ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା 

ଆଇନ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା 

ରାଉରକେଲା: ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳକାୟରେ ପ୍ରଥମଥର ପାଇଁ ଆରମ୍ଭ ହୋଇଥିବା ଆନ୍ତଃ ଆଇନ ମହାବିଦ୍ୟାଳୟରେ ଦୁଇ ଦିନିଆ ମୁଟ କୋର୍ଟ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଯେଉଁଥିରେ ୩୬ ଟି ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ । ଏଥିରେ ରାଉରକେଲା ଆଇନ ମହାବିଦ୍ୟାଳୟ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଛି । ଛାତ୍ର ଚିନ୍ମୟ ନାରାୟଣ ପ୍ରଧାନ ଶ୍ରେଷ୍ଠ ବକ୍ତା ଭାବେ ପୁରସ୍କୃତ ହୋଇଥିଲେ ଏବଂ ସାଥି ଛାତ୍ର ଅମିତ ପାତ୍ର ଓ ଛାତ୍ରୀ ତାନିୟା ୱାର୍ଷି ଭାଗ ନେଇ ମହାବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ଏହି ଖବର ପାଇଁ ମହାବିଦ୍ୟାଳୟରେ ଆନନ୍ଦର ଲହରୀ ଖେଳି ଯାଇଛି । ଭରପ୍ରାପ୍ତ ଅଧ୍ୟକ୍ଷା ଡ. ସମ୍ପାଦିକା ମହାନ୍ତି, ପରିଚାଳନା ସମିତିର ସଭାପତି ଲାୟନ ଡ. ଯତୀନ୍ଦ୍ର ନାୟକ ଏବଂ ଲାୟନ ଇଂ. ହରଦୀପ ସିଂହ ଉପସ୍ଥିତ ରହି ଭଗନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମିଠା ଖୁଆଇ ସମ୍ବର୍ଦ୍ଧନା ଜଣାଇଥିଲେ । 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଜୁ ପଟ୍ଟନାୟକ ଙ୍କ 108 ଜନ୍ମ ଜୟନ୍ତୀ ପାଳିତ

masiha

ରାଜ୍ୟର ନୂଆ ଜିଲ୍ଲା ଗଠନ ନେଇ ପୁଣି ବିଧାନସଭାରେ ଉଠିଲା ସ୍ବର ,ଧର୍ମଗଡ ନୂତନ ଜିଲ୍ଲା ହେବ ! 

Sunil Chandra Nayak

ସିଲିଯୋଡାରେ ରାମନବମୀ ପାଳିତ, ରାମ ନାମ ଧ୍ବନିରେ କମ୍ପିଲା ଖଣି ଅଞ୍ଚଳ

Sunil Chandra Nayak

Leave a Comment

error: Content is protected !!