ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଣ୍ଟର ନେସନାଲ ଡାଏସପୋରା ଫାଉଣ୍ଡେସନର ଆଞ୍ଚଳିକ ନିର୍ଦ୍ଦେଶକ ହେଲେ ଡ. ଭବାନୀଶଙ୍କର ନିଆଲ 

ଇଣ୍ଟର ନେସନାଲ ଡାଏସପୋରା ଫାଉଣ୍ଡେସନର ଆଞ୍ଚଳିକ ନିର୍ଦ୍ଦେଶକ ହେଲେ ଡ. ଭବାନୀଶଙ୍କର ନିଆଲ 

ଭବାନୀପାଟଣା,୨୬/୦୨-ଅନ୍ତର୍ଜାତୀୟ ଖ୍ୟାତନାମା ସଂଗଠନ ଇଣ୍ଟର ନେସନାଲ ଡାଏସପୋରା ଫାଉଣ୍ଡେସନର ଆଞ୍ଚଳିକ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି କଳାହାଣ୍ଡିର ବିଶିଷ୍ଟ କବି, ଲେଖକ ଓ ସାମାଜିକ କର୍ମୀ ଡ. ଭବାନୀଶଙ୍କର ନିଆଲ। ଆମେରିକାର ମେକ୍ସିକୋ ସହରରେ ଥିବା ଏହି ସଂଗଠନ ପ୍ରବାସୀ ସମୁଦାୟଙ୍କୁ ସହାୟତା ଓ ସ୍ଥାୟୀ ବିକାଶ ଉପରେ ଧ୍ୟାନ ଦେଇଥାଏ। ସ୍ଥାୟୀ ବିକାଶର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ଏହି ସଂଗଠନ ଉପଲବ୍ଧ ବିଭିନ୍ନ ସୂଚନାକୁ ଗୁରୁତ୍ୱ ଦେଇ ଦାରିଦ୍ର୍ୟ ଦୂରୀକରଣ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଏକ ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିଥାଏ। ଭାରତରେ ସ୍ଥାୟୀ ବିକାଶ ଲକ୍ଷ୍ୟର ଗୁରୁତ୍ୱ ସର୍ବଦା ରହି ଆସିଥିବାବେଳେ ଭାରତରେ ଏ ଦିଗରେ ଆବଶ୍ୟକ ଦାୟିତ୍ୱ ନିର୍ବାହ କରିବାକୁ ଡ. ନିଆଲଙ୍କୁ ଆଞ୍ଚଳିକ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିବା ସଂଗଠନ ସୂତ୍ରରୁ ଜଣାପଡିଛି। ସେହିପରି ଡ. ନିଆଲଙ୍କ ନିଯୁକ୍ତିକୁ ନେଇ ସୂଚନା ଦେବା ସହିତ ଏକ ବୈଶ୍ୱିକ ଦୃଷ୍ଟିକୋଣର ଉନ୍ମୋଚନ ହୋଇପାରିବ ବୋଲି ସଂଗଠନର ସଭାପତି ଡ. ଆର୍ସେନ ତାତସାଜେଉ ସୂଚନା ଦେଇଛନ୍ତି। ଡ. ନିଆଲ ଗତ ଦୁଇ ଦଶନ୍ଧି ହେଲା ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ସ୍ଥାୟୀ ବିକାଶର ଲକ୍ଷ୍ୟ ହାସଲ ଦିଗରେ ଅନବରତ କାର୍ଯ୍ୟ କରିବା ସହିତ ବିଭିନ୍ନ ଗଣ ଆନ୍ଦୋଳନର ନେତୃତ୍ୱ ନେଇସାରିଛନ୍ତି। 

Related posts

REVENUE INSPECTOR OF KALOSIHIRA CIRCLE UNDER KUARMUNDA TAHASIL, DIST-SUNDARAGADA NABBED BY ODISHA VIGILANCE WHILE TAKING BRIBE FOR ISSUANCE OF LAND DEMARCATION REPORT

Sunil Chandra Nayak

ଭାଇବ୍ରାଣ୍ଟ ର ସାମାଜିକ କାର୍ଯ୍ୟକ୍ରମ

masiha

ଶ୍ରୀ ମେଟାଲିକ୍ସ ପ୍ଲାଣ୍ଟରେ ବିଶ୍ୱ ପରିବେଶ ଦିବସ ପାଳିତ

Leave a Comment

error: Content is protected !!