ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ ଧକ୍କାରେ ଯୁବକ ଗୁରୁତର 

ବସ୍ ଧକ୍କାରେ ଯୁବକ ଗୁରୁତର 

ବେଲଗୁଣ୍ଠା, ୨୬/୦୩ ବୁଧବାର ଅପରାହ୍ଣ ପାଞ୍ଚ ଘଣ୍ଟା ସମୟରେ ଭଞ୍ଜନଗରରୁ ବ୍ରହ୍ମପୁର ଯାଉଥିବା କାଳେଶ୍ୱର ନାମକ ଘରୋଇ ବସ୍ ଜଣେ ଯୁବକକୁ ଧକ୍କା ଦେବା ପରେ ଯୁବକଙ୍କ ହାତ ଏବଂ ଗୋଡରେ ଗଭୀର ଆଘାତ ଲାଗିଛି I ଯୁବକ ଜଣଙ୍କ ବର୍ତ୍ତମାନ ବ୍ରହ୍ମପୁର ମେଡିକାଲ୍ କୁ ରେଫର କରାଯାଇ ଥିବା ବେଳେ ଗାଙ୍ଗପୁର ପୋଲିସ୍ ବସ୍ ଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି I ଖବର ନେବାରେ ଜଣା ପଡ଼ିଛି ଆଜି ସନ୍ଧ୍ୟାରେ ଭଞ୍ଜନଗରରୁ ବ୍ରହ୍ମପୁର ଯାଉଥିବା କାଳେଶ୍ୱର ନାମକ ଘରୋଇ ବସ୍ କ୍ଷତ୍ରିୟବରପୁର ହାଇସ୍କୁଲ୍ ଛକରେ ରହିବା ପରେ ସେଥିରୁ ନିକଟସ୍ଥ ବଡ଼ ଦୋଡ଼ଙ୍ଗା ଗ୍ରାମର ନାରାୟଣ ନାଇକଙ୍କ ପୁଅ ତୋଫାନ ନାଇକ (୨୨) ଓହ୍ଲାଇଥିଲେ I ବସ୍ ରୁ ଓହ୍ଲାଇ ତୋଫାନ ରାସ୍ତା ପାର ହେଉଥିବା ବେଳେ ଗାଡ଼ିଟି ହଠାତ୍ ଚାଲି ଯାଇଥିଲା I ଯାହା ଫଳରେ ତୋଫାନ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କ ବାମ ହାତ ଓ ଗୋଡ଼ ଉପରେ ଗାଡ଼ିଟି ପଳାଇଥିଲା I ଫଳରେ ତୋଫାନ ଗୁରୁତର ଆହତ ହୋଇଥିଲେ I ତାଙ୍କୁ ସ୍ଥାନୀୟ ଲୋକେ ଗୋବରା ମେଡ଼ିକାଲ୍ ରେ ଭର୍ତ୍ତି କରିଥିଲେ I କିନ୍ତୁ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତୋଫାନକୁ ୧୦୮ ଆମ୍ବୁଲାନ୍ସ୍ ଯୋଗେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି I ଖବର ପାଇ ଗାଙ୍ଗପୁର ଥାନା ଏସ୍ଆଇ ଅଜୟ ମଲ୍ଲିକ ଦୁର୍ଘଟଣା ଘଟାଇଥିବା ଗାଡିଟିକୁ ଜବତ କରି ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛନ୍ତି I

Related posts

କାଳବୈଶାଖୀ ରେ ବ୍ଲକ ପରିସରରେ ଭାଙ୍ଗିଥିବା ତିନୋଟି ଗଛକୁ ସଫା କଲା ଦମକଳ ବାହିନୀ

masiha

୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ଓ ମାଁ ସରସ୍ଵତୀ ପୂଜା ମହୋତ୍ସବ

Sunil Chandra Nayak

ଏଫ୍. ଏମ୍. କଲେଜ ଛାତ୍ରୀ ସୌମ୍ୟାଶ୍ରୀ ର ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଓ ବଳଙ୍ଗା, ନବରଙ୍ଗପୁର ସହ ଜଗତ୍ସିଂହପୁର ଛାତ୍ରୀ ଙ୍କ ଆଶୁ ଆରୋଗ୍ୟ ନିମନ୍ତେ ପ୍ରଦୀପ ପ୍ରଜ୍ଜ୍ଵଳନ 

Sunil Chandra Nayak

Leave a Comment

error: Content is protected !!