ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ଶତପଥୀ ଙ୍କ କବିତା ଉତ୍ତପ୍ତ ଧରିତ୍ରୀ

 ଉତ୍ତପ୍ତ ଧରିତ୍ରୀ

 

ରୌଦ୍ର ତାପେ ଗ୍ରୀଷ୍ମରେହୁଏ ଉତପ୍ତ ଧରିତ୍ରୀ 

ଗ୍ରୀଷ୍ମର ପ୍ରବାହ ନେଇ, 

ସାରା ବିଶ୍ୱ ଆଜି ତାତିରେ ସଢୁଛି 

ଜୀବଜନ୍ତୁ କଷ୍ଟ ପାଇ l

ତାପମାତ୍ରା ଯାହା ଅତି ପରିମାଣେ 

ବୃଦ୍ଧି ପାଇ ଯାଇଅଛି, 

ପ୍ରଚଣ୍ଡ ରୌଦ୍ରରେ ମାନବ ସମାଜ

ତ୍ରାହି ତ୍ରାହି ଡାକୁଅଛି l

କୂପ ପୁଷ୍କରିଣୀ ହୋଇଯାଏ ଶୁଷ୍କ 

ଜଳ ଶୂନ୍ୟ ଜଳାଶ୍ରୟ, 

ଜଳର କଷ୍ଟରେ ଏ ସାରା ସମାଜ 

ହୋଇଥାନ୍ତି ନିରାଶ୍ରୟ l

ପଶୁ ପକ୍ଷୀ ଗଣ ଗ୍ରୀଷ୍ମ ପ୍ରକୋପରୁ 

ରକ୍ଷା ପାଇବାଟା କଷ୍ଟ,

ଜାଣିଶୁଣି କରି ମାନବ ସମାଜ 

ଜଙ୍ଗଲକୁ କରେ ନଷ୍ଟ l

ଅଂଶୁଘାତ ହୁଏ ଜୀବନଟି ଯାଏ 

ପଡ଼ିଯାଏ ହାହାକାର, 

ସାବଧାନତା ହିଁ ସୁରକ୍ଷା ଯୋଗାଏ 

ଅଟେ ଏହା ପ୍ରତିକାର l

ଖରା ସମୟରେ ଛାଇରେ ରହିବା 

ପଦାକୁ ଗଲେ ଚପଲ, 

ମୁଣ୍ଡରେ ଗାମୁଛା ସଙ୍ଗେ ନେବା ଛତା 

କଳା ଚଷମାଟି ଭଲ l

ହାଲୁକା ପୋଷାକ ଦେହପାଇଁ ହିତ 

ଘୋଳଦହି ସରବତ, 

ପଖାଳ ତୋରାଣି ମନନିଏ କିଣି 

ଖରାଦିନେ ତାହା ହିତ l

ପାନୀୟ ଜଳର ସୁବିଧା କରିବା 

ସ୍ଥାନେ ସ୍ଥାନେ ରଖିଦେଇ, 

ବଣ ଜଙ୍ଗଲରେ ଜଳାଶ୍ରୟ ଲୋଡ଼ା 

ପଶୁ ପକ୍ଷୀ ହିତ ପାଇଁ l

ଜଙ୍ଗଲକୁ ଆମେ କରିବାନି ନଷ୍ଟ 

ନେଉଥିବା ତା’ର ଯତ୍ନ, 

ବହୁ ପରିମାଣେ ଗଛ ଲଗାଇଲେ 

ଆମପାଇଁ ହେବ ରତ୍ନ l

ଗ୍ରୀଷ୍ମ କାଳ ଅଟେ ସଭିଙ୍କର କଷ୍ଟ 

ତଥାପି ଦିଏ ଭରସା, 

ଗ୍ରୀଷ୍ମର ଶେଷରେ ଆକାଶ ମେଘୁଆ 

ଅଜାଡ଼ି ଦିଏ ବରଷା l

ପ୍ରଶାନ୍ତ କୁମାର ଶତପଥୀ 

ଛତ୍ରପୁର, ଗଞ୍ଜାମ 

 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଏହିତ ବିଚିତ୍ର ସୃଷ୍ଟି

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ଶିକ୍ଷା ବିଭାଗର ରେ ନୂତନ ବିଇଓଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!