ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇଜିଂ କ୍ଲବ ପକ୍ଷରୁ ‘୮ମ ସର୍ବଭାରତୀୟ ରାଇଜିଂ କପ୍ ଭଲିବଲ୍ ଟୁର୍ଣ୍ଣାମେଣ୍ଟ-୨୦୨୬’ ଆସନ୍ତା ୨୮ ରୁ…..

ରାଇଜିଂ କ୍ଲବ ପକ୍ଷରୁ ‘୮ମ ସର୍ବଭାରତୀୟ ରାଇଜିଂ କପ୍ ଭଲିବଲ୍ ଟୁର୍ଣ୍ଣାମେଣ୍ଟ-୨୦୨୬’ ଆସନ୍ତା ୨୮ ରୁ…..

ରାଉରକେଲା: ବିଗତବର୍ଷ ମାନଙ୍କ ପରି ଚଳିତବର୍ଷ ମଧ୍ଯ ରାଇଜିଂ କ୍ଲବ, ରାଉରକେଲା ପକ୍ଷରୁ ସର୍ବଭାରତୀୟ ରାଇଜିଂ କପ୍ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ଏସମ୍ପର୍କରେ ଏହି ଟୁର୍ଣ୍ଣାମେଣ୍ଟର ସାଂଗଠନିକ ସମ୍ପାଦକ ଶିଶିର ସାହୁ ଓ ଅନ୍ୟ ସଦସ୍ୟମାନେ ସାମ୍ବାଦିକଙ୍କୁ ସୂଚନା ଦେଇ କହିଛନ୍ତି ଯେ ସେକ୍ଟର ୨୦ ରାଇଜିଂ ପଡିଆରେ ଅନୁଷ୍ଠିତ ହେବାକୁଥିବା ‘୮ମ ସର୍ବଭାରତୀୟ ରାଇଜିଂ କପ୍ ଭଲିବଲ୍ ଟୁର୍ଣ୍ଣାମେଣ୍ଟ-୨୦୨୬’ ଆସନ୍ତା ୨୮ ତାରିଖରେ ଉଦ୍ଘାଟିତ ହୋଇ ମାର୍ଚ୍ଚ ୧ ତାରିଖରେ ଉଦଯାପିତ ହେବ। ଏହି ଦୁଇ ଦିବସୀୟ ଲିଗ୍ ଭିତ୍ତିକ ଟୁର୍ଣ୍ଣାମେଣ୍ଟରେ ଓଡିଶା ସମେତ ହରିୟାନା, ଜବଲପୁର ରେଳବାଇ (ମଧ୍ଯ ପ୍ରଦେଶ), ନାଗପୁର (ମହାରାଷ୍ଟ୍ର), ଉତ୍ତର ପ୍ରଦେଶ, ଦିଲ୍ଲୀ ଆଦି ସ୍ଥାନରୁ ପ୍ରମୁଖ ଭଲି ଦଳ ଅଂଶଗ୍ରହଣ କରିବେ। ଉଦ୍ଘାଟନୀ ଉତ୍ସବ ପୂର୍ବରୁ ଏକ ସୁଦୃଶ୍ୟ ମଶାଲ ଶୋଭାଯାତ୍ରା ସ୍ଥାନୀୟ ସୋମନାଥ ମନ୍ଦିରରୁ ବାହାରି ଅଞ୍ଚଳ ପରିକ୍ରମା କରି ରାଇଜିଂ ପଡିଆରେ ପହଞ୍ଚିବ। ସେହିପରି ଚମ୍ପିୟନ ଓ ରନର୍ସଅପ ଦଳ ତଥା ତୃତୀୟ ସ୍ଥାନ ହାସଲ କରିଥିବା ଦଳକୁ ଟ୍ରଫି ସହ ନଗଦ ରାଶି ପ୍ରଦାନ କରାଯିବ। ଏହି ଟୁର୍ଣ୍ଣାମେଣ୍ଟଟିକୁ ବହୁସଂଖ୍ୟାରେ କ୍ରୀଡାପ୍ରେମୀ ଉପଭୋଗ କରିବା ପାଇଁ ରାଇଜିଂ କ୍ଲବ ପକ୍ଷରୁ ନିବେଦନ କରାଯାଇଛି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସଫେଇ କର୍ମଚାରୀ ଙ୍କୁ ସୁରକ୍ଷା ସାମଗ୍ରୀ ବଣ୍ଟନ      

Sunil Chandra Nayak

ବନବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ନବରଙ୍ଗପୂର ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଯୋଗ ଦିବସ ପାଳନ  “ଏକ ପୃଥିବୀ ଏକ ସ୍ବାସ୍ଥ୍ୟ ପାଇଁ ଯୋଗ “

masiha

Leave a Comment

error: Content is protected !!