ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋଗୀତି ଶକ୍ତି ପୀଠରେ ସାରସ୍ୱତ ସମାରୋହ: ଉନ୍ମୋଚିତ ହେଲା କବି ଚିତ୍ରସେନ ମହାରଣାଙ୍କ କବିତା ସଂକଳନ ‘ଚିତ୍ରସେନର ଚିନ୍ତାମଣି’

ଯୋଗୀତି ଶକ୍ତି ପୀଠରେ ସାରସ୍ୱତ ସମାରୋହ: ଉନ୍ମୋଚିତ ହେଲା କବି ଚିତ୍ରସେନ ମହାରଣାଙ୍କ କବିତା ସଂକଳନ ‘ଚିତ୍ରସେନର ଚିନ୍ତାମଣି’

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଗାଙ୍ଗନାପୁର ଗ୍ରାମରେ ଏକ ଭବ୍ୟ ଆଧ୍ୟାତ୍ମିକ ଓ ସାହିତ୍ୟିକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ମହାଶିବରାତ୍ରି ଅବସରରେ ସ୍ଥାନୀୟ ପ୍ରସିଦ୍ଧ ଯୋଗୀତି ଶକ୍ତି ପୀଠ ପରିସରରେ ଓଡ଼ିଆ ସାହିତ୍ୟ ସଂସଦ ତରଫରୁ ଏକ ବିଶେଷ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାରସ୍ୱତ ସାଧକ ତଥା ସଂସଦର ପ୍ରତିଷ୍ଠାତା ସମ୍ପାଦକ କବି ଚିତ୍ରସେନ ମହାରଣାଙ୍କ ନୂତନ କବିତା ସଂକଳନ ‘ଚିତ୍ରସେନର ଚିନ୍ତାମଣି’ ଲୋକାର୍ପିତ ହୋଇଛି।

ପବିତ୍ର ଜାଗର ମେଳା ଉପଲକ୍ଷେ ସମଗ୍ର ପୀଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଏହି ଶୁଭ ମୁହୂର୍ତ୍ତରେ ବାବା ଯୋଗେଶ୍ଵର ଓ ମା’ ବନଦୁର୍ଗାଙ୍କ ଚରଣାରବିନ୍ଦରେ କବିତା ସଂକଳନଟିକୁ ଅର୍ପଣ କରାଯାଇ ବିଧିବଦ୍ଧ ଭାବେ ଉନ୍ମୋଚନ କରାଯାଇଥିଲା। କବିଙ୍କ ଲେଖନୀରେ ଭକ୍ତି, ଭାବ ଓ ସାମାଜିକ ଚେତନାର ଏକ ଅପୂର୍ବ ସମନ୍ୱୟ ଏହି ପୁସ୍ତକରେ ଦେଖିବାକୁ ମିଳିଛି।

ଓଡ଼ିଆ ସାହିତ୍ୟ ସଂସଦର ପ୍ରତିଷ୍ଠାତା ତଥା ସମ୍ପାଦକ ଚିତ୍ରସେନ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସମାରୋହରେ ସଂସଦର ସଦସ୍ୟ ନିରଞ୍ଜନ ବେହେରା ଏବଂ ଯୋଗୀତି ଶକ୍ତି ପୀଠର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ରହି କବିଙ୍କୁ ଶୁଭେଚ୍ଛା ଜଣାଇବା ସହ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ସାହିତ୍ୟପ୍ରେମୀ ଯୋଗଦେଇ କବିଙ୍କର ଓଡ଼ିଆ ଭାଷା ପ୍ରତି ଥିବା ନିଷ୍ଠାକୁ ଉଚ୍ଚ ପ୍ରଶଂସା କରିଥିଲେ।

ପୁସ୍ତକ ଉନ୍ମୋଚନ ସହ ପୀଠରେ ପାରମ୍ପରିକ ରୀତିନୀତି ଅନୁଯାୟୀ ବାବା ଯୋଗେଶ୍ୱରଙ୍କ ମହାଶିବରାତ୍ରି ବ୍ରତ ଅତି ନିଷ୍ଠାର ସହ ପାଳିତ ହୋଇଛି। ଶତାଧିକ ଶ୍ରଦ୍ଧାଳୁ ଜାଗର ଦୀପ ପ୍ରଜ୍ଜ୍ୱଳନ କରି ବାବାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ସାହିତ୍ୟ ଓ ଅଧ୍ୟାତ୍ମର ଏହି ମିଳନ ଗ୍ରାମରେ ଏକ ନୂତନ ଜାଗରଣ ସୃଷ୍ଟି କରିଛି।

ଏହି ଅବସରରେ ସମ୍ପାଦକ ଶ୍ରୀ ମହାରଣା କହିଥିଲେ ଯେ, ସାହିତ୍ୟ ହେଉଛି ସମାଜର ପ୍ରତିବିମ୍ବ ଏବଂ ଶକ୍ତି ପୀଠରେ ଏହାର ଉନ୍ମୋଚନ ଏକ ଦୈବୀ ଆଶୀର୍ବାଦ। ସାହିତ୍ୟ ସଂସଦ ଆଗାମୀ ଦିନରେ ଅଞ୍ଚଳର ସାହିତ୍ୟ ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେବ। ଶେଷରେ ସଂସଦର ସଦସ୍ୟ ଓ ଗ୍ରାମବାସୀଙ୍କ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। 

Related posts

ପଞ୍ଚାୟତ ସ୍ତରୀୟକଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ର ଶୁଭାରମ୍ଭ

Sunil Chandra Nayak

କାମାକ୍ଷାନଗର ମହୋତ୍ସବ ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେଲେ ଆରକ୍ଷୀ ଉପମହା ନିରୀକ୍ଷକ ଅନୁପ ସାହୁ ଓ ସ୍ଥାନୀୟ କଳାକାର ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ 

Sunil Chandra Nayak

ଗଠନ ହେଲା ଖଇରା ଲିଗାଲ ଫୋରମ

Leave a Comment

error: Content is protected !!