ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜମି ଜାଲିଆତି କରି ମାଫିଆ ମାଲାମାଲ

ଜମି ଜାଲିଆତି କରି ମାଫିଆ ମାଲାମାଲ

ଜୁନାଗଡ଼, ୨୧/୨(ମନୀ ସ)ଜୁନାଗଡ଼ ସହର ଏବେ ଜମି ମାଫିଆଙ୍କ କବଳରେ।ସରକାରୀ ଜମି ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି ଯୋଗୁଁ ଶହ ଶହ ସରକାରୀ ଜମି ଜବରଦଖଲ ହୋଇଛି ବୋଲି ଜୁନାଗଡ଼ ବହୁଜନ ସଂଗ୍ରାମ ସମିତି ଅଭିଯୋଗ କରିଛି। କେବଳ ସରକାରୀ ଜମି ନୁହେଁ ଏସସି ଏସଟି ଜମିକୁ ମଧ୍ୟ ଜବରଦଖଲ କରିଥିବା ଅଭିଯୋଗ ହେଉଛି। ଏସସି ଏସଟି ବର୍ଗର ଜଣେ ଲୋକ ନିଜର କୌଣସି ଏକ ଜରୁରୀ ଆବଶ୍ୟକତା ପାଇଁ ଜମି ବିକ୍ରି କରିବାକୁ ଚାହୁଁଥିଲେ ଅନୁମତି ପ୍ରଦାନରେ ସମୟ ଗଡିଯାଉଛି। କିନ୍ତୁ ମାଫିଆମାନେ ଆବେଦନ କରିବା ମାତ୍ରକେ ତତକ୍ଷଣାତ୍ ଅନୁମତି ମିଳିଯାଉଛି। ଅନୁମତି ପ୍ରଦାନ ପାଇଁ ଜମି ମାଫିଆ ମାନେ ଅନେକ ଜାଲ୍ କାଗଜ ପତ୍ର ବ୍ୟବହାର କରୁଥିବା ଅଭିଯୋଗ ହେଉଛି।ଏହି କାରବାର ରେ କିଛି ସରକାରୀ କର୍ମଚାରୀମାନେ ମଧ୍ୟ ସାମିଲ ଥିବା ସମିତି ଅଭିଯୋଗ କରିଛି। ଅଭିଯୋଗ ଅନୁଯାୟୀ ଜୁନାଗଡ ସହରରେ ପ୍ରାୟ ୫୦ଏକର ସରକାରୀ ଜମି ଥିବାବେଳେ ତହସିଲରେ ୪୦୦-୫୦୦ଏକର ସରକାରୀ ଜମି ରହିଛି। ତତ୍କାଳୀନ ତହସିଲଦାର ସୁର୍ଯ୍ୟ ନାରାୟଣ ଦାସ ଏବଂ ଉପେନ୍ଦ୍ର ଲୁହା ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଏହି ସବୁ ଜମି ଚିହ୍ନଟ କରି କଣ୍ଟାବାଡ ଦେଇଥିଲେ। ତେବେ ସେମାନଙ୍କୁ ଜମି ମାଫିଆଙ୍କ ସରକାରୀ ଲବି ଯୋଗୁଁ ରାଜନୈତିକ ଶରବ୍ଯର ଶୀକାର ହେବାକୁ ପଡିଥିଲା। ପରବର୍ତ୍ତୀ ସମୟରେ ଯେତେଜଣ ଯୋଗଦାନ କରିଛନ୍ତି ଜବରଦଖଲ ପ୍ରତି ଧ୍ୟାନ ଦେଇନାହାଁନ୍ତି। ଏବେ ଜମି ମାଫିଆମାନେ ନୂଆ ଉପାୟ କରିଛନ୍ତି। ଜବରଦଖଲକୁ ଆଇନୁମୋଦିତ କରିବାକୁ ନୂଆ ଫନ୍ଦିଫିକର କରୁଛନ୍ତି। ବିଭିନ୍ନ ଫାର୍ମ ହାଉସ ନିର୍ମାଣ, ଦାତବ୍ୟ ଅନୁଷ୍ଠାନ ନାମରେ ଜମିକୁ ଦୀର୍ଘ ମିଆଦୀ ଲିଜ ନେଇ ଲୋକଦେଖାଣିଆ ପାଇଁ ସାମ୍ନା ପଟରୁ କିଛି ଅଂଶ ଅନୁମୋଦିତ କାର୍ଯ୍ଯ ପାଇଁ ବ୍ୟବହାର କରି ପଛ ପଟ ଜମିକୁ ପ୍ଳଟିଂ କରି ଚଢା ଦରରେ ବିକୁଥିବା ଅଭିଯୋଗ ହେଉଛି। ଏହାର ଉପଯୁକ୍ତ ତଦନ୍ତ ସହ ଜମି ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବହୁଜନ ସଂଗ୍ରାମ ସମିତିର ସଭାପତି ରଂଜନ କୁମାର ଜାଲ, ଆଇନଜୀବୀ ନରେନ୍ଦ୍ର କ୍ଷିତି, ସାମ୍ବାଦିକ ରବି ସୁନାନୀ, ଉଗ୍ରସେନ କନ୍ଦପାନ , ହୃଦାନନ୍ଦ ମାଝୀ, ଧରଣୀଧର ଭୋଇ, ଦୁର୍ଯ୍ୟୋଧନ ମାଝି, ସୁଶାନ୍ତ ନାଏକ, ନିରଞ୍ଜନ କନ୍ଦପାନ, ପୂର୍ଣ୍ଣେନ୍ଦୁ ମାଝୀ, ଅଞ୍ଜନ କ୍ଷିତି,ଭୋକରଧନ ଧଙ୍ଗଡାମାଝୀ ,ଶରତ ଶବର ପ୍ରମୁଖ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍  

Related posts

୧- ଓଡିଶା ଡ୍ରାଇଭର ମହାସଙ୍ଘର ରାଲି ସହ ସଚେତନତା , ୨- ବିଜେଡିର କର୍ମୀ ସମ୍ମିଳନି 

Sunil Chandra Nayak

ନିଟ ରେ ସଫଳ ଖାତିଗୁଡା ର ବିଦ୍ୟାର୍ଥୀ ସମ୍ମାନିତ

Sunil Chandra Nayak

ଇଦ ଉଲ ଫିଦର ର ବନ୍ଧୁମିଳନରେ ପ୍ରେମ, ଶ୍ରଦ୍ଧା ଓ ଭାଇଚାରା

Sunil Chandra Nayak

Leave a Comment

error: Content is protected !!