ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲି ବୋଝେଇ ହାଇୱା ଧକ୍କା ରେ ବୁଲା ବେପାରୀ ମୃତ  ୧ ଲକ୍ଷ ଟଙ୍କା କ୍ଷତିପୂରଣ ପରେ ରାସ୍ତା ଅବରୋଧ ହଟିଲା

ବାଲି ବୋଝେଇ ହାଇୱା ଧକ୍କା ରେ ବୁଲା ବେପାରୀ ମୃତ 
୧ ଲକ୍ଷ ଟଙ୍କା କ୍ଷତିପୂରଣ ପରେ ରାସ୍ତା ଅବରୋଧ ହଟିଲା

ଧର୍ମଗଡ:କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହର ଚାରିଛକ ରୁ ବୋଡ଼େନ ଯିବା ପୂର୍ତ୍ତ ରାସ୍ତା ରେ ଜଣେ ବାଇକ ଆରୋହୀ ଙ୍କ ଉପରେ ହାଇୱା ମାଡ଼ି ଯିବାରୁ ବାଇକ ଆରୋହୀ ବୁଲା ବେପାରୀ ଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ମଧ୍ଯପ୍ରଦେଶ ରାଜ୍ୟର ରତନଗଡ ଥାନା ଅନ୍ତର୍ଗତ ଡେକେନ ଗାଁ ର ରାହୁଲ ମେଘୱାଲ ବୋଲି ଜଣା ପଡିଛି । 

ସୂଚନା ଅନୁଯାୟୀ ବୁଲା ବେପାରୀ ରାହୁଲ ଆଜି ଭୋର ସମୟରେ ଏମପି ୪୪ ଏମଏଚ ୦୯୧୮ ନମ୍ବର ବିଶିଷ୍ଟ ବାଇକ ଯୋଗେ ତାଙ୍କ ଘରୁ ବ୍ୟବସାୟ ପାଇଁ ବାହାରିଥିବା ବେଳେ ଓଡି୦୮ ଯେ ୦୭୧୨ ନମ୍ବର ବିଶିଷ୍ଟ ଏକ ବାଲି ବୋଝେଇ ହାଇୱା ଆସି ଦୁର୍ଘଟଣା ଘଟାଇବା ସହ ବାଇକ ଚାଳକକୁ ୨ଶହ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା।

କ୍ଷତିପୂରଣ ଦାବିରେ ବୁଲାବେପାରୀମାନେ ଘଟଣା ସ୍ଥଳରେ ଶବ ରଖି ରାସ୍ତା ଅବରୋଧ କରିଥିଲେ । ପ୍ରାୟ ୪ ଘଣ୍ଟା ଧରି ରାସ୍ତା ଅବରୋଧ ହେବା ଦ୍ଵାରା କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇ ଥିଲା । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ବୁଝା ସୁଝା କରିବା ସହ ୧ଲକ୍ଷ କ୍ଷତି ପୂରଣ ପ୍ରଦାନ କରାଯିବା ପରେ ରାସ୍ତା ଅବରୋଧ ହଟି ଥିଲା । ଧର୍ମଗଡ ଥାନା ରେ କେସ ନଂ:୧୪୨ ରେ ମାମଲା ରୁଜୁ କରା ଯିବା ସହ ଦୁର୍ଘଟଣା ଘଟାଇଥିବା ହାଇୱା କୁ ପୁଲିସ ଜବତ କରିଛି । ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ହସ୍ତାନ୍ତର କରା ଯାଇଥିବା ପୁଲିସ ପକ୍ଷ ରୁ ସୂଚନା ଦିଆଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମୋହନଗିରୀ ଧବଳେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

Sunil Chandra Nayak

ଉତ୍କଳ ସାଂସ୍କୃତିକ ପରିଷଦର ୩୪ ତମ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ୧୩ ଓ ୧୪ ରେ……

masiha

ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ସାର୍ବଜନୀନ ସେବା ପାଇଁ ୫୦ “ସେଞ୍ଚୁରିଆନ ସାଥୀ”ଙ୍କୁ ସମ୍ମାନିତ 

Sunil Chandra Nayak

Leave a Comment

error: Content is protected !!