ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିନ୍ଦୋଳ ଓକିଲ ସଙ୍ଘ ନିର୍ବାଚନ,ପୁଣି ସୁଶୀଲ ସଭାପତି,ପ୍ରକାଶ ସମ୍ପାଦକ

ହିନ୍ଦୋଳ ଓକିଲ ସଙ୍ଘ ନିର୍ବାଚନ,ପୁଣି ସୁଶୀଲ ସଭାପତି,ପ୍ରକାଶ ସମ୍ପାଦକ

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା ହିନ୍ଦୋଳବିଧାନସଭା କ୍ଷେତ୍ର ହିନ୍ଦୋଳ ବାର ଆସୋସିଏସନର ନିର୍ବାଚନରେ ପୂର୍ବତନ ସଭାପତି ଓ ସମ୍ପାଦକଙ୍କ ଏକତରଫା ବିଜୟ ହୋଇଛି। ଆଜି ହିନ୍ଦୋଳ ବାର ଆସୋସିଏସନ ପାଇଁ ସଭାପତି ଥିବା ସୁଶୀଲ ଗଡ଼ନାୟକ ଓ ସମ୍ପାଦକ ପ୍ରକାଶ ନାୟକ ପୁନର୍ବାର ପଦବୀପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତ ଆଦିକନ୍ଦ ପାଳଙ୍କ ନିକଟରେ ନାମାଙ୍କନ ଭରିଥିଲେ। ତେବେ ସୁଶୀଲ ଗଡ଼ନାୟକ ୧୫ଟି ଭୋଟ ପାଇଥିବାବେଳେ ବିପକ୍ଷରେ ଥିବା ଦୀପ୍ତିକାନ୍ତ ପ୍ରଧାନ ମଧ୍ୟ ୧୫ଭୋଟ ପାଇବାରୁ ଧର୍ମଗୁଳା ପଡିଥିଲା ଏବଂ ଏଥିରେ ସୁଶୀଲ ଗଡ଼ନାୟକ ବିଜୟୀ ହୋଇ ସଭାପତି ଘୋଷିତ ହୋଇଥିଲେ। ସେହିପରି ସମ୍ପାଦକ ପାଇଁ ପ୍ରକାଶ ନାୟକ ୨୦ଟି ଭୋଟପାଇ ବିଜୟୀ ଘୋଷିତ ହୋଇଥିବାବେଳେ ବିପକ୍ଷରେ ୧୦ଭୋଟ ଯାଇଥିଲା।ସେହିପରି ଉପସଭାପତି ଭାବରେ ଦେବାନନ୍ଦ ପଟ୍ଟନାୟକ,ସହ-ସମ୍ପାଦକ ଭାବରେ ଦିଲୀପ ଦାସ, କୋଷାଧକ୍ଷ ଭାବରେ ସୁଶାନ୍ତ ମିଶ୍ର ବିନା ପ୍ରତିଦ୍ବନ୍ଦୀତା ନିର୍ବାଚିତ ହୋଇଥିଲେ। ସୁଶୀଲ,ପ୍ରକାଶଙ୍କ ବିଜୟରେ ଉପଖଣ୍ଡରେ ଖୁସିରମାହୋଲ ସୃଷ୍ଟି ହୋଇଥିବାବେଳେ ପୂର୍ବତନ ସାଂସଦ ମହେଶ ସାହୁ,ବ୍ଲକବିଜେଡି ସଭାପତି ଦେବି ପ୍ରସାଦ ପଟ୍ଟନାୟକ,ବ୍ଲକ ଅଧ୍ୟକ୍ଷା ସସ୍ମିତାରାଣୀ ନାୟକ, ଜିଲ୍ଲା ବିଜେଡି ସମ୍ପାଦକ ପ୍ରଶାନ୍ତ ଦାସ, ଏନଏସି ଅଧ୍ୟକ୍ଷ କେଶବ ପ୍ରଧାନ,ଉପାଧ୍ୟାକ୍ଷା ପ୍ରତିମା ରାଉତ,ବିଜେଡି ଏନଏସି ସଭାପତି ପ୍ରଦ୍ୟୁମ୍ନ ବେହେରାଙ୍କ ସମେତ ବହୁ ବିଶିଷ୍ଟବ୍ୟକ୍ତି ବରିଷ୍ଠ ଆଇନଜୀବୀ, ସାମ୍ବାଦିକ ଓ ଜନସାଧାରଣ ବିଜୟୀ କାର୍ଯ୍ୟକର୍ତା ମାନଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇଛନ୍ତି ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ସଡ଼କ ଦୁର୍ଘଟଣା ହ୍ରାସ ଲକ୍ଷ୍ୟ ରାଜପଥ ଜଗିଛି ଏଆଇ କ୍ୟାମେରା

Sunil Chandra Nayak

ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ କର୍ମକର୍ତ୍ତା 

masiha

ସନ୍ୟାସୀ କୁଣ୍ଡାମାଲ ପଂଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ, କୁନିକଳାକାରଙ୍କ ଗହଣରେ ନାଚିଲେ ଜୁନାଗଡ଼ ବିଧାୟକ

masiha

Leave a Comment

error: Content is protected !!