ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରିଲାଏନ୍ସ ଡିଜିଟାଲର ସେବାରେ ଅବହେଳା : କଞ୍ଜୁମର ମାମଲାରେ କମ୍ପାନୀକୁ ଜରିମାନା

ରିଲାଏନ୍ସ ଡିଜିଟାଲର ସେବାରେ ଅବହେଳା : କଞ୍ଜୁମର ମାମଲାରେ କମ୍ପାନୀକୁ ଜରିମାନା

ରାଉରକେଲା ୨୬/୨, ରିଲାଏନ୍ସ ଡିଜିଟାଲ କମ୍ପାନୀ ପକ୍ଷରୁ ନିର୍ମିତ ଇଲେକ୍ଟ୍ରୋନିକ୍ ପଦାର୍ଥରେ ସେବା ଯୋଗାଇବାରେ ବିଫଳତା ଯୋଗୁଁ, କଞ୍ଜୁମର ଅଦାଲତରେ ଏକ ମାମଲାର ବିଚାରକରି ଜିଲ୍ଲା କଞ୍ଜୁମର ଅଦାଲତଙ୍କ ଦ୍ବାରା ରିଲାଏନ୍ସ ଡିଜିଟାଲକୁ ମେସିନର ମୂଲ୍ୟ ସହିତ ୧୦ ହଜାର ଟଙ୍କା ଜରିମାନା ଓ ଅଭିଯୋଗ ବାବଦକୁ ୫ ହଜାର ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

  ସୂଚନା ଅନୁସାରେ ରାଉରକେଲା ବାସନ୍ତୀ କଲୋନୀର କ୍ବାର୍ଟର ନମ୍ବର ଏଫ୍ଏମ୍-୩୧ରେ ରହୁଥିବା ସନ୍ତୋଷ କୁମାର ମହାପାତ୍ର ୨୦୨୨ ଡିସେମ୍ବର ୨୬ ତାରିଖରେ, ସିଭିଲ୍ ଟାଉନସିପ୍ ସ୍ଥିତ ଗଲେରିଆ ମଲରେ ଥିବା ରିଲାଏନ୍ସ ଡିଜିଟାଲ ଷ୍ଟୋରରୁ ୧୬,୬୧୬ ଟଙ୍କା ଦେଇ ସମ୍ପୂର୍ଣ୍ଣ ସ୍ବୟଂଚାଳିତ ଓ୍ବାଶିଂ ମେସିନ୍ କ୍ରୟ କରିଥିଲେ। ସ୍ବୟଂଚାଳିତ ଓ୍ବାଶିଂ ମେସିନର ୩ ବର୍ଷ ଓ୍ବାରେଣ୍ଟି ଥିବା ବେଳେ, ରିଲାଏନ୍ସ ଡିଜିଟାଲ ପକ୍ଷରୁ ୨୦୦୦ ଟଙ୍କା ପ୍ରତିବଦଳରେ ୨ ବର୍ଷ ଏକ୍ସଟେନସନ ଓ୍ବାରେଣ୍ଟି ପ୍ରଦାନ କରାଯାଇଥିଲା। ଶ୍ରୀ ମହାପାତ୍ର ମୋଟ ୧୮,୬୧୬ ଟଙ୍କା ଦେଇ ସମ୍ପୂର୍ଣ୍ଣ ସ୍ବୟଂଚାଳିତ ଓ୍ବାଶିଂ ମେସିନ୍ ଘରକୁ ନେଇଥିଲେ। ଓ୍ବାଶିଂ ମେସିନ୍ ନେବାର ୨ ମାସ ପରେ ଓ୍ବାଶିଂ ମେସିନରେ ତୃଟି ଦେଖାଦେବାରୁ ଶ୍ରୀ ମହାପାତ୍ର ସିଭିଲ୍ ଟାଉନସିପ୍ ସ୍ଥିତ ରିଲାଏନ୍ସ ଡିଜିଟାଲକୁ ଜଣାଇଥିଲେ। ରିଲାଏନ୍ସ ଡିଜିଟାଲର ସର୍ଭିସ ଇଞ୍ଜିନିୟର ବାସନ୍ତୀ କଲୋନୀ ଆସି ଶ୍ରୀ ମହାପାତ୍ରଙ୍କ ଘରେ ଓ୍ବାଶିଂ ମେସିନ୍ ମରାମତି କରିବାରୁ ତାହା କାର୍ଯ୍ଯ କରିଥିଲା। କିନ୍ତୁ ଗୋଟିଏ ମାସ ପରେ ପୁନର୍ବାର ଓ୍ବାଶିଂ ମେସିନ କାର୍ଯ୍ଯ କରିବା ବନ୍ଦ୍ କରିବାରୁ ମେସିନର ମାଲିକ ଶ୍ରୀ ମହାପାତ୍ର କଷ୍ଟୋମର କେୟାରକୁ ଅଭିଯୋଗ କରିଥିଲେ। ଅଭିଯୋଗ ପାଇଲା ପରେ ରିଲାଏନ୍ସ କମ୍ପାନୀର ସର୍ଭିସ ଇଂଜିନିୟର ଦ୍ବିତୀୟ ଥର ପାଇଁ ଓ୍ବାଶିଂ ମେସିନକୁ ସଜାଡିବାରୁ ତାହା କାର୍ଯ୍ଯ କରିବା ଆରମ୍ଭ କରିଥିଲା। କିଛି ଦିନ ପରେ ଓ୍ବାଶିଂ ମେସିନର ସମାନ ସମସ୍ୟା ଦେଖାଦେବା ପରେ ସନ୍ତୋଷ କୁମାର ମହାପାତ୍ର କଷ୍ଟୋମର କେୟାରକୁ ତୃତୀୟ ଥର ଅଭିଯୋଗ କରିବାରୁ, ରିଲାଏନ୍ସ ଡିଜିଟାଲ ପକ୍ଷରୁ ସର୍ଭିସ ଇଞ୍ଜିନିୟରି ଆସି ଓ୍ବାଶିଂ ମେସିନ୍ ସଜାଡିବାକୁ ବିଫଳ ହୋଇ ହେବାରୁ, ଓ୍ବାଶିଂ ମେସିନକୁ ସର୍ଭିସ ସେଣ୍ଟରକୁ ପଠାଇଦେବା ପାଇଁ କହିଥିଲେ। ଶ୍ରୀ ମହାପାତ୍ର ଓ୍ବାଶିଂ ମେସିନକୁ ସର୍ଭିସ ସେଣ୍ଟରକୁ ପଠାଇବା ପରେ ରିଲାଏନ୍ସ ଡିଜିଟାଲ, ମେସିନକୁ ୨୦୨୪ ଜୁନ୍ ୨୦ ପର୍ଯ୍ୟନ୍ତ ନ ଫେରାଇବାରୁ, ସନ୍ତୋଷ ମହାପାତ୍ର ବାଧ୍ଯ ହୋଇ ୨୦୨୪ ଜୁନ ୨୪ ତାରିଖରେ ଜିଲ୍ଲା କଞ୍ଜୁମର କୋର୍ଟରେ ମାମଲା ରୁଜୁ କରିଥିଲେ।

     ୨୦୨୬ ଜାନୁଆରୀ ୩୧ ଦିନ ଜିଲ୍ଲା କଞ୍ଜୁମର କୋର୍ଟ ଏହି ମାମଲାର ବିଚାର କରି, ଓ୍ବାଶିଂ ମେସିନକୁ ସମ୍ପୂର୍ଣ୍ଣ ମରାମତି କରି ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମେସିନ ସମ୍ପୂର୍ଣ୍ଣ ମରାମତି କରି ନ ପାରିଲେ, ମେସିନର କ୍ରେତାଙ୍କୁ ମେସିନ୍ ବାବଦରେ ୧୬,୬୧୬ ଟଙ୍କା ଫେରାଇବା ସହିତ ୯ ପ୍ରତିଶତ ସୁଧ ହାରରେ ୧୦ ହଜାର ଟଙ୍କା ଏବଂ ମୋକଦ୍ଦମା ବାବଦକୁ ୫ ହଜାର ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଦେବାର ଏକ ମାସ ମଧ୍ୟରେ ରିଲାଏନ୍ସ ଡିଜିଟାଲ, କ୍ଷତିପୂରଣ ଅର୍ଥ ପ୍ରଦାନ କରିବାରେ ଅସମର୍ଥ ପ୍ରକାଶ କଲେ କମ୍ପାନୀ ବିରୋଧରେ ଅପରାଧିକ ମାମଲା କରାଯିବ ବୋଲି ଜିଲ୍ଲା କଞ୍ଜୁମର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଏହି ମାମଲା କୁ ଶ୍ରୀ ମହାପାତ୍ରଙ୍କ ତରଫରୁ ଆଇନଜୀବୀ ରାମପ୍ରସାଦ ପଟ୍ଟନାୟକ ପରିଚାଳନା କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୧୬୩ ତମ ଗଙ୍ଗାଧର ଜୟନ୍ତୀ ମହା ସମାରୋହ ରେ ପାଳିତ  କୁଳମଣି ସାହୁ ଙ୍କୁ ଗଙ୍ଗାଧର ମେହେର ସମ୍ମାନ

Sunil Chandra Nayak

ଫୁଲବାଣୀ ସରସ୍ୱତୀ ଶିଶୁ ମନ୍ଦିର ପକ୍ଷରୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

Sunil Chandra Nayak

୩୦ ମିନିଟ୍ ଧରି ମହୁମାଛି ଙ୍କ ଆତଙ୍କ 

Sunil Chandra Nayak

Leave a Comment

error: Content is protected !!