ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ଶତପଥୀ ଙ୍କ କବିତା ଉତ୍ତପ୍ତ ଧରିତ୍ରୀ

 ଉତ୍ତପ୍ତ ଧରିତ୍ରୀ

 

ରୌଦ୍ର ତାପେ ଗ୍ରୀଷ୍ମରେହୁଏ ଉତପ୍ତ ଧରିତ୍ରୀ 

ଗ୍ରୀଷ୍ମର ପ୍ରବାହ ନେଇ, 

ସାରା ବିଶ୍ୱ ଆଜି ତାତିରେ ସଢୁଛି 

ଜୀବଜନ୍ତୁ କଷ୍ଟ ପାଇ l

ତାପମାତ୍ରା ଯାହା ଅତି ପରିମାଣେ 

ବୃଦ୍ଧି ପାଇ ଯାଇଅଛି, 

ପ୍ରଚଣ୍ଡ ରୌଦ୍ରରେ ମାନବ ସମାଜ

ତ୍ରାହି ତ୍ରାହି ଡାକୁଅଛି l

କୂପ ପୁଷ୍କରିଣୀ ହୋଇଯାଏ ଶୁଷ୍କ 

ଜଳ ଶୂନ୍ୟ ଜଳାଶ୍ରୟ, 

ଜଳର କଷ୍ଟରେ ଏ ସାରା ସମାଜ 

ହୋଇଥାନ୍ତି ନିରାଶ୍ରୟ l

ପଶୁ ପକ୍ଷୀ ଗଣ ଗ୍ରୀଷ୍ମ ପ୍ରକୋପରୁ 

ରକ୍ଷା ପାଇବାଟା କଷ୍ଟ,

ଜାଣିଶୁଣି କରି ମାନବ ସମାଜ 

ଜଙ୍ଗଲକୁ କରେ ନଷ୍ଟ l

ଅଂଶୁଘାତ ହୁଏ ଜୀବନଟି ଯାଏ 

ପଡ଼ିଯାଏ ହାହାକାର, 

ସାବଧାନତା ହିଁ ସୁରକ୍ଷା ଯୋଗାଏ 

ଅଟେ ଏହା ପ୍ରତିକାର l

ଖରା ସମୟରେ ଛାଇରେ ରହିବା 

ପଦାକୁ ଗଲେ ଚପଲ, 

ମୁଣ୍ଡରେ ଗାମୁଛା ସଙ୍ଗେ ନେବା ଛତା 

କଳା ଚଷମାଟି ଭଲ l

ହାଲୁକା ପୋଷାକ ଦେହପାଇଁ ହିତ 

ଘୋଳଦହି ସରବତ, 

ପଖାଳ ତୋରାଣି ମନନିଏ କିଣି 

ଖରାଦିନେ ତାହା ହିତ l

ପାନୀୟ ଜଳର ସୁବିଧା କରିବା 

ସ୍ଥାନେ ସ୍ଥାନେ ରଖିଦେଇ, 

ବଣ ଜଙ୍ଗଲରେ ଜଳାଶ୍ରୟ ଲୋଡ଼ା 

ପଶୁ ପକ୍ଷୀ ହିତ ପାଇଁ l

ଜଙ୍ଗଲକୁ ଆମେ କରିବାନି ନଷ୍ଟ 

ନେଉଥିବା ତା’ର ଯତ୍ନ, 

ବହୁ ପରିମାଣେ ଗଛ ଲଗାଇଲେ 

ଆମପାଇଁ ହେବ ରତ୍ନ l

ଗ୍ରୀଷ୍ମ କାଳ ଅଟେ ସଭିଙ୍କର କଷ୍ଟ 

ତଥାପି ଦିଏ ଭରସା, 

ଗ୍ରୀଷ୍ମର ଶେଷରେ ଆକାଶ ମେଘୁଆ 

ଅଜାଡ଼ି ଦିଏ ବରଷା l

ପ୍ରଶାନ୍ତ କୁମାର ଶତପଥୀ 

ଛତ୍ରପୁର, ଗଞ୍ଜାମ 

 

Related posts

ଘଷିପୁରା ଆଦର୍ଶ ବାଣିଜ୍ୟ ମେଳାରେ ପ୍ରବଳ ଭିଡ଼

Sunil Chandra Nayak

କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତି ସ୍ମୃତିନ୍ୟାସ ତରଫରୁ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ପ୍ରଥମ ଥର ପାଇଁ କଳାହାଣ୍ଡି ହକିଟିମ୍ ର ନେହେରୁ କପ୍ ହକି ଚାମ୍ପିଅନସିପ ରେ ଭାଗ ନେବା ପାଇଁ ରାଉରକେଲା ଗସ୍ତ

Sunil Chandra Nayak

Leave a Comment

error: Content is protected !!