ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ ଧକ୍କାରେ ଯୁବକ ଗୁରୁତର 

ବସ୍ ଧକ୍କାରେ ଯୁବକ ଗୁରୁତର 

ବେଲଗୁଣ୍ଠା, ୨୬/୦୩ ବୁଧବାର ଅପରାହ୍ଣ ପାଞ୍ଚ ଘଣ୍ଟା ସମୟରେ ଭଞ୍ଜନଗରରୁ ବ୍ରହ୍ମପୁର ଯାଉଥିବା କାଳେଶ୍ୱର ନାମକ ଘରୋଇ ବସ୍ ଜଣେ ଯୁବକକୁ ଧକ୍କା ଦେବା ପରେ ଯୁବକଙ୍କ ହାତ ଏବଂ ଗୋଡରେ ଗଭୀର ଆଘାତ ଲାଗିଛି I ଯୁବକ ଜଣଙ୍କ ବର୍ତ୍ତମାନ ବ୍ରହ୍ମପୁର ମେଡିକାଲ୍ କୁ ରେଫର କରାଯାଇ ଥିବା ବେଳେ ଗାଙ୍ଗପୁର ପୋଲିସ୍ ବସ୍ ଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି I ଖବର ନେବାରେ ଜଣା ପଡ଼ିଛି ଆଜି ସନ୍ଧ୍ୟାରେ ଭଞ୍ଜନଗରରୁ ବ୍ରହ୍ମପୁର ଯାଉଥିବା କାଳେଶ୍ୱର ନାମକ ଘରୋଇ ବସ୍ କ୍ଷତ୍ରିୟବରପୁର ହାଇସ୍କୁଲ୍ ଛକରେ ରହିବା ପରେ ସେଥିରୁ ନିକଟସ୍ଥ ବଡ଼ ଦୋଡ଼ଙ୍ଗା ଗ୍ରାମର ନାରାୟଣ ନାଇକଙ୍କ ପୁଅ ତୋଫାନ ନାଇକ (୨୨) ଓହ୍ଲାଇଥିଲେ I ବସ୍ ରୁ ଓହ୍ଲାଇ ତୋଫାନ ରାସ୍ତା ପାର ହେଉଥିବା ବେଳେ ଗାଡ଼ିଟି ହଠାତ୍ ଚାଲି ଯାଇଥିଲା I ଯାହା ଫଳରେ ତୋଫାନ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କ ବାମ ହାତ ଓ ଗୋଡ଼ ଉପରେ ଗାଡ଼ିଟି ପଳାଇଥିଲା I ଫଳରେ ତୋଫାନ ଗୁରୁତର ଆହତ ହୋଇଥିଲେ I ତାଙ୍କୁ ସ୍ଥାନୀୟ ଲୋକେ ଗୋବରା ମେଡ଼ିକାଲ୍ ରେ ଭର୍ତ୍ତି କରିଥିଲେ I କିନ୍ତୁ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତୋଫାନକୁ ୧୦୮ ଆମ୍ବୁଲାନ୍ସ୍ ଯୋଗେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି I ଖବର ପାଇ ଗାଙ୍ଗପୁର ଥାନା ଏସ୍ଆଇ ଅଜୟ ମଲ୍ଲିକ ଦୁର୍ଘଟଣା ଘଟାଇଥିବା ଗାଡିଟିକୁ ଜବତ କରି ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛନ୍ତି I

Related posts

ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ପୁଟିଆଚୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ “ରାଜ୍ୟସ୍ତରୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

masiha

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସଚେତନତା ରାଲି 

masiha

ଗୋଲାମୁଣ୍ଡା ବ୍ଲକ ପ୍ରାଙ୍ଗଣରେ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!