା ସହ ସାମାଜିକ ସମ୍ପ୍ରୀତିକୁ ମଜବୁତ କରିଥିବା ପ୍ରତୀତ ହେଉଛି। 

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍  

Related posts

ସହଦେଵ ମେମୋରିଆଲ ଗ୍ରାମ୍ୟ ସ୍ଥରୀୟ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

ଏକାଦଶ ରାଜ୍ୟ ମୁଏଥାଇ (ଥାଇ ବକ୍ସିଂ) ପ୍ରତିଯୋଗିତା 2023, ଉଦଘାଟିତ

ନବରଙ୍ଗପୁର ଓ ଜଗତସିଂପୁର ଜିଲ୍ଲା ଖେଳାଳିଙ୍କ ମିଳିତ ସଫଳତା

masiha

Leave a Comment

error: Content is protected !!