ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିଞ୍ଜିଳିକାଟୁ ଅଞ୍ଚଳରେ ବେଆଇନ ବାଲି ଖନନ: ନଦୀ, ପରିବେଶ ଓ ଚାଷ ଉପରେ ଗଭୀର ସଙ୍କଟ 

ହିଞ୍ଜିଳିକାଟୁ ଅଞ୍ଚଳରେ ବେଆଇନ ବାଲି ଖନନ: ନଦୀ, ପରିବେଶ ଓ ଚାଷ ଉପରେ ଗଭୀର ସଙ୍କଟ 

ହିଞ୍ଜିଳିକାଟୁ:ତା ୨୯/୦୩ ଗଞ୍ଜାମ ଜିଲ୍ଲାର ରୁଷିକୁଲ୍ୟା ଓ ଘୋଡାହାଡ଼ ନଦୀ ସଂଯୋଗସ୍ଥଳରେ ଚାଲୁଥିବା ଅନିୟନ୍ତ୍ରିତ ବାଲି ଖନନ ଫଳରେ ଗୁରୁତର ପରିବେଶୀୟ ସଙ୍କଟ ସୃଷ୍ଟି ହୋଇଛି। ଅନୁମତି ମାତ୍ରାଠାରୁ ବହୁଗୁଣା ବାଲି ଉଠାଯାଉଥିବା ଅଭିଯୋଗ ଉଠିଥିବାବେଳେ ଏହା ନଦୀ ପରିସ୍ଥିତି ଓ ଆଖପାଖ ଅଞ୍ଚଳରେ ଭୟାବହ ପ୍ରଭାବ ପକାଉଛି । ନଦୀଗର୍ଭରୁ ଅତ୍ୟଧିକ ବାଲି ଉଠାଣ ଫଳରେ ନଦୀବନ୍ଧ ଦୁର୍ବଳ ହୋଇପଡ଼ିଛି ଓ ନଦୀପଠ ଗଭୀର ଭାବେ ଖୋଦାଯାଉଛି । ଏହାର ପରିଣାମସ୍ୱରୂପ ବନ୍ୟା ଓ ପ୍ରାକୃତିକ ବିପଦର ଆଶଙ୍କା ବଢ଼ିବା ସହ ଚାଷବାସ ଗୁରୁତର ଭାବେ ପ୍ରଭାବିତ ହେଉଛି।

ଏହି ଘଟଣାକୁ ନେଇ ଆଇନଜୀବୀ ତଥା ହିଞ୍ଜିଳି କଂଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀ କାନ୍ତ ପାଢ଼ୀ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍.ଜି.ଟି)ଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି ପରେ ଏନ୍.ଜି.ଟି ଗୁରୁତର ଅସନ୍ତୋଷ ପ୍ରକାଶ କରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷ ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଛନ୍ତି। ୪ ସପ୍ତାହ ମଧ୍ୟରେ ସ୍ଥିତି ସ୍ପଷ୍ଟ କରିବାକୁ ନୋଟିସ ଜାରି ହୋଇଥିବାବେଳେ ଆଗାମୀ ଶୁଣାଣି ଏପ୍ରିଲ ୨୨ରେ ହେବ।

ଖରିଡ଼ା ବାଲିଘାଟରେ ୧୫,୫୦୦ ଏମ୍.ଜି.କ୍ୟୁ ବାଲି ଉଠାଣ ପାଇଁ ଅନୁମତି ଥିଲେ ମଧ୍ୟ ଅଭିଯୋଗ ଅନୁଯାୟୀ ୧ ଲକ୍ଷ ଏମ୍.ଜି.କ୍ୟୁରୁ ଅଧିକ ବାଲି ଉଠାଯାଇଛି। ଜେସିବି ମାଧ୍ୟମରେ ବିଶାଳ ଅଞ୍ଚଳ ଖୋଳି ପରିବେଶ ନିୟମକୁ ଉଲଂଘନ କରାଯାଉଛି। ବାର୍ଷିକ ୪.୨୫ କୋଟି ଟଙ୍କାରେ ନିଲାମ ହୋଇଥିବା ଏହି ଘାଟରୁ ୨୫ କୋଟି ଟଙ୍କାରୁ ଅଧିକ ବାଲି ଉଠିଥିବା ଅଭିଯୋଗ ଶ୍ରୀ ପାଢ଼ୀ ଆଣିଛନ୍ତି। ଏହିପରି ଅବସ୍ଥା ଭୀମପୁର ଓ ନରସିଂହପଲ୍ଲୀରେ ମଧ୍ୟ ଦେଖାଯାଉଛି।

