ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତହସିଲଦାରଙ୍କୁ ହତ୍ୟା ଧମକ ଦେଇ ଅଡୁଆରେ ବ୍ଲକ ଅଧ୍ୟକ୍ଷ, ନର୍ଲା ବିଧାୟିକାଙ୍କ ସ୍ବାମୀଙ୍କ ନାଁରେ ମାମଲା ରୁଜ୍ଜୁ ପୋଲିସ ବିଧାୟିକାଙ୍କ ଭୁବନେଶ୍ବର ସ୍ଥିତ ବାସ ଭବନରେ ଚଢାଉ ନେଇ ରାଜନୈତିକ ହଟ ଚମଟ ସୃଷ୍ଟି….

ତହସିଲଦାରଙ୍କୁ ହତ୍ୟା ଧମକ ଦେଇ ଅଡୁଆରେ ବ୍ଲକ ଅଧ୍ୟକ୍ଷ, ନର୍ଲା ବିଧାୟିକାଙ୍କ ସ୍ବାମୀଙ୍କ ନାଁରେ ମାମଲା ରୁଜ୍ଜୁ

ପୋଲିସ ବିଧାୟିକାଙ୍କ ଭୁବନେଶ୍ବର ସ୍ଥିତ ବାସ ଭବନରେ ଚଢାଉ ନେଇ ରାଜନୈତିକ ହଟ ଚମଟ ସୃଷ୍ଟି….

କଳାହାଣ୍ଡି ଜିଲ୍ଲା ନର୍ଲା ତହସିଲଦାର ବିଭୁ ପ୍ରସାଦ ସିଂହଙ୍କୁ ହତ୍ୟା ଧମକ ଦେଇ ବିବାଦରେ ଛନ୍ଦି ହେଲେ ନର୍ଲା ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ସ୍ଵାମୀ ତଥା ନର୍ଲା ବ୍ଲକ୍ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି , ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେଇ ଫସିଲେ ନର୍ଲାର ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ସ୍ଵାମୀ ତଥା ନର୍ଲା ବ୍ଲକ୍ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି । ନର୍ଲା ତହସିଲଦାର ବିଭୁ ପ୍ରସାଦ ସିଂହଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ତାଙ୍କ ନାଁରେ ଥାନାରେ ଏକ ମାମଲା ରୁଜୁ ହୋଇଛି। ଏପରି କି ଆଜି ତାଙ୍କୁ ଗିରଫ କରିବା ପାଇଁ ବିଧାୟିକାଙ୍କ ଭୁବନେଶ୍ବର ସ୍ଥିତ ବାସଭବନରେ ନର୍ଲା ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା। ଏହି ଘଟଣା ଏବେ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ହୋଇଛି।

ତହସିଲଦାର ବିଭୁ ପ୍ରସାଦ ସିଂହଙ୍କ ଅଭିଯୋଗ ଅନୁସାରେ, ନର୍ଲା ବ୍ଲକ୍ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ବିଭିନ୍ନ ସରକାରୀ କାମରେ ହସ୍ତକ୍ଷେପ କରିବା ସହ ବାଧା ସୃଷ୍ଟି କରି ଆସୁଥିଲେ ଏହାକୁ ତହସିଲଦାର ବିରୋଧ କରିବା ପରେ ବ୍ଳକ୍ ଅଧ୍ୟକ୍ଷ ତାଙ୍କୁ ଫୋନ ଯୋଗେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ବୋଲି ଥାନରେ ଅଭିଯୋଗ ହୋଇଛି। ଏହା ସହ ଜଣେ ଲୋକ ପ୍ରତିନିଧିଙ୍କ ପକ୍ଷରୁ ଜଣେ ସରକାରୀ କର୍ମଚାରୀଙ୍କ ପ୍ରତି ଏଭଲି ଆଚରଣ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ନର୍ଲା ତହସିଲଦାର ନିଜ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। 

ଏହି ଘଟଣାକୁ ନେଇ ଗତ ୧୫ ମାର୍ଚ୍ଚ ୨୦୨୬ ତାରିଖରେ ନର୍ଲା ଥାନାରେ ପି.ଏସ୍ କେସ ନମ୍ବର ୭୨/୨୬ରେ ମାମଲା ରୁଜୁ ହୋଇଛି । ପୋଲିସ ଭାରତୀୟ ନ୍ୟାୟ ସଂହିତାର ଧାରା ୨୯୬, ୨୨୧, ୨୨୪, ୩୫୧(୨) ଏବଂ ୩୫୧(୩) ଅନୁସାରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି।

ଏହି ଘଟଣା ପରେ ନର୍ଲା ଅଞ୍ଚଳରେ ରାଜନୈତିକ ମହଳରେ ଚର୍ଚ୍ଚା ଜୋରଦାର ହୋଇଥିବା ବେଳେ, ପୋଲିସ ଏହାର ତଦନ୍ତ ଜାରି ରଖିଛି । ଏନେଇ ବ୍ଳକ୍ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି କିମ୍ବା ତହସିଲଦାରଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ଜିଲ୍ଲା ପୋଲିସ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ସେପଟେ ଆଜି ନର୍ଲା ପୋଲିସ ବିଧାୟିକା ମନୋରମା ମହାନ୍ତିଙ୍କ ଭୁବନେଶ୍ବର ସ୍ଥିତ ବାସ ଭବନରେ ଚଢାଉ କରିଥିବା ଘଟଣା ରାଜନୈତିକ ମହଲରେ ହଟ ଚମଟ ସୃଷ୍ଟି କରିଛି।

ରାଜନୈତିକ ଉଦ୍ଦେଶ୍ୟ ରଖି ମାନ୍ୟବର ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ବାସ ଭବନ କୁ ମାନ୍ୟବର ବାଚସ୍ପତିଙ୍କ ବିନା କ୍ଳିୟରେନ୍ସରେ ପୋଲିସ ଚଢ଼ାଉ କରିବା ଘଟଣାକୁ ବିଜୁ ଜନତା ଦଳ ପକ୍ଷରୁ ଦୃଢ଼ ନିନ୍ଦା କରିବା ସହିତ କଳାହାଣ୍ଡି ଜିଲ୍ଲା ବିଜୁ ଯୁବ, ଛାତ୍ର, ମହିଳା ଜନତା ଦଳ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

 

Related posts

ରାୟଗଡା ଠାରେ ଜିଲ୍ଳାସ୍ତରୀୟ ୮୮ତମ ଓଡିଶା ଦିବସ ପାଳିତ

Sunil Chandra Nayak

କଳାହାଣ୍ଡିରୁ ଜାତୀୟ ସଫଳତା, ଆଇସିଏସଏସଆର ଫେଲୋଶିପ୍ ପାଇଲେ ନାରାୟଣ ଚୌଧୁରୀ 

Sunil Chandra Nayak

ଚିଲିଗୁଡା ଦଶହରାରେ ମନ ମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!