ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନେଇମୁଣ୍ଡା ଆବାସିକ ସ୍କୁଲ ରେ ଛାତ୍ର କୁ ମାଡ଼ ଘଟଣା , ସପ୍ତାହ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

ବନେଇମୁଣ୍ଡା ଆବାସିକ ସ୍କୁଲ ରେ ଛାତ୍ର କୁ ମାଡ଼ ଘଟଣା , ସପ୍ତାହ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

ଟଙ୍କା ଦେଇ ଘଟଣା ଚାପିବାକୁ ପ୍ରୟାସ 

ପାଟଣାଗଡ଼, ତା, ୨୩/୨ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ବନେଇମୁଣ୍ଡା ଗାଁରେ ଥିବା ଆବାସିକ ସ୍କୁଲ ରୁ ୭ଜଣ ଛାତ୍ର କୁ ମାଡ଼ ପରେ ସ୍କୁଲ ରୁ ଫେରାର ଭଳି ଏକ ସମ୍ବେଦନଶୀଳ ଘଟଣା କୁ ଏକ ସପ୍ତାହ ରୁ ଅଧିକ ଦିନ ବିତିଯାଇ ଥିଲେ ମଧ୍ୟ୍ୟ ନିଦାବିଷ୍ଣୁ ସ୍ଥାନୀୟ ପ୍ରଶାସନ, କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ଘଟଣା ସମ୍ପର୍କ ରେ ପଚାରିବୁଝିଲେ ନିଜର କେବଳ ତଦନ୍ତ କାମ ବୋଲି ଜିଲ୍ଲା ମୁଖିଆ ଉପରେ ଦୋଷ ଲଡୁଛନ୍ତି |ଯାହାପାଇଁ ଏବେ ଘଟଣା ନରମ ହେବାକୁ ଯାଉଛି |ଅନ୍ୟପଟେ ସମ୍ପୃକ୍ତ ଶିକ୍ଷକ ଜଣକ କେମିତି ଘଟଣା କୁ ଚାପିହେବ ସେନେଇ ମୋଟା ଅଙ୍କର ଟଙ୍କା ଦେଇ କିଛି ନେତା ଓ ଅଧିକାରୀଙ୍କ ମୁହଁ ବନ୍ଦ କରି ଘଟଣା କୁ ରଫାଦଫା କରିବାକୁ ପ୍ରୟାସ କରିଥିବା ଆଲୋଚନା ହେଉଛି | ଏଥିପାଇଁ ସମସ୍ତେ ଚୁପ ରହିଥିବା ଦେଖିବାକୁ ମିଳୁଛି |ପ୍ରାପ୍ତ ସୂଚନା ମତେ ପାଟଣାଗଡ଼ ବାନେଇମୁଣ୍ଡା ଗାଁରେ ଥିବା ସରକାରୀ ଆଶ୍ରମ ରେ ପଟେଲ ନାମକ ଜଣେ ଶିକ୍ଷକ ପିଲା ମାନଙ୍କୁ ମାଡ଼ ମାରିଥିଲେ |ଯା ଫଳରେ ସ୍କୁଲ ର ୭ ଜଣ ଛାତ୍ର ପଚେରୀ ଡେଇଁ ସ୍କୁଲ ରୁ ଫେରାର ମାରିଥିଲେ, ଛାତ୍ର ମାନଙ୍କୁ ବଲାଙ୍ଗୀର ରୁ ଉଦ୍ଧାର କରାଯାଇଥିବା ବେଳେ ଶିକ୍ଷକ ଙ୍କ ନିସ୍ତୁକ ମାଡ଼ ଯୋଗୁଁ କେତେକ ଛାତ୍ର ଗୁରୁତର ଆହତ ହୋଇଥିଲେ |ଏନେଇ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା, ନିଜେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି ଙ୍କ ନେତୃତ୍ୱ ରେ ଅତିରିକ୍ତ ମଙ୍ଗଳ ଅଧିକାରୀ ବଂଶୀଧର କିସାନ ଏବଂ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ସସ୍ମିତ ପ୍ରସାଦ ନିଜେ ସ୍କୁଲ କୁ ଯାଇ ତଦନ୍ତ କରିଥିଲେ |ପିଲା ମାନଙ୍କୁ ପଚାରିବା