ପୁରୁଷୋତ୍ତମପୁର ତହସିଲରେ ଜମି ପଟା ଦୁର୍ନୀତି,ମହା ଘୋଟାଲା
ପୁରୁଷୋତ୍ତମପୁର, ୨୬/୦୩ ସ୍ଥାନୀୟ ତହସିଲ/କାର୍ଯ୍ୟାଳୟରେ ଜଣଙ୍କ ନାମରେ ଥିବା ଜମି ପଟାକୁ କାଟି ଅନ୍ୟ ଜଣଙ୍କ ନାମରେ ପଟା ଉଲ୍ଲେଖ କରାଯାଇଛି। ଏହାକୁ ନେଇ ଅଞ୍ଚଳରେ ବହୁ ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ ଶୁଶିଳା ସାହୁ ସ୍ବାମୀ ଅଭିରାମ ସାହୁ, ଗ୍ରାମ ପୁରୁଷୋତ୍ତମପୁର ସେମାନେ ତହସିଲ ଅଫିସରେ ପହଞ୍ଚିଛନ୍ତି କଳଙ୍କିତ ଜମି ପଟା ଦୁର୍ନୀତି ବିଷୟକୁ ନେଇ ତହସିଲଦାର ବିନୋଦ କୁମାର ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତାଙ୍କର କହିବା କଥା ମୋର ମାତା ହିରା ସାହୁ ପୁରୁଷୋତ୍ତମପୁର ମୌଜାର ପୁରାତନ ଖାତା ନଂ ୬୮ମ୍ବର ସର୍ବେ ନଂ ୫୨୮ ପୁରା ରକବା ଏ୦.୬୫ ଡିସିମିରୁ ପଶ୍ଚିମ ଦିଗରୁ ଏ୦.୩୬-୬/୧୦ସେଣ୍ଟ ନୂତନ ସେଟେଲ୍ମେଣ୍ଟ ପ୍ରଜାରେ ଖାତା ନଂ ୧୪୭, ପ୍ଲଟ୍ ନଂ ୭୧୬ରେ ପୁରା ଏ୦.୬୩୦ଡେସିମିଲରୁ ପଶ୍ଚିମ ଦିଗରୁ ଏ୦.୩୧ ୫ଡେସିମିଇଲ ଜମି ଯୁଗ୍ମ ପଟାଦାର ନବ ବେହେରାଙ୍କ ଠାରୁ ଖରିଦ କରିଥିଲେ I ମୋର ମାତାଙ୍କ ଇତି ମଧ୍ୟରେ ଦେହାନ୍ତ ହୋଇଗଲାଣି । ମୁଁ ତାଙ୍କର ଏକମାତ୍ର ଉତ୍ତରାଧିକାରୀ ଅଟେ । ମୋର ମାତା ଉକ୍ତ ସମ୍ପତ୍ତି ୧୯୭୧ସାଲରେ ଖରିଦ କରିଥିଲେ । ସରକାରଙ୍କ ନିୟମ ପ୍ରଜାରେ ୧୯୭୬ ମସିହା ସେଟେଲ
ମେଣ୍ଟ ପୂର୍ବରୁ ମୋର ମାତା ଏହି ସମ୍ପତ୍ତି ଖରିଦ କରିଥିବାରୁ ଏହି ସମ୍ପତ୍ତା ଗତ ସେଟେଲମେଣ୍ଟରେ କିମ୍ବା ଇତି ମଧ୍ୟରେ ମୋର ମାତାଙ୍କ ନାମରେ ରେକର୍ଡ କରାଯାଇ ନାହିଁ । ବର୍ତ୍ତମାନ ସରକାରଙ୍କ ଏହି ନିୟମରେ ପରିବର୍ତନ ହେବାରୁ ମୁଁ ମୋ ନାମରେ ରେକର୍ଡ କରାଇବା ପାଇଁ ଆବେଦନ କରିବା ପରେ ଜଣାପଡିଲା ଯେ, ବର୍ତ୍ତମାନ ମୂଳ ପଟାରେ କୌଣସି ସମ୍ପତ୍ତି ନାହିଁ । ତେଣୁ ଏହି ଜମି ପଟା ଜାଲିଆତି କରାଯାଇ ଅନ୍ୟ ନାମରେ ପଟା କିପରି ହେଲା ତାହାହିଁ ଅଞ୍ଚଳରେ ଏବଂ ମୋ ମନରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ସେଥିରେ ଅର୍ଥାତ ୨୦୧୮ ରୁ ୨୦୨୦ ମସିହା ମଧ୍ୟରେ ସେତେବେଳେ ଥିବା ରାଜସ୍ବ ନିରୀକ୍ଷକଙ୍କ କଳା କାରନାମାରେ ଏବଂ ସେହି ସମୟ ରତହସିଲଦାରଙ୍କ ଜାଣତରେ କିମ୍ବା ଅଜାଣତରେ ହୀରା ସାହୁଙ୍କ ନାମକୁ ପଟାରୁ କାଟି ଅନ୍ୟ ନାମରେ ପଟା କରିବା ପାଇଁ କିଛି ଦଲାଲଙ୍କ ସହଯୋଗରେ ସେଟଲମେଣ୍ଟକୁ ଦିଆଯାଇଥିଲା । ଯାହା ଫଳରେ ହୀରା ସାହୁଙ୍କ ନାମକୁ ପଟାରୁ ବାଦଦେଇ ଅନ୍ୟ ନାମରେ ଯଥା ବସନ୍ତ ପାତ୍ର, ପିତା ଯୋଗେନ୍ଦ୍ର ନାଥ ଦାଶ ତଥା ତାଙ୍କ ସମସ୍ତ ପରିବାରଙ୍କ ନାମରେ ପଟା କରାଯାଇଛି । ଏହା ଉପରେ ବର୍ତ୍ତମାନ ତହସିଲଦାରଙ୍କ ପାଖକୁ ତାଙ୍କ ସେଟଲମେଣ୍ଟ କୋର୍ଟରୁ ବସନ୍ତ ପାତ୍ରଙ୍କ ନାମରେ ପଟା କରିବାକୁ ନିର୍ଦେଶ ଆସିବାରୁ ସେ ହୀରା ସାହୁଙ୍କ ନାମକୁ କାଟି ଦେଈ ବସନ୍ତଙ୍କ ନାମରେ ପଟା କରିଛନ୍ତି ।ସେ ଏହାଉପରେ ପୁଙ୍ଖାନୁ ପୁଙ୍ଖ ତଦାନ୍ତ କରି ବର୍ତ୍ତମାନ ହୋଇଥିବା ପଟାକୁ ସ୍ଥଗିତ କରାଯିବ । ଏବଂ ପୂରା ତଦନ୍ତ ସରିଲା ପରେ ହୀରା ସାହୁଙ୍କ ଉତ୍ତରା ଧିକାରୀ ତାଙ୍କ ଏକମାତ୍ର ଝିଅ ସୁଶୀଳାଙ୍କ ନାମରେ ପଟା କରାଯିବ ବୋଲି ତହସିଲଦାର ବିନୋଦ କୁମାର ବେହେରା କିଛି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ସାମ୍ବାଦିକ ମାନେ ବର୍ତ୍ତମାନର ତହସିଲଦାରଙ୍କୁ ସେତେ ବେଳର କଳା କାରନାମା କରିଥିବା ଆରଆଇ, ଅମିନ କିମ୍ବା ତହସିଲଦାର ନଚେତ ତହସିଲଷ୍ଟାଫଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଅବଗତ କରି ଏହି ଘଟଣାରେ ସାମିଲ ବ୍ୟକ୍ତି ବିଶେଷଙ୍କୁ ଲୋକଲୋଚନକୁ ଆଣିପାରିଲେ ପୁରୁଷୋତ୍ତମପୁର ତହସିଲ ଅଫିସରେ ଗାରିମା ବଢିବା ସହ ଲୋକଙ୍କ ଆସ୍ତା ଓ ବିଶ୍ୱାସ ରହି ପାରିବ ବୋଲି କହିଛନ୍ତି । ଏବଂ ହୀରା ସାହୁଙ୍କ ଏକମାତ୍ର ଝିଅ ସୁଶୀଳା ସାହୁଙ୍କ ନାତି ସିମାଞ୍ଚଳ ସାହୁ ମଧ୍ୟ ଜାଲିଆତିରେ ଫର୍ଦାଫାସ କରିବାକୁ ତହସିଲଦାରଙ୍କୁ ଅନୁରୋଧ କରିଛନ୍ତି । ତେବେ ସମୟ କହିବ ଦଲାଲ ବ୍ୟକ୍ତିଙ୍କ କଳା ସାମ୍ରାଜ୍ୟର କେବେ ମୁଖା ଖୋଲିବ।
ପ୍ରିୟବ୍ରତ ପଣ୍ଡା ଙ୍କ ରିପୋର୍ଟ୍

