ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପରଜଙ୍ଗ ବ୍ଲକ୍ ରେ ଜନ ଶୁଣାଣି ଅଭିଯୋଗ ଶିବିର

ଢେଙ୍କାନାଳ    :- ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ବ୍ଲକ୍ କାର୍ଯ୍ୟଳୟ ରେ ଆଜି ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଅଛି ।କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ର ସମୀକ୍ଷା ସହିତ ଏହାର ସଫଳ ରୂପାୟନ କିପରି ଜନ ସାଧାରଣ ଙ୍କ ନିକଟ ରେ ପହଞ୍ଚିପାରିବ ସେ ଦିଗରେ ଯତ୍ନବାନ୍ ହେବାକୁ ପରାମର୍ଶ ଦିଆ ଯାଇଥିଲା।

 ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଲୋଗନାୟଗି ଦିବ୍ୟ ଭି ସମେତ ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଜିଲ୍ଲା ଚିକିତ୍ସାଧିକାରୀ, ଉପ ଜିଲ୍ଲାପାଳ, ଜିଲ୍ଲା ପରିଷଦ ଉପ ଅଧ୍ୟକ୍ଷା ବିଳାସୀନି ସେଠୀ, ଜିଲ୍ଲା ପରିଷଦ ସଦସ୍ୟ ରୁନୁ ବର୍ମା ତତ୍ ସହିତ ବହୁ ଜନସାଧାରଣ ଉପସ୍ଥିତ ହୋଇଥିଲେ ଏହି କାର୍ଯ୍ୟକ୍ରମ ରେ ଇନ୍ଦିରା ଆବାସ, ବିଭିନ୍ନ ପ୍ରକାର ଭତ୍ତା, ରେସନ କାର୍ଡ ସମ୍ବଦ୍ଧୀୟ ମୋଟ୍ ୧୧୫ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜ ଲହସ୍ତୀଙ୍କ ରିପୋର୍ଟ୍

Related posts

ଖାସବାହାଲ ଠାରେ ବ୍ଲକ ସ୍ତରୀୟ ଯାଦବ ସମାଜ ବୈଠକ

Sunil Chandra Nayak

ଲାଞ୍ଜିଗଡ଼ ବ୍ଲକ ପ୍ରଶାସନର ନୂତନ ପ୍ରସ୍ତୁତି  ଶୁଭାରମ୍ଭ ହେଲା ଭିଜନ ଡକ୍ୟୁମେଣ୍ଟ ‘ମୋ ପଞ୍ଚାୟତ

Sunil Chandra Nayak

ଜୟପାଟଣା ବ୍ଳକ କୁ ଜିଲ୍ଲାପାଳ ଙ୍କ ଦିନିକିଆ ଗ୍ରସ୍ତ

Sunil Chandra Nayak

Leave a Comment

error: Content is protected !!