ସହ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ |ଏମିତି କି ଗଣମାଧ୍ୟ୍ୟମର ଉତ୍ତର ରେ ତଦନ୍ତ ବେଳେ ପିଲା ମାନଙ୍କୁ ମାଡ଼ ମାରିଥିବା କଥା ସତ ବୋଲି ମଧ୍ୟ୍ୟ ଅଧିକାରୀ ମାନେ ପ୍ରତିକ୍ରିୟା ଦେଇଥିଲେ |ଅଭିଯୁକ୍ତ ଙ୍କ ବିରୁଦ୍ଧରେ ରେ କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିଶୃତି ଦେଇଥିଲେ ତେବେ କଣ ପାଇଁ ସମ୍ପୃକ୍ତ ଶିକ୍ଷକ ଶିକ୍ଷୟତ୍ରୀ ବିରୁଦ୍ଧରେ ରେ କାର୍ଯ୍ୟାନୁଷ୍ଠାନ କରାଯାଉନାହିଁ,କି କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ, ତେବେ କାହିଁକି ଚୁପ ରହିଛନ୍ତି ଅଧିକାରୀ ଓ ନେତା, ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଥିବା ବେଳେ ଟଙ୍କା କାରବାର ସମସ୍ତ ଙ୍କ ମୁହଁ ବନ୍ଦ ଥିବା ଆଲୋଚନା ହେଉଛି ଏଥିପାଇଁ ସମସ୍ତେ ନିଦାବିଷ୍ଣୁ ବୋଲି ଅଭିଭାବକ କହୁଛନ୍ତି , ସରକାର ଆଦିବାସୀ ପିଲା ମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି କେମିତି ସୁବିଧା ଓ ସହଜ ରେ ହଷ୍ଟେଲ ରହି ପାଠ ପଢିବେ ସେନେଇ କାମ କରୁଥିବା ବେଳେ ଦାୟିତ୍ୱ ରେ ଥିବା କିଛି ଅଧିକାରୀ ଙ୍କ ପାଇଁ ସବୁ ଦିଗହରା ହେଉଛି, ସ୍କୁଲ ଦାୟିତ୍ୱ ରେ ଥିବା ଲୋକ ନିଜ ମର୍ଜି ରେ ସ୍କୁଲ ଚଳାଉଥିବା ରୁ ପିଲା ମାନଙ୍କୁ ଠିକ ଭାବେ ଖାଇବା, ସୁସ୍ଥ ବତା ବରଣ ରେ ରହି ପାଠ ପଢିବା ସମ୍ଭବ ହେଉନାହିଁ | ସରକାର ଏ ଦିଗରେ ଦୃଷ୍ଟି ଦେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ନହେଲେ ଜୋରଦାର ଆନ୍ଦୋଳନ କରାଯିବା ନେଇ ଗାଁ ଲୋକ ଚେତାବନୀ ଦେଇଛନ୍ତି | 

ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

 

Related posts

ଏଆଇ-ସମ୍ପ୍ରସାରିତ ହାତୀ ସୁରକ୍ଷା ପ୍ରଣାଳୀ ଦ୍ବାରା ଟ୍ରେନ୍-ହାତୀ ଦୁର୍ଘଟନା ରୋକିବାର ସଫଳ ରୂପାୟନ

Sunil Chandra Nayak

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ରଞ୍ଜୁଲତା

masiha

ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ରେ ଗ୍ରନ୍ଥାବଳୀ ଲୋକାର୍ପଣ ସମାରୋହରେ ସରକାରୀ ନୀତି ନିୟମକୁ ଜଳାଞ୍ଜଳି

Sunil Chandra Nayak

Leave a Comment

error: Content is protected !!