ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝାଡବନ୍ଧରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଝାଡବନ୍ଧରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଢେ଼ଙ୍କାନାଳ(ମସିହା)_୩୦/୦୩__ରକ୍ତଦାନ ମହାପୁଣ୍ୟ , ରକ୍ତ ଦେଇ ଜୀବନ ବଞ୍ଚାନ୍ତୁ,ଏଇ ଆଧାରକୁ ବିଚାର କରି ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଝାଡ଼ବନ୍ଧ ସ୍ଥିତ ମାଆ କତମାଶୁଣି ମନ୍ଦିର ଠାରେ ଝାଡବନ୍ଧ ଗ୍ରାମବାସୀ ଓ ଯୁବଗୋଷ୍ଠୀଙ୍କ ସୌଜନ୍ୟକ୍ରମେ ଆଜି ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିରରେ ପରୀକ୍ଷା ଆଖପାଖ ଅଞ୍ଚଳରୁ ବହୁ ଉତ୍ସାହୀ ଯୁବକ, ସ୍ଥାନୀୟ ରୁଙ୍ଗଟା କଂପାନୀର କର୍ମଚାରୀ ସମେତ ବହୁ ଯୁବକ ସାମିଲ୍ ହୋଇଥିଲେ ତତ୍ ସହିତ ଶତାଧିକ ପୁରୁଷ ମହିଳା, ବୃଦ୍ଧବୃଦ୍ଧା ନିଜ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇ ଥିଲେ l ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ରେଡକ୍ରସର ଅଭିଜ୍ଞ ସ୍ୱାସ୍ଥ୍ୟ କର୍ମଚାରୀ ଯଥାକ୍ରମେ ଡାଃ ପ୍ରମୋଦ ପଣ୍ଡା, ଡ଼ଃ ତପନ ସାହୁ, ଡାଃ ରୋହିତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ହୋଇ ସର୍ବମୋଟ୍ ୧୦୩ ୟୁନିଟ୍ ରକ୍ତ ସଂଗ୍ରହ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l ଏଠାରେ ସୂଚନା ଯୋଗ୍ୟ ଯେ ସୁଶାନ୍ତ ସାହୁ, ଅନୀଲ ବିଶ୍ଵାଳ, ଅମିନ ନାୟକ,ବିବେକ ସାହୁ, ସୁବାଷ ବିଶ୍ଵାଳ, ମହେଶ୍ୱର ସାହୁ, ଯୋଗିନାଥ ସ୍ୱାଇଁ, ପିନୁ ସାହୁ, ପ୍ରଫୁଲ୍ଲ ବେହେରା ଯୁବକ ଗୋଷ୍ଠୀ ଓ ଗ୍ରାମବାସୀ ବୃନ୍ଦ ଏତାଦୃଶ ରକ୍ତ ଦାନ ଶିବିର ଆୟୋଜନ କରିଥିବା ହେତୁ ଏମାନଙ୍କ ପ୍ରତି ବହୁ ପ୍ରଶଂସାର ଛୁଅ ଛୁଟିଛି । ଏ ସବୁର ଶ୍ରେୟ କେବଳ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା କତମାଶୁଣୀ ବୋଲି ଆୟୋଜକ ଗୋଷ୍ଠୀ ମତ ପ୍ରକାଶ କରିଛନ୍ତି ।

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍, ମସିହା ନିଉଜ୍

Related posts

ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ଭାଗବତ ଟୁଙ୍ଗିକୁ ମାତ୍ର ଟ. 25000/- ସରକାରୀ ସହାୟତା ମିଳିଛି

masiha

ରାଇରଙ୍ଗପୁର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ବିଭିନ୍ନ ଦାଵିନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା

Sunil Chandra Nayak

ନୂଆପଡା ଉପ ନିର୍ବାଚନ ନେଇ ପୋଲିଙ୍ଗ ଦଳକୁ ଅତି ସମ୍ବେଦନଶୀଳ ବୁଥ କୁ ହେଲିକପ୍ଟର ଦ୍ବାରା ଛାଡ଼ିବା ବ୍ୟବସ୍ଥା, ଆଜି ଗୌତମା ଏୟାର ଷ୍ଟ୍ରିପ ରୁ ଗସ୍ତ କାରିବେ

Sunil Chandra Nayak

Leave a Comment

error: Content is protected !!