ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରେ ଚାଲିଥିବା କାମ ନିମ୍ନମାନର ହେଉଥିବା ଅଭିଯୋଗ 

 ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରେ ଚାଲିଥିବା କାମ ନିମ୍ନମାନର ହେଉଥିବା ଅଭିଯୋଗ 

ପାଟଣାଗଡ  — ବଲାଙ୍ଗୀର୍ ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ୍ ବ୍ଲକ୍ ପଡ଼ିଆବାହାଲ୍ ପଞ୍ଚାୟତ ପତ୍ରାପାଲି ଠାରୁ ବାଞ୍ଜିପାଲି ପଡ଼ିଆବାହାଲ ରାସ୍ତା ନିର୍ମାଣ ଚାଲିଥିବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ର ବିକଳ ଚିତ୍ର ଓ ନିମ୍ନମାନ କାମ କରାଯାଉଥିବା ଉପରେ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ଅଭିଯୋଗ ! 

ଯୋଜନା ସାଧାରଣଜନତାଙ୍କ ପାଇଁ ଓ ପ୍ରଶାସନ ଜନତାଙ୍କ ଈଶ୍ୱର ହେଲେ ପ୍ରସାସନିକ ଅଧିକାରୀ ଯଦି ଦୁର୍ନୀତିରେ ଲିପ୍ତ ରହିବେ ତାହେଲେ ଏଠି ଜନତା ଗୁହାରି କରିବେ କାହାକୁ !  

ଗତ ମାସ ୧୪/୦୧/୨୬ : ଏ ରାସ୍ତାର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ନିଜେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଓ ମାନନୀୟା ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂ ଦେଓ…ହେଲେ ତାହା ନାମକୁ ମାତ୍ର ! ଆରମ୍ଭରୁ ଲୋକେ ଚାଲିଥିବା ରାସ୍ତା ନିର୍ମାଣ ଉପରେ ଆଙ୍ଗୁଳି ଉଠେଇଲେଣି ! ନିମ୍ନମାନ କାମ ହେଉଥିବା ଅଭିଯୋଗ କରିଲେଣି ! ହେଲେ ଏଠିର ବ୍ୟବସ୍ଥା ନକହିବା ଭଲ,! ଜନତାଙ୍କ ଅଭିଯୋଗ ଅନୁଯାୟୀ ଆମେ ରାସ୍ତା କାମ ଚାଲିଥିବା ବିଭାଗୀୟ କନିଷ୍ଠ ଯନ୍ତ୍ରୀ କୁ ପଚାରିଥିଲୁ ହେଲେ ସେ କହୁଛନ୍ତି ଠିକାଦାର କୁ ପଚାର.. ଠିକାଦାର କୁ ପଚାରିଲେ କହୁଛନ୍ତି ଯନ୍ତ୍ରୀ କୁ ପଚାର ବାଃ, ବାଃ ରେ ସରକାରୀ ପ୍ରଶାସନିକ ଅଧିକାରୀ ! ଆଖି ବନ୍ଧକରି ଗୋରଷପିଆ ନୀତି ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ଲୁଚକାଳି ଖେଲ ଖେଳି ଜନତାଙ୍କୁ ସଠିକ ଉତ୍ତର ଦେଇପାରୁନଥିବା ଓ ଧରାଛୁଆଁ ଦେଉନ ଥିବାରୁ ସିଧା, ସିଧା ବାରିହେଉଛି ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା… ହେଲେ ସତରେ କଣ ସାଧାରଣ ଜନତାଙ୍କ ସ୍ୱର ଦୁର୍ନୀତି ଚାପରେ ଚାପି ହୋଇଯିବ ! ଜନତାଙ୍କୁ କଣ ତାଙ୍କ ନିଜ ଅଧିକାର ମିଳିପାରିବନି… ଯଦି ମିଳିବ ତାହେଲେ ସିଧା ମିଡ଼ିଆ ଆଗରେ ଅଧିକାରୀ ଯନ୍ତ୍ରୀ ମୁହଁ ନ ଲୁଚାଇ.. ଜନତାଙ୍କୁ ତାଙ୍କ ଜବାବ ର ସଠିକ ଉତ୍ତର ଦିଅନ୍ତୁ ନ ହେଲେ ଅଞ୍ଚଳବାସି ଓ ବୁଦ୍ଧିଜୀବି ମାନେ ଆଗାମୀ ଦିନରେ ରାଜରାସ୍ତା କୁ ଓଲ୍ହାଇ ନିଜ ହକ ପାଇଁ ଲଢ଼ିବୁ ବୋଲି ମତପ୍ରକାଶ କରିଛନ୍ତି ! 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍  

Related posts

ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ୱାରା ସିଲେଇ ତାଲିମ କେନ୍ଦ୍ରର ପୁନଃ ପ୍ରାରମ୍ଭ ସମାରୋହ

masiha

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ

masiha

ଆର୍ଥୀକ ସଂସ୍ଥା ରେ ଜମାକାରୀ କ୍ଷତି ଗ୍ରସ୍ତ ମିଳିତ ମଞ୍ଚ ଙ୍କ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!