ବିଶେଷ କରି ଭୀମପୁର ବାଲିଘାଟ ସମ୍ବନ୍ଧରେ ଶ୍ରୀ ପାଢ଼ୀ ଗୁରୁତର ଅଭିଯୋଗ କରିଛନ୍ତି ଯେ, ମାତ୍ର ୧୦,୭୦୦ ଏମ୍.ଜି.କ୍ୟୁ ବାଲି ଉଠାଣ ପାଇଁ ‘ୱାଇ’ ଫର୍ମ ମାଧ୍ୟମରେ ଅନୁମତି ଥିଲେ ମଧ୍ୟ ବାସ୍ତବରେ ୧ ଲକ୍ଷ ଏମ୍.ଜି.କ୍ୟୁରୁ ଅଧିକ ବାଲି ଉଠାଯାଇଛି। ଏହା ସହିତ ପ୍ରତ୍ୟେକ ଗାଡ଼ିକୁ ‘ୱାଇ’ ଫର୍ମ କିପରି ଯୋଗାଣ ହେଉଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି, ଯାହା ବ୍ୟବସ୍ଥାଗତ ଅନିୟମିତତାକୁ ସ୍ପଷ୍ଟ କରୁଛି।

ନଦୀ ମଧ୍ୟରେ ବନ୍ଧ ପକାଇ ବାଲି ଉଠାଯାଉଥିବାରୁ ହିରାଧରବତୀ ବ୍ୟାରେଜକୁ ପାଣି ପହଞ୍ଚୁନାହିଁ, ଯାହା ଉପରେ ନିର୍ଭର କରୁଥିବା ଚାଷବାସ ଭାରି କ୍ଷତିଗ୍ରସ୍ତ ହେଉଛି।

ଅନ୍ୟପଟେ, ଦିନରାତି ହାଇଓ୍ଵା ଚଳାଚଳ ଫଳରେ ଗ୍ରାମୀଣ ରାସ୍ତା କାଦୁଅ ହୋଇଯାଇଥିବା ସହ ଧୂଳି ପ୍ରଦୂଷଣ ବଢ଼ିବାରୁ ସ୍ଥାନୀୟ ଲୋକମାନେ ଅସୁବିଧାରେ ପଡ଼ୁଛନ୍ତି।

ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ଗଞ୍ଜାମ ଜିଲ୍ଲାପାଳ ଖଣି ବିଭାଗକୁ ତତ୍କାଳ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୭ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବା ସହ ଆଇନଅନୁସାରେ କଠୋର କାର୍ଯ୍ୟଗ୍ରହଣ କରିବାକୁ କୁହାଯାଇଛି।

ଭୀମପୁର ବାଲିଘାଟର ପ୍ରମୁଖ ତଥ୍ୟ: ଖାତା ନଂ: ୬୪୦ | ପ୍ଲଟ ନଂ: ୧୩୨୦, ତହସିଲ: ପୁରୁଷୋତ୍ତମପୁର । ଜିଲ୍ଲା: ଗଞ୍ଜାମ ଲିଜ ଅଞ୍ଚଳ: ୧୦.୪୨୫ ଏକର (୪.୨୧୯ ହେକ୍ଟର) ସର୍ବାଧିକ ଉତ୍ପାଦନ କ୍ଷମତା: ୬୫,୦୦୦ ଏମ୍.ଜି.କ୍ୟୁ ବାର୍ଷିକ | ଆର୍ଥିକ ଅବଧି: ୫ ବର୍ଷ ଅନୁମତି ଉଲଂଘନ କରି ଚାଲିଥିବା ବାଲି ଖନନ ପରିବେଶ, ନଦୀ ପରିସ୍ଥିତି ଓ ଚାଷବାସ ଉପରେ ଭୟାବହ ପ୍ରଭାବ ପକାଉଛି। ଏନ୍.ଜି.ଟିଙ୍କ ହସ୍ତକ୍ଷେପ ପରେ ଏହି ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ସାଧାରଣ ଲୋକମାନଙ୍କ ଆଶା ବଢ଼ିଛି।

Related posts

ଦକ୍ଷତା ବିକାଶ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡ଼ାଇ ଙ୍କ ପଲିଟେକ୍ନିକ ଓ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ

masiha

ନବରଙ୍ଗପୁର ମହାବିଦ୍ୟାଳୟ ରେ ବିଶ୍ଵ ରେଡକ୍ରସ ଦିବସ ପାଳିତ

ବାହାନାଗl ରେଳ ଦୁର୍ଘଟଣା ଗ୍ରସ୍ତ ଙ୍କ ଉଦ୍ୟେଶ ରେ ସମୂହ ଦୀପ ପ୍ରଜ୍ବଳନ

Leave a Comment

error: Content is protected !!