ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ବେଲଗୁଣ୍ଠା, ୩୦/୦୩, ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋରଡା ବିଧାୟକ ତଥା ଅନୁଷ୍ଠାନ ସଭାପତି ନୀଳମଣି ବିଷୋୟୀ ଯୋଗ ଦେଇ ଛାତ୍ରଛାତ୍ରୀ କଠିନ ପରିଶ୍ରମ କରି ଜୀବନରେ ସଫଳତା ହାସଲ କରିବା ସହିତ ନିଜ ପାଇଁ, ନିଜ ପରିବାର ପାଇଁ, ନିଜ ବିଦ୍ୟାଳୟ ପାଇଁ ତଥା ଦେଶ ପାଇଁ ସୁନାମ ଅର୍ଜନ କରିବା ପାଇଁ ପରାମର୍ଶ ଦେଇଥିଲେ I ସେହିପରି ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନ ସମ୍ପାଦକ ତଥା ଆଇନଜୀବୀ ସୀମାଞ୍ଚଳ ପୃଷ୍ଟି,ଯୁଗ୍ମ ସମ୍ପାଦକ ପ୍ରକାଶ ଚନ୍ଦ୍ର ବିଷୋୟୀ, ବିଦ୍ୟାଳୟ ପରିଚାଳନା ସମିତି ସଭ୍ୟ ନିତ୍ୟାନନ୍ଦ ବିଷୋୟୀ, ଦିବାକର ବିଷୋୟୀ,ରତ୍ନାକର ନାୟକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ହେବାପାଇଁ ପରାମର୍ଶ ଦେଇଥିଲେ I ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ଶିକ୍ଷକ ଦେବାଶିଷ ବିଷୋୟୀ, ମିଥୁନ୍ ନାୟକ, ଗଣେଶ ସାହୁ, ପବିତ୍ର ମୋହନ ବିଷୋୟୀ,ବିଶ୍ୱ ରଞ୍ଜନ ସେଠୀ, ଶେଷଦେବ ପାଢୀ,ଗୁରୁମା ପ୍ରତିମା ବିଷୋୟୀ,ରିନା ସାହୁ,ରୋଜୀମା,ଜ୍ୟୋତ୍ସ୍ନା ରାଣୀ ପ୍ରଧାନ,ସନ୍ତୋଷୀ ଗୌଡ଼, ଅଙ୍କିତା ଭୂୟାଁ ,ସୁଜ୍ଞାନୀ ପଟ୍ଟନାୟକ ,ଆରତୀ ସ୍ୱାଇଁ, ଆଶା ଲତା ସ୍ୱାଇଁ,ପିନୁ ବିଷୋୟୀ ,ଜ୍ୟୋତ୍ସ୍ନା ରାଣୀ ପ୍ରଧାନ,ସନ୍ତୋଷିନୀ ଗୌଡ,ଶୀତଲ ସ୍ୱାଇଁ,ବୈଶାଖୀ ବେହେରା, ସନ୍ତୋଷୀ ରାଣୀ ଗୌଡ଼,ଗାୟତ୍ରୀ ପାତ୍ର,ଝିଲି ରାଣୀ ନାୟକ, ସଞ୍ଜନା ଗୌଡ଼ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀ ଧନ୍ୟବାଦ ଜ୍ଞାପନ କରିଥିଲେ I

Related posts

ଜ୍ଞାନ ବିଜ୍ଞାନ ମେଳା ମହା ସମାରୋହରେ ଅନୁଷ୍ଠିତ

Sunil Chandra Nayak

ଶ୍ରୀ ଶ୍ରୀ କୋଶଳେଶ୍ୱର ମାଳି ସମାଜ ନୁର୍ତନ ଅଞ୍ଚଳ କମିଟି ଚୟନ ପ୍ରକ୍ରିୟା ସମାବେଶ 

Sunil Chandra Nayak

ରାଉରକେଲା ଆନ୍ତର୍ଜାତିୟ ବାଣିଜ୍ୟ ମେଳା ଆସନ୍ତା ୭ ରୁ ୧୬ ପର୍ଯ୍ୟନ୍ତ ….

Sunil Chandra Nayak

Leave a Comment

error: Content is protected !!