ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଗା ଜଳଯୋଗାଣ ପ୍ରକଳ୍ପ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟକୁ ବିରୋଧ : ପାଇପ୍ ଲାଇନ୍ ବିଛାଇ ନଷ୍ଟ କରୁଛି ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା 

ମେଗା ଜଳଯୋଗାଣ ପ୍ରକଳ୍ପ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟକୁ ବିରୋଧ : ପାଇପ୍ ଲାଇନ୍ ବିଛାଇ ନଷ୍ଟ କରୁଛି ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା 

ବାଲିଗୁଡ଼ା, ତା, ୨୮/୦୩: ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରୁଥିବା ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟକୁ ନେଇ ଦେଖାଦେଇଛି ଅସନ୍ତୋଷ । ଗାଁ କୁ ଗାଁ ସଂଯୋଗୀକରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣଧିନ ରାସ୍ତାକୁ ନଷ୍ଟ କରୁଛି ଗ୍ରାମ୍ୟ ଜଳଯୋଗାଣ ବିଭାଗ ଅଧୀନରେ କାର୍ଯ୍ୟରତ ଠିକା ସଂସ୍ଥା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ସିନ୍ଦ୍ରିଗାଁ ପଞ୍ଚାୟତରେ । ଗାଁ କୁ ଗାଁ ସଂଯୋଗୀକରଣ କରିବା ପାଇଁ ବାଲିଗୁଡ଼ା ଗ୍ରାମ୍ୟଉନ୍ନୟନ ବିଭାଗ ଦ୍ବାରା ସିଦ୍ରିଗାଁ ପଞ୍ଚାୟତର ମାଣିକୁଟୀ ଠାରୁ ଜରିସୁଗା ଗ୍ରାମ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମ ଚାଲିଛି । କିନ୍ତୁ ରାସ୍ତା କାମ ନ ସରୁଣୁ ନିୟମ ଉଲ୍ଲଂଘନ କରି ଗ୍ରାମ୍ୟ ଜଳଯୋଗାଣ ଦ୍ବାରା ନିର୍ମାଣଧିନ ମେଗା ଜଳଯୋଗାଣର ଠିକା ସଂସ୍ଥା ମନମୁଖୀ ଭାବେ ନିର୍ମାଣଧିନ ପିଚୁ ରାସ୍ତା କଡ଼ରେ ଜେସିବି ଦ୍ବାରା ଖୋଳି ପାଣି ପାଇପ୍ ବିଛାଇବା ସହ ନିର୍ମାଣଧିନ ରାସ୍ତା କ୍ଷତିଗ୍ରସ୍ତ କରୁଥିବା ଅଭିଯୋଗ ହୋଇଛି । ଠିକା ସଂସ୍ଥା କର୍ମଚାରୀ ଓ ଗ୍ରାମବାସୀ ଏହାକୁ ବିରୋଧ କରିବା ସତ୍ତ୍ୱେ ସମ୍ପୃକ୍ତ ଠିକା ସଂସ୍ଥା ମନମୁଖୀ କାର୍ଯ୍ୟ ଚଳାଇଥିବା ଅଭିଯୋଗ ହୋଇଛି । କେବଳ ଏହି ରାସ୍ତା ନୁହେଁ ବରଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ଅନେକ ରାସ୍ତା ସମ୍ପୃକ୍ତ ମେଗା ଜଳଯୋଗାଣ ପ୍ରକଳ୍ପର ଠିକା ସଂସ୍ଥା ନଷ୍ଟ କରିଥିବା ଦେଖିବାକୁ ମିଳିଛି । ଏନେଇ ଠିକା ସଂସ୍ଥା କର୍ମଚାରୀ ଙ୍କ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇନଥିବା ବେଳେ ଗ୍ରାମ୍ୟଉନ୍ନୟନ ବିଭାଗ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ବାରମ୍ବାର କହିବା ସତ୍ତ୍ୱେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ରାତିଅଧିଆ ଜେସିବି ଲଗାଇ ଗାତ ଖୋଳି ପାଣି ପାଇପ୍ ବିଛାଇବା ସହ ରାସ୍ତା ନଷ୍ଟ କରିଥିବା କହିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡିଓ ଶ୍ୟାମସୁନ୍ଦର ସିଂ। ଏଥିସହିତ ଏଥିପ୍ରତି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଉଭୟ ବିଭାଗର କାର୍ଯ୍ୟ ଯେଭଳି ସଠିକ୍ ଭାବରେ ହୋଇପାରିବ ସେନେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

Related posts

ଆମ ପୁଲିସ ର ବୈଠକ

ବୁଢ଼ୀଦର ପଂଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ, କୁନିକଳାକାରଙ୍କ ଗହଣରେ ନାଚିଲେ ଜୁନାଗଡ଼ ବିଧାୟକ

masiha

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଈଚିଣ୍ଡା ଯୁବ ମୋର୍ଚ୍ଚା ତରଫରୁ ଶ୍ରଦ୍ଧାଳୁଙ୍କ ପାନୀୟ ଜଳ ଓ ଚା’ ବଣ୍ଟନ

masiha

Leave a Comment

error: Content is protected